ଧାମରା- ଜାମୁଝାଡି ରାସ୍ତା ପ୍ରଶସ୍ତିକରଣ ପାଇଁ କ୍ଷେତ୍ରୀୟ ତଦନ୍ତ

ବାସୁଦେବପୁର : ଜାମୁଝାଡିଠାରୁ ଧାମରା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ଥିକରଣ ପାଇଁ ଆଜି କ୍ଷେତ୍ରୀୟ ତଦନ୍ତରେ ପହଞ୍ଚିଛନ୍ତି ବିଭାଗୀୟ ଅଧିକାରୀ । ଏହି କ୍ରମରେ ବାସୁଦେବପୁର ସହରର ବାଞ୍ଛାନିଧୀ ଗୋଲେଇଠାରେ ବିଧାୟକ ଅଶୋକ ଦାସଙ୍କ ସହିତ ଆର ଆଣ୍ଡ ବିର ସୁପରିଟେଣ୍ଡେଣ୍ଟ ଦେବୀପ୍ରସନ୍ନ ଘୋଷ, କନିଷ୍ଠଯନ୍ତୀ ମଧୁସ୍ମିତା ଘୋଷ, ବାସୁଦେବପୁର ଉପଖଣ୍ଡ ବିଦ୍ୟୁତ ଅଧିକରୀ ରାକେଶ ଦାସ ପ୍ରମୁଖ କ୍ଷେତ୍ରୀୟ ତଦନ୍ତରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଦିଆଯାଇପାରେ ଚଳିତ ମାସ ପଚିଶ ତାରିଖରେ ବାସୁଦେବପୁର […]

ଧାମରା- ଜାମୁଝାଡି ରାସ୍ତା ପ୍ରଶସ୍ତିକରଣ ପାଇଁ କ୍ଷେତ୍ରୀୟ ତଦନ୍ତ

ବାସୁଦେବପୁର : ଜାମୁଝାଡିଠାରୁ ଧାମରା ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ଥିକରଣ ପାଇଁ ଆଜି କ୍ଷେତ୍ରୀୟ ତଦନ୍ତରେ ପହଞ୍ଚିଛନ୍ତି ବିଭାଗୀୟ ଅଧିକାରୀ । ଏହି କ୍ରମରେ ବାସୁଦେବପୁର ସହରର ବାଞ୍ଛାନିଧୀ ଗୋଲେଇଠାରେ ବିଧାୟକ ଅଶୋକ ଦାସଙ୍କ ସହିତ ଆର ଆଣ୍ଡ ବିର ସୁପରିଟେଣ୍ଡେଣ୍ଟ ଦେବୀପ୍ରସନ୍ନ ଘୋଷ, କନିଷ୍ଠଯନ୍ତୀ ମଧୁସ୍ମିତା ଘୋଷ, ବାସୁଦେବପୁର ଉପଖଣ୍ଡ ବିଦ୍ୟୁତ ଅଧିକରୀ ରାକେଶ ଦାସ ପ୍ରମୁଖ କ୍ଷେତ୍ରୀୟ ତଦନ୍ତରେ ପହଞ୍ଚିଥିବା ଦେଖିବାକୁ ମିଳିଛି । ଏଠାରେ ସୂଚନା ଦିଆଯାଇପାରେ ଚଳିତ ମାସ ପଚିଶ ତାରିଖରେ ବାସୁଦେବପୁର ପ୍ରେସ କ୍ଲବ ସମ୍ମୁଖରେ ଧାମରା -ଜାମୁଝାଡି ରାସ୍ତା ପ୍ରଶସ୍ତିକରଣ , ଏହି ରାସ୍ତାରେ ତିନିଗୋଟି ବାଇପାସ ରାସ୍ତା ନିର୍ମାଣ ଓ ଧାମରା ବନ୍ଦରରେ ଶିକ୍ଷିତ ବେକାରମାନଙ୍କୁ ନିଯୁକ୍ତି ଦାବିରେ ବିଧାୟକଙ୍କ ସମେତ ବାସୁଦେବପୁରବାସୀଙ୍କ ଅହୋରାତ୍ର ଧାରଣା ଦେବା ପରେ ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।