ଧାର ଟଙ୍କା ମାଗିବାରୁ ହତ୍ୟାକାଣ୍ଡ
ସୁନ୍ଦରଗଡ଼ : ଧାର ଟଙ୍କା ଫେରସ୍ତ ମାଗିବାରୁ ଯୁବକଙ୍କୁ ନିର୍ମମ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଲମତି ଗାଁରେ ଘଟିଛି ବର୍ବରକାଣ୍ଡ । ମୃତକ ହେଲେ ୨୫ ବର୍ଷୀୟ ଶୈଳେନ୍ଦ୍ର ମାଝୀ ଏବଂ ହତ୍ୟାକାରୀ ହେଉଛନ୍ତି ଭୁଲରୁ ମାଝୀ । ଅଭିଯୋଗ ଅନୁସାରେ ବାହାର ରାଜ୍ୟକୁ କାମକରି ଯିବାକୁ ଶୈଳେନ୍ଦ୍ର ଭୁଲରୁ ମାଝୀଙ୍କଠାରୁ ୧୨ ହଜାର ଟଙ୍କା ଅଗ୍ରୀମ ଆଣିଥିଲେ । ହେଲେ ପରିବର୍ତ୍ତୀ ସମୟରେ ଶୈଳେନ୍ଦ୍ର କାମକରି ଯିବାକୁ ମନା କରିଦେଇଥିଲେ । […]

ସୁନ୍ଦରଗଡ଼ : ଧାର ଟଙ୍କା ଫେରସ୍ତ ମାଗିବାରୁ ଯୁବକଙ୍କୁ ନିର୍ମମ ହତ୍ୟା । ସୁନ୍ଦରଗଡ଼ ଜିଲ୍ଲା ତଳସରା ଥାନା ଲମତି ଗାଁରେ ଘଟିଛି ବର୍ବରକାଣ୍ଡ । ମୃତକ ହେଲେ ୨୫ ବର୍ଷୀୟ ଶୈଳେନ୍ଦ୍ର ମାଝୀ ଏବଂ ହତ୍ୟାକାରୀ ହେଉଛନ୍ତି ଭୁଲରୁ ମାଝୀ ।
ଅଭିଯୋଗ ଅନୁସାରେ ବାହାର ରାଜ୍ୟକୁ କାମକରି ଯିବାକୁ ଶୈଳେନ୍ଦ୍ର ଭୁଲରୁ ମାଝୀଙ୍କଠାରୁ ୧୨ ହଜାର ଟଙ୍କା ଅଗ୍ରୀମ ଆଣିଥିଲେ । ହେଲେ ପରିବର୍ତ୍ତୀ ସମୟରେ ଶୈଳେନ୍ଦ୍ର କାମକରି ଯିବାକୁ ମନା କରିଦେଇଥିଲେ । ତେବେ ଶୈଳେନ୍ଦ୍ର ଅଗ୍ରୀମ ଟଙ୍କା ନଫେରାଇବାରୁ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପରେ ଭୁଲରୁ ମାଝୀ ଶୈଳେନ୍ଦ୍ରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଗୁରୁତର ଅବସ୍ଥାରେ ଶୈଳେନ୍ଦ୍ରଙ୍କୁ ଦୁଇ ଯୁବକ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ମୃତକଙ୍କ ଭାଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ତଲସରା ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଏହି ହତ୍ୟାକାଣ୍ଡ କରି ଭୁଲରୁ ମାଝୀ ଘଟଣାସ୍ଥଳରୁ ଫେରାର ହୋଇଛି ।