ଧୂମ୍ରପାନ ତାଲିକାରେ ସମୋସା, ଜିଲାପୀ ଓ ଲଡ଼ୁ ? ଚେତାବନୀ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ ୧୪/୦୭: ଧୀରେ ଧୀରେ କମୁଛି ମଣିଷର ଆୟୁ। କାରଣ ଆମେ ଖାଉଥିବା ଖାଦ୍ୟରେ ରହିଛି ବିଷ । ସେହି ଦିନ ଦୂର ନାହିଁ ଯେତେବେଳେ ଚା ସହିତ ବିସ୍କୁଟ, ସମୋସା କିମ୍ବା ଜଲେବି ଖାଇବାକୁ ସରକାର ଚେତାଇବେ। ଆଗକୁ ଏନେଇ ଜାରି ହେବାକୁ ଯାଉଛି ଆଡଭାରଜରୀ । ପ୍ୟାକେଟ ପଛରେ ରହିବ ଚେତାବନୀ ବୋର୍ଡ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନାଗପୁରର AIIMS ସମେତ ଦେଶର ସମସ୍ତ କେନ୍ଦ୍ରୀୟ ପ୍ରତିଷ୍ଠାନକୁ 'ତେଲ ଓ ସୁଗାର ବୋର୍ଡ' ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ଯେଉଁଥିରେ ଆପଣଙ୍କ ଜଳଖିଆରେ ଲୁଚି ରହିଥିବା ଚର୍ବି ଓ ଚିନିର ପରିମାଣ ସ୍ପଷ୍ଟ ଭାବରେ ଲେଖାଥିବ।ଏହି ଖାଦ୍ୟକୁ ତମାଖୁ ପରି ଏକ ଗମ୍ଭୀର ବିପଦ ଭାବରେ ବିବେଚନା କରାଯାଉଛି । ଏହି ବୋର୍ଡଗୁଡ଼ିକ ସରକାରୀ ପ୍ରତିଷ୍ଠାନରେ ସଠିକ୍ ଚେତାବନୀ ଭାବରେ କାର୍ଯ୍ୟ କରିବ । ଯାହା ଲୋକମାନଙ୍କୁ ଜଣାଇବା ପାଇଁ ଲଗାଯିବ ଯେ ଖାଦ୍ୟ ସାମଗ୍ରୀରେ କେତେ ଚର୍ବି ଏବଂ ଚିନି ଅଛି ଯାହାକୁ ସେମାନେ ସେମାନଙ୍କ ସଂସ୍କୃତିର ଏକ ଅଂଶ ବୋଲି ବିବେଚନା କରନ୍ତି।ତମାଖୁ ପରି ବିପଦପୂର୍ଣ୍ଣ ଜଙ୍କଫୁଡ୍: AIIMS ନାଗପୁରର ଅଧିକାରୀମାନେ ଏହି ନିର୍ଦ୍ଦେଶକୁ ନିଶ୍ଚିତ କରିଛନ୍ତି । ଏବେ କାଫେଟେରିଆ ଏବଂ ସାର୍ବଜନୀନ ସ୍ଥାନରେ ଏପରି ଚେତାବନୀ ବୋର୍ଡ ଲଗାଯିବ। କେବଳ ସମୋସା, ଜଲେବି ନୁହେଁ ବରଂ ଲଡୁ, ବଡା ପାୱ ଓ ପକୋଡ଼ା ମଧ୍ୟ ଯାଞ୍ଚ ଅଧୀନରେ ରହିବ। କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର ନାଗପୁର ଶାଖାର ସଭାପତି ଡକ୍ଟ

ଧୂମ୍ରପାନ ତାଲିକାରେ ସମୋସା, ଜିଲାପୀ ଓ ଲଡ଼ୁ ? ଚେତାବନୀ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ ୧୪/୦୭: ଧୀରେ ଧୀରେ କମୁଛି ମଣିଷର ଆୟୁ। କାରଣ ଆମେ ଖାଉଥିବା ଖାଦ୍ୟରେ ରହିଛି ବିଷ । ସେହି ଦିନ ଦୂର ନାହିଁ ଯେତେବେଳେ ଚା ସହିତ ବିସ୍କୁଟ, ସମୋସା କିମ୍ବା ଜଲେବି ଖାଇବାକୁ ସରକାର ଚେତାଇବେ। ଆଗକୁ ଏନେଇ ଜାରି ହେବାକୁ ଯାଉଛି ଆଡଭାରଜରୀ । ପ୍ୟାକେଟ ପଛରେ ରହିବ ଚେତାବନୀ ବୋର୍ଡ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନାଗପୁରର AIIMS ସମେତ ଦେଶର ସମସ୍ତ କେନ୍ଦ୍ରୀୟ ପ୍ରତିଷ୍ଠାନକୁ 'ତେଲ ଓ ସୁଗାର ବୋର୍ଡ' ଲଗାଇବାକୁ ନିର୍ଦ୍ଦେଶ ଦେଇଛି। ଯେଉଁଥିରେ ଆପଣଙ୍କ ଜଳଖିଆରେ ଲୁଚି ରହିଥିବା ଚର୍ବି ଓ ଚିନିର ପରିମାଣ ସ୍ପଷ୍ଟ ଭାବରେ ଲେଖାଥିବ।

