ନଈ ପାରି ହେବାକୁ ନାହିଁ ପୋଲ;ଡଙ୍ଗା ସାଜିଛି ସାହାରା

କନକ ବ୍ୟୁରୋ : ବିଜୁସେତୁ ଯୋଜନାରେ ଚାରିଆଡ଼େ ପୋଲ ହେଉଛି ବୋଲି ପୂର୍ବ ସରକାର ଡିଣ୍ଡିମ ପିଟୁଥିଲେ। ବାସ୍ତବତା କିନ୍ତୁ ଭିନ୍ନ। ଏମିତି ଅଞ୍ଚଳ ଅଛି, ନଈ ପାରି ନହେଲେ ଗାଁ ବାହାରକୁ ଯିବା ଅସମ୍ଭବ। ଏମିତିକି ଗୋଟିଏ ଜାଗାକୁ ଯିବା ପାଇଁ ଏକାଧିକ ନଦୀ ପାର ହେବାକୁ ପଡୁଛି। ବର୍ଷବର୍ଷ ଧରି ଲାଗି ରହିଛି ଏ ସମସ୍ୟା ।  ଗାଁ ପାଖରେ ନଦୀ,ନଈ ପାରି ନହେଲେ ଗାଁ ବାହାରକୁ ଯିବା ଅସମ୍ଭବ । ତେଣୁ ଡଙ୍ଗା ଭରସା । ଆଜିକାଲି ନୁହେଁ, ବର୍ଷବର୍ଷର ସମସ୍ୟା । ମେଡିକାଲ ହେଉ କି ଥାନା, ବ୍ଲକ୍ ଅଫିସ ହେଉ କି ତହସିଲ ଅଫିସ। ସବୁ ସ୍ଥାନକୁ ଯିବାକୁ ହେଲେ ଲୋକଙ୍କୁ ନଦୀ ପାର ହେବାକୁ ପଡୁଛି । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକର ଏମିତି ଅବସ୍ଥା । ବ୍ଲକର ୩୧ଟି ପଞ୍ଚାୟତରୁ ୨୫ଟି ପଞ୍ଚାୟତର ଲୋକ ୧୦ଟି ନଦୀ ପାର ହେଲେ ବାହାରକୁ ଯାଇପାରନ୍ତି । ଏ ସମସ୍ୟା ପ୍ରତି କିନ୍ତୁ କାହାର ଦୃଷ୍ଟି ନାହିଁ ।  ମହାକାଳପଡ଼ା ବ୍ଲକର ଜମ୍ବୁ, ଏକଲପୁର, ଖାରନାସି, ବାହାକୁଦ, ବିଜୟନଗର, ଚଣ୍ଡିଆପଲ୍ଲୀ, ଘନଶ୍ୟାମପୁର, ବଗଣ, ଭାଟେଣି, କାଂଶପାଳ ଘାଟ ପାରି ହେଲେ ଲୋକ ବ୍ଲକ୍ ଅଫିସକୁ ଆସିପାରନ୍ତି । ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଗଠନ ପୂର୍ବରୁ ଓ ପରେ ରାଜନୀତିରେ ଏ ଅଞ୍ଚଳ ଚର୍ଚ୍ଚାରେ ରହିଆସିଛି । ସମସ୍ୟାର ସମାଧାନ ପାଇଁ କେହି ଦୃଷ୍ଟି ଦେଇନଥିବା ଲୋକ ଅଭିଯୋଗ କରିଛନ୍ତି । ତେବେ ଶୀଘ୍ର ସମାଧାନ ହେବ ବୋଲି ମହାକାଳପଡ଼ା ବିଧାୟକ ପ୍ରତିଶ୍ରୁତି ଦ

ନଈ ପାରି ହେବାକୁ ନାହିଁ ପୋଲ;ଡଙ୍ଗା ସାଜିଛି ସାହାରା

କନକ ବ୍ୟୁରୋ : ବିଜୁସେତୁ ଯୋଜନାରେ ଚାରିଆଡ଼େ ପୋଲ ହେଉଛି ବୋଲି ପୂର୍ବ ସରକାର ଡିଣ୍ଡିମ ପିଟୁଥିