ଧାମରା ମୁହାଁଣରୁ ଧରା ହୋଇଛି ଦୁଇଟି ମାଛ, ଦାମ୍ ଛଅ ଲକ୍ଷ ଟଙ୍କା

ଚାନ୍ଦବାଲି :  ଦୁଇଟି ମାଛର ଦାମ୍ ଅଧିକରୁ ଅଧିକ କେତେ ହୋଇପାରେ। 100 , 200, 1000 କି 10000।  କିନ୍ତୁ ଦୁଇଟି ମାଛର ଦାମ ଛଅ ଲକ୍ଷ ଟଙ୍କା କେବେ ଶୁଣିଛନ୍ତି। କଥାଟା ଟିକେ ଅବିଶ୍ଵନୀୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। ଧାମରା ମୁହାଁଣର ଗଭୀର ସମୁନ୍ଦ୍ରରୁ ଧୀବରମାନେ   ଏହି  ପ୍ରଜାତିର ଦୁଇଗୋଟି ମାଛ ଧରିଛନ୍ତି। ମାଛ ର ନାମ ହେଉଛି ତେଲିଆ। ଗୋଟିଏ ମାଛ ୨୧କେଜି ହୋଇଥିବା ବେଳେ ତାହା କେଜି ପ୍ରତି ୭୫୦୦ ଟଙ୍କା ଦେଖିଲେ,ମୋଟ ୧, ୫୭,୫୦୦ ଟଙ୍କା। ଅନ୍ୟଟି  ୩୧କେଜି ୬୦୦ ମାଛକୁ କେଜି ପ୍ରତି ୧୪ ହଜାର ୬ଶହ ଟଙ୍କା ହୋଇଥିବାବେଳେ ମୋଟ୍ ୪,୬୧,୦୦୦ ଟଙ୍କାରେ ବିକ୍ରି ହୋଇଛି।   ଗଭୀର ସମୁନ୍ଦ୍ରରୁ ଧରିବା ପରେ ଏହି ମାଛକୁ  ଧାମରା ଚାନ୍ଦିନୀପାଳ ସ୍ଥିତି କଣ୍ଟାରେ ଓଜନ କରାଯାଇଛି। ଆଉ ବିଭିନ୍ନ ନିଲାମଧାରୀ ଔଷଧ କମ୍ପାନୀ ଯୋଗାଯୋଗ କରି ଏହି ମାଛକୁ ନିଲାମ ଧରିଛନ୍ତି।  କେଜି ପ୍ରତି ଏକହଜାରରୁ ଆରମ୍ଭ ହୋଇ କେଜି ପ୍ରତି ୧୪୬୦୦ ଟଙ୍କାରେ ବିକ୍ରି ହୋଇଛି। ଏମିରତି ଦେଖିଲେ ଦେଖିଲେ ଦୁଇଟି ମାଛର  ଦାମ୍ ମୋଟ୍  ୬ ଲକ୍ଷ ଟଙ୍କା । 

ଧାମରା ମୁହାଁଣରୁ ଧରା ହୋଇଛି ଦୁଇଟି ମାଛ,  ଦାମ୍ ଛଅ ଲକ୍ଷ ଟଙ୍କା

ଚାନ୍ଦବାଲି :  ଦୁଇଟି ମାଛର ଦାମ୍ ଅଧିକରୁ ଅଧିକ କେତେ ହୋଇପାରେ। 100 , 200, 1000 କି 10000।  କିନ୍ତୁ ଦୁଇଟି ମାଛର ଦାମ ଛଅ ଲକ୍ଷ ଟଙ୍କା କେବେ ଶୁଣିଛନ୍ତି। କଥାଟା ଟିକେ ଅବିଶ୍ଵନୀୟ ଲାଗୁଥିଲେ ମଧ୍ୟ ସତ। ଏଭଳି ଖବର ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲିରୁ। 


ଧାମରା ମୁହାଁଣର ଗଭୀର ସମୁନ୍ଦ୍ରରୁ ଧୀବରମାନେ   ଏହି  ପ୍ରଜାତିର ଦୁଇଗୋଟି ମାଛ ଧରିଛନ୍ତି। ମାଛ ର ନାମ ହେଉଛି ତେଲିଆ। ଗୋଟିଏ ମାଛ ୨୧କେଜି ହୋଇଥିବା ବେଳେ ତାହା କେଜି ପ୍ରତି ୭୫୦୦ ଟଙ୍କା ଦେଖିଲେ,ମୋଟ ୧, ୫୭,୫୦୦ ଟଙ୍କା। ଅନ୍ୟଟି  ୩୧କେଜି ୬୦୦ ମାଛକୁ କେଜି ପ୍ରତି ୧୪ ହଜାର ୬ଶହ ଟଙ୍କା ହୋଇଥିବାବେଳେ ମୋଟ୍ ୪,୬୧,୦୦୦ ଟଙ୍କାରେ ବିକ୍ରି ହୋଇଛି।   ଗଭୀର ସମୁନ୍ଦ୍ରରୁ ଧରିବା ପରେ ଏହି ମାଛକୁ  ଧାମରା ଚାନ୍ଦିନୀପାଳ ସ୍ଥିତି କଣ୍ଟାରେ ଓଜନ କରାଯାଇଛି। ଆଉ ବିଭିନ୍ନ ନିଲାମଧାରୀ ଔଷଧ କମ୍ପାନୀ ଯୋଗାଯୋଗ କରି ଏହି ମାଛକୁ ନିଲାମ ଧରିଛନ୍ତି।  କେଜି ପ୍ରତି ଏକହଜାରରୁ ଆରମ୍ଭ ହୋଇ କେଜି ପ୍ରତି ୧୪୬୦୦ ଟଙ୍କାରେ ବିକ୍ରି ହୋଇଛି। ଏମିରତି ଦେଖିଲେ ଦେଖିଲେ ଦୁଇଟି ମାଛର  ଦାମ୍ ମୋଟ୍  ୬ ଲକ୍ଷ ଟଙ୍କା ।