ଏହି ଖାଦ୍ୟକୁ ତମାଖୁ ପରି ଏକ ଗମ୍ଭୀର ବିପଦ ଭାବରେ ବିବେଚନା କରାଯାଉଛି । ଏହି ବୋର୍ଡଗୁଡ଼ିକ ସରକାରୀ ପ୍ରତିଷ୍ଠାନରେ ସଠିକ୍ ଚେତାବନୀ ଭାବରେ କାର୍ଯ୍ୟ କରିବ । ଯାହା ଲୋକମାନଙ୍କୁ ଜଣାଇବା ପାଇଁ ଲଗାଯିବ ଯେ ଖାଦ୍ୟ ସାମଗ୍ରୀରେ କେତେ ଚର୍ବି ଏବଂ ଚିନି ଅଛି ଯାହାକୁ ସେମାନେ ସେମାନଙ୍କ ସଂସ୍କୃତିର ଏକ ଅଂଶ ବୋଲି ବିବେଚନା କରନ୍ତି।

ତମାଖୁ ପରି ବିପଦପୂର୍ଣ୍ଣ ଜଙ୍କଫୁଡ୍: 

AIIMS ନାଗପୁରର ଅଧିକାରୀମାନେ ଏହି ନିର୍ଦ୍ଦେଶକୁ ନିଶ୍ଚିତ କରିଛନ୍ତି । ଏବେ କାଫେଟେରିଆ ଏବଂ ସାର୍ବଜନୀନ ସ୍ଥାନରେ ଏପରି ଚେତାବନୀ ବୋର୍ଡ ଲଗାଯିବ। କେବଳ ସମୋସା, ଜଲେବି ନୁହେଁ ବରଂ ଲଡୁ, ବଡା ପାୱ ଓ ପକୋଡ଼ା ମଧ୍ୟ ଯାଞ୍ଚ ଅଧୀନରେ ରହିବ। କାର୍ଡିଓଲୋଜିକାଲ୍ ସୋସାଇଟି ଅଫ୍ ଇଣ୍ଡିଆର ନାଗପୁର ଶାଖାର ସଭାପତି ଡକ୍ଟର ଅମର ଆମଲେ କହିଛନ୍ତି। ଏହା ଏପରି ଏକ ଯୁଗର ଆରମ୍ଭ ଯେତେବେଳେ ଖାଦ୍ୟ ଲେବଲ୍ ସିଗାରେଟ୍ ଚେତାବନୀ ପରି ଗମ୍ଭୀର ହେବ । ଚିନି ଓ ଟ୍ରାନ୍ସ ଫ୍ୟାଟ୍ ଏବେ ନୂତନ ତମାଖୁ। ଲୋକମାନେ କ'ଣ ଖାଉଛନ୍ତି ତାହା ଜାଣିବାର ଅଧିକାର ଅଛି।

ଦେଶରେ ମୋଟାପା ସଙ୍କଟ ବଢୁଛି:

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ଆଭ୍ୟନ୍ତରୀଣ ଡକ୍ୟୁମେଣ୍ଟରେ ଦେଶରେ ବଢ଼ୁଥିବା ମୋଟାପା ଉପରେ ଚିନ୍ତାପ୍ରକଟ କରିଛି। ଆକଳନ କରାଯାଇଛି ଯେ ୨୦୫୦ ସୁଦ୍ଧା ଭାରତରେ ୪୪.୯ କୋଟି ଲୋକ ମୋଟାପା କିମ୍ବା ମେଦ ବହୁଳର ଶିକାର ହେବେ । ଯାହା ଆମେରିକା ପରେ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ଭାବେ ଉଭା ହେବ। ବର୍ତ୍ତମାନ ପ୍ରତି ପାଞ୍ଚ ଜଣ ସହରାଞ୍ଚଳ ବୟସ୍କଙ୍କ ମଧ୍ୟରୁ ଜଣେ ମୋଟାପାରେ ପୀଡିତ। ପିଲାମାନଙ୍କ ମଧ୍ୟରେ ମୋଟାପା ବୃଦ୍ଧି, ଖରାପ ଖାଦ୍ୟ ଅଭ୍ୟାସ ଓ ଶାରୀରିକ କାର୍ଯ୍ୟକଳାପ ହ୍ରାସ ହେତୁ ଏହି ଚିନ୍ତା ଆହୁରି ବୃଦ୍ଧି ପାଉଛି।

ଖାଇବା ଉପରେ ନିଷେଧ ନାହିଁ, କିନ୍ତୁ ରହିବ ସଠିକ୍ ସୂଚନା:

ବରିଷ୍ଠ ମଧୁମେହ ବିଶେଷଜ୍ଞ ଡାକ୍ତର ସୁନୀଲ ଗୁପ୍ତା କହିଛନ୍ତି, 'ଏହା ଖାଦ୍ୟ ଉପରେ ନିଷେଧ କରିବାର ବିଷୟ ନୁହେଁ। କିନ୍ତୁ ଯଦି ଲୋକମାନେ ଜାଣନ୍ତି ଯେ ଗୋଟିଏ ଗୁଲାବ ଜାମୁନରେ ପାଞ୍ଚ ଚାମଚ ଚିନି ଥାଏ । ତେବେ ସେମାନେ ହୁଏତ ଦୁଇଥର ଭାବିବେ। ଡାକ୍ତର ଓ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ପଦକ୍ଷେପ ମଧୁମେହ, ହୃଦରୋଗ ଏବଂ ଉଚ୍ଚ ରକ୍ତଚାପ ଭଳି ଅଣ-ସଂକ୍ରାମକ ରୋଗ ବିରୁଦ୍ଧରେ ଏକ ବୃହତ ଅଭିଯାନର ଅଂଶ। ଯାହା ସିଧାସଳଖ ଖାଦ୍ୟ ଅଭ୍ୟାସ ସହିତ ଜଡିତ।