ଧାର ଟଙ୍କା ମାଗିବାରୁ ନାବାଳକ ଛାତ୍ରଙ୍କୁ ଆକ୍ରମଣ

ଗୋପାଳପୁର,୨୩ା୧୧(ନବୀନ ରାଜ ଆଚାରୀ): ଧାର ଟଙ୍କା ମାଗିବାରୁ ନାବାଳକ ଛାତ୍ରଙ୍କୁ ଲୁହା ରୋଡ୍‌ରେ ଆକ୍ରମଣ କରିଥିବା ନେଇ ଶୁକ୍ରବାର ରାତିରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ମଦନମୋହନପୁର ଗ୍ରାମରେ ନାବାଳକ ଛାତ୍ର ଏନ୍‌. ନିରଞ୍ଜନ ଶୁକ୍ରବାର ଗ୍ରାମର ହନୁମାନ ମନ୍ଦିର ନିକଟରେ ବସିଥିଲେ। ସେହି ଗ୍ରାମର ଏନ୍‌ ହରେକୃଷ୍ଣ ସେଠାକୁ ଯାଇଥିଲେ। ନିରଞ୍ଜନ ଧାର ଟଙ୍କାକୁ […] The post ଧାର ଟଙ୍କା ମାଗିବାରୁ ନାବାଳକ ଛାତ୍ରଙ୍କୁ ଆକ୍ରମଣ appeared first on Dharitri Odia News.

ଧାର ଟଙ୍କା ମାଗିବାରୁ ନାବାଳକ ଛାତ୍ରଙ୍କୁ ଆକ୍ରମଣ

ଗୋପାଳପୁର,୨୩ା୧୧(ନବୀନ ରାଜ ଆଚାରୀ): ଧାର ଟଙ୍କା ମାଗିବାରୁ ନାବାଳକ ଛାତ୍ରଙ୍କୁ ଲୁହା ରୋଡ୍‌ରେ ଆକ୍ରମଣ କରିଥିବା ନେଇ ଶୁକ୍ରବାର ରାତିରେ ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁସାରେ, ଏହି ଥାନା ଅଧିନସ୍ଥ ମଦନମୋହନପୁର ଗ୍ରାମରେ ନାବାଳକ ଛାତ୍ର ଏନ୍‌. ନିରଞ୍ଜନ ଶୁକ୍ରବାର ଗ୍ରାମର ହନୁମାନ ମନ୍ଦିର ନିକଟରେ ବସିଥିଲେ। ସେହି ଗ୍ରାମର ଏନ୍‌ ହରେକୃଷ୍ଣ ସେଠାକୁ ଯାଇଥିଲେ। ନିରଞ୍ଜନ ଧାର ଟଙ୍କାକୁ ହରେକୃଷ୍ଣଙ୍କୁ ମାଗିଥିଲେ। କିଛି ଟଙ୍କା ଜାଣିନି ବୋଲି ହରେକୃଷ୍ଣ କହିଥିଲେ। କିଛି ସମୟ ପରେ ଉଭୟଙ୍କ ମଧ୍ୟ ବଚସା ହୋଇ ହରେକୃଷ୍ଣ ଉତ୍ତ୍ୟକ୍ତ ହୋଇ ଏକ ଲୁହାରୋଡ୍‌ରେ ନିରଞ୍ଜନଙ୍‌କ ମୁଣ୍ଡକୁ ମରଣାନ୍ତକ ଆକ୍ରମଣ କରି ରକ୍ତାକ୍ତ କରିଦେଇ ଚମ୍ପଟ ମାରିଥିଲେ। ପରିବାର ଲୋକେ ଜାଣିବା ପରେ ନିରଞ୍ଜନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ l ଘଟଣା ସମ୍ପର୍କ ଏନ୍‌ ରାମୁଡୁ ଗୋଳନ୍ଥରା ଥାନାରେ ଅଭିଯୋଗ କରିଥିଲେ। ଥାନାରେ କେସ୍‌ ନଂ ୫୦୦/୨୪ ପୋଲିସ ହତ୍ୟା ଉଦ୍ୟମ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ଅନ୍ୟ ପଟେ ହରେକୃଷ୍ଣ ଘରେ ଥିବା ବେଳେ ନିରଞ୍ଜନ ଡାକି ନେଇ ତାଙ୍କ ପରିବାର ଲୋକ ଆକ୍ରମଣ କରିଥିବା ନେଇ ଏନ. ଯମୁନା ଗୋଳନ୍ଥରା ଥାନା ପାଲଟା ଅଭିଯୋଗ କରିଥିଲେ। କେସ୍‌ ନଂ ୫୦୧/୨୪ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଶନିବାର ହରେକୃଷ୍ଣ ଥାନାକୁ ଆସିବା ବେଳେ ଗିରଫ ନ କରି ଛାଡ଼ି ଦେଇଥିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।

The post ଧାର ଟଙ୍କା ମାଗିବାରୁ ନାବାଳକ ଛାତ୍ରଙ୍କୁ ଆକ୍ରମଣ appeared first on Dharitri Odia News.