ଧୱନଙ୍କ ପରେ ୧୧ ପ୍ଲେୟର, ନେଇପାରନ୍ତି ଅବସର, ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ପାଇଁ ନାହିଁ କୌଣସି ବି ସୁଯୋଗ
ନୂଆଦିଲ୍ଲୀ ୨୬।୦୮: ଷ୍ଟାର କ୍ରିକେଟର ଶିଖର ଧଓ୍ବନ । ସବୁ ଫର୍ମାଟରୁ ନେଇଛନ୍ତି ସନ୍ୟାସ । କିନ୍ତୁ ଗବ୍ବରଙ୍କ ରିଟାୟମେଣ୍ଟ ପରେ ଚର୍ଚ୍ଚାରେ ଅନ୍ୟ କ୍ରିକେଟର । ଏମାନଙ୍କୁ ନାଁ ଟିମ୍ରେ ସୁଯୋଗ ମିଳୁଛି, ନା ଆଗକୁ ମିଳିବାର ରହିଛି ସମ୍ଭାବନା । ଟିମ୍ ଇଣ୍ଡିଆରେ ଯୁବ ପ୍ଲେୟରଙ୍କୁ ସୁଯୋଗ ମିଳୁଥିବାରୁ ଭବିଷ୍ୟତରେ ଏମାନଙ୍କୁ ମିଳିନପାରେ ଚାନ୍ସ । ଏହି ଲିଷ୍ଟରେ ଜଣେ ଓ୍ବାର୍ଲ୍ଡକପ୍ ଚାମ୍ପିୟନ୍ ମଧ୍ୟ ସାମିଲ୍ । ଯିଏକି ୨୦୧୧ କ୍ରିକେଟ ଓ୍ବାର୍ଲ୍ଡକପ୍ର ଅଂଶ ଥିଲେ । ଲିଷ୍ଟର ପ୍ରଥମରେ ଅଛନ୍ତି ୩୫ ବର୍ଷୀୟ ପୀୟୁଷ ଚାୱଲା । ୨୦୧୧ ବିଶ୍ୱକପର ଥିଲେ ଅଂଶ । ପୀୟୂଷଙ୍କୁ ଶେଷ ଥର ପାଇଁ ଡିସେମ୍ବର ୨୦୧୨ରେ ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା । ଡାହାଣହାତୀ ସ୍ପିନର ଭାରତ ପାଇଁ ତିନୋଟି ଟେଷ୍ଟ, ୨୫ଟି ODI ଏବଂ ୭ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାଁରେ ୭ଟି ଟେଷ୍ଟ, ୩୨ଟି ODI ଏବଂ ୪ ଟି-୨୦ ଅନ୍ତର୍ଜାତୀୟ ୱିକେଟ୍ ରହିଛି । ପୀୟୁଷ ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ । ଧୋନିଙ୍କ ଅବସର ପରେ ରିଦ୍ଧିମାନ ସାହାଙ୍କୁ ୱିକେଟ୍ କିପର ଭାବେ ମିଳିଥିଲା ଅନେକ ସୁଯୋଗ । କିନ୍ତୁ ଏହା ତଳକୁ ତଳ ଖସିବାକୁ ଲାଗିଥିଲା। ସାହା ଶେଷଥର ପାଇଁ ୨୦୨୧ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ । ସେ ୪୦ଟି ଟେଷ୍ଟ ଏବଂ ୯ଟି ODI ଅନ୍ତର୍ଜାତୀୟ ଖେଳିଛନ୍ତି । ଯୁବ ପ୍ଲେୟରଙ୍କ ଟିମ୍ ଇଣ୍ଡିଆର
ନୂଆଦିଲ୍ଲୀ ୨୬।୦୮: ଷ୍ଟାର କ୍ରିକେଟର ଶିଖର ଧଓ୍ବନ । ସବୁ ଫର୍ମାଟରୁ ନେଇଛନ୍ତି ସନ୍ୟାସ । କିନ୍ତୁ ଗବ୍ବରଙ୍କ ରିଟାୟମେଣ୍ଟ ପରେ ଚର୍ଚ୍ଚାରେ ଅନ୍ୟ କ୍ରିକେଟର । ଏମାନଙ୍କୁ ନାଁ ଟିମ୍ରେ ସୁଯୋଗ ମିଳୁଛି, ନା ଆଗକୁ ମିଳିବାର ରହିଛି ସମ୍ଭାବନା । ଟିମ୍ ଇଣ୍ଡିଆରେ ଯୁବ ପ୍ଲେୟରଙ୍କୁ ସୁଯୋଗ ମିଳୁଥିବାରୁ ଭବିଷ୍ୟତରେ ଏମାନଙ୍କୁ ମିଳିନପାରେ ଚାନ୍ସ । ଏହି ଲିଷ୍ଟରେ ଜଣେ ଓ୍ବାର୍ଲ୍ଡକପ୍ ଚାମ୍ପିୟନ୍ ମଧ୍ୟ ସାମିଲ୍ । ଯିଏକି ୨୦୧୧ କ୍ରିକେଟ ଓ୍ବାର୍ଲ୍ଡକପ୍ର ଅଂଶ ଥିଲେ ।

ଲିଷ୍ଟର ପ୍ରଥମରେ ଅଛନ୍ତି ୩୫ ବର୍ଷୀୟ ପୀୟୁଷ ଚାୱଲା । ୨୦୧୧ ବିଶ୍ୱକପର ଥିଲେ ଅଂଶ । ପୀୟୂଷଙ୍କୁ ଶେଷ ଥର ପାଇଁ ଡିସେମ୍ବର ୨୦୧୨ରେ ଟିମ୍ ଇଣ୍ଡିଆ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା । ଡାହାଣହାତୀ ସ୍ପିନର ଭାରତ ପାଇଁ ତିନୋଟି ଟେଷ୍ଟ, ୨୫ଟି ODI ଏବଂ ୭ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି । ତାଙ୍କ ନାଁରେ ୭ଟି ଟେଷ୍ଟ, ୩୨ଟି ODI ଏବଂ ୪ ଟି-୨୦ ଅନ୍ତର୍ଜାତୀୟ ୱିକେଟ୍ ରହିଛି । ପୀୟୁଷ ଆଇପିଏଲ୍ ୨୦୨୪ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଥିଲେ ।

ଧୋନିଙ୍କ ଅବସର ପରେ ରିଦ୍ଧିମାନ ସାହାଙ୍କୁ ୱିକେଟ୍ କିପର ଭାବେ ମିଳିଥିଲା ଅନେକ ସୁଯୋଗ । କିନ୍ତୁ ଏହା ତଳକୁ ତଳ ଖସିବାକୁ ଲାଗିଥିଲା। ସାହା ଶେଷଥର ପାଇଁ ୨୦୨୧ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ । ସେ ୪୦ଟି ଟେଷ୍ଟ ଏବଂ ୯ଟି ODI ଅନ୍ତର୍ଜାତୀୟ ଖେଳିଛନ୍ତି । ଯୁବ ପ୍ଲେୟରଙ୍କ ଟିମ୍ ଇଣ୍ଡିଆରେ ଏଣ୍ଟ୍ରି ଯୋଗୁଁ ସାହାଙ୍କର ଦଳକୁ ଫେରିବାର ସମସ୍ତ ରାସ୍ତା ବନ୍ଦ ହୋଇଛି ।

ଟିମ୍ ଇଣ୍ଡିଆର ଫାଷ୍ଟ ବୋଲର ଇଶାନ୍ତ ଶର୍ମା । ଟେଷ୍ଟ କ୍ରିକେଟର ଥିଲେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟ । କିନ୍ତୁ ବର୍ତ୍ତମାନ ତାଙ୍କ କ୍ୟାରିୟର ଶେଷ ହୋଇଛି । ଇଶାନ୍ତ ଶର୍ମା ଭାରତ ପାଇଁ ୧୦୫ଟି ଟେଷ୍ଟ, ୮୦ଟି ODI ଏବଂ ୧୪ ଟି-୨୦ ମ୍ୟାଚ ଖେଳିଛନ୍ତି । ନଭେମ୍ବର ୨୦୨୧ରେ ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିଥିଲେ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ।

ଡାହାଣହାତୀ ଲେଗବ୍ରକ ବୋଲର ଅମିତ ମିଶ୍ରା । ଅନ୍ତର୍ଜାତୀୟ କ୍ରିକେଟରୁ ନେଇନାହାନ୍ତି ଅବସର । ଅମିତ ଶେଷଥର ପାଇଁ ୨୦୧୭ରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ । ୪୧ ବର୍ଷୀୟ ଅମିତ ଭାରତ ପାଇଁ ୨୨ଟି ଟେଷ୍ଟ, ୩୬ଟି ODI ଏବଂ ୧୦ ଟି-୨୦ ମ୍ୟାଚ୍ ଖେଳିଥିଲେ । ଅମିତ ବର୍ତ୍ତମାନ ଆଇପିଏଲରେ ଲକ୍ଷ୍ନୌ ପାଇଁ ଖେଳୁଛନ୍ତି ।

ବିରେନ୍ଦର ସେହୱାଗଙ୍କ ବ୍ୟତୀତ ଟେଷ୍ଟ କ୍ରିକେଟରେ କେବଳ କରୁଣ ନାୟାର ଭାରତ ପାଇଁ ହାସଲ କରିଛନ୍ତି ତ୍ରିଶତକ । ୩୧ ବର୍ଷୀୟ ନାୟାର ଶେଷଥର ପାଇଁ ୨୦୧୭ରେ ଭାରତ ପାଇଁ ଖେଳିଥିଲେ। କରୁଣ ବର୍ତ୍ତମାନ ଘରୋଇ କ୍ରିକେଟ୍ ଖୁବ୍ କମ୍ ଖେଳୁଛନ୍ତି । ତେଣୁ ତାଙ୍କର ପ୍ରତ୍ୟାବର୍ତ୍ତନ ବହୁତ କଷ୍ଟକର ।

ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ମନୀଷ ପାଣ୍ଡେ । ତାଙ୍କର ସ୍ଥିତି ମଧ୍ୟ କରୁଣ ନାୟାରଙ୍କ ଭଳି । ୩୪ ବର୍ଷିୟ ମନୀଷ ଭାରତ ପାଇଁ ୨୯ଟି ଟେଷ୍ଟ ଏବଂ ୩୯ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ପାଣ୍ଡେ ଜୁଲାଇ ୨୦୨୧ରେ ଭାରତ ପାଇଁ ଖେଳିଥିଲେ ଶେଷ ମ୍ୟାଚ୍ ।
ହିମାଚଳ ପ୍ରଦେଶର ଅଲରାଉଣ୍ଡର ଋଷି ଧାୱନ । ଅନ୍ତର୍ଜାତୀୟ ସ୍ତରରେ ଟିମ୍ ଇଣ୍ଡିଆର କରିଛନ୍ତି ପ୍ରତିନିଧିତ୍ୱ । ଋଷି ଭାରତ ପାଇଁ ତିନୋଟି ODI ଏବଂ ଗୋଟିଏ ଟି-୨୦ ଇଣ୍ଟରନ୍ୟାସନାଲ ଖେଳିଛନ୍ତି । ୩୪ ବର୍ଷୀୟ ଋଷି ଶେଷଥର ପାଇଁ ୨୦୧୬ରେ ଭାରତ ପାଇଁ ଖେଳିଥିଲେ ।

ଡାହାଣହାତୀ ଦ୍ରୁତ ବୋଲର ଉମେଶ ଯାଦବ । ଅନେକ ମାସ ଧରି ଟିମ୍ ଇଣ୍ଡିଆରୁ ରହିଛନ୍ତି ବାହାରେ । ଗତବର୍ଷ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ପାଇଁ ଖେଳିଥିଲେ ଶେଷ ମ୍ୟାଚ୍ । ୩୬ ବର୍ଷୀୟ ଉମେଶ ଏପର୍ଯ୍ୟନ୍ତ ଭାରତ ପାଇଁ ୫୭ଟି ଟେଷ୍ଟ, ୭୫ଟି ODI ଏବଂ ୯ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି ।

ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ୨ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ୍ ଠାରୁ ରହିଛନ୍ତି ଦୂରରେ । ଭୁଭିଙ୍କୁ ଶେଷଥର ପାଇଁ ନଭେମ୍ବର ୨୦୨୨ରେ ଭାରତ ପାଇଁ ଖେଳୁଥିବା ଦେଖିବାକୁ ମିଳିଥିଲା। ତେବେ ଏହାପରଠାରୁ ଭୁବନେଶ୍ୱର କ୍ରମାଗତ ଆହାତର ଶିକାର ହେଉଛନ୍ତି । ୩୪ ବର୍ଷୀୟ ଭୁଭି କେବଳ ୨୧ଟି ଟେଷ୍ଟ, ୧୨୧ଟି ODI ଏବଂ ୮୭ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଟିମ୍ ଇଣ୍ଡିଆର ଦ୍ରୁତ ବୋଲିଂ ୟୁନିଟରେ ଯୁବ ବୋଲରଙ୍କ ଆଗମନ ଭୁଭିଙ୍କ ଏଣ୍ଟ୍ରି ହୋଇପାରେ ପ୍ରତିବନ୍ଧକ ।

ଡାହାଣହାତୀ ସ୍ପିନର ଜୟନ୍ତ ଯାଦବ। ଭାରତ ପାଇଁ ଖେଳିଛନ୍ତି ୬ଟି ଟେଷ୍ଟ ଏବଂ ୨ଟି ODI ମ୍ୟାଚ୍ । ୩୪ ବର୍ଷୀୟ ଜୟନ୍ତ ମାର୍ଚ୍ଚ ୨୦୨୨ରେ ଶେଷଥର ପାଇଁ ଭାରତ ପାଇଁ ଖେଳିଥିଲେ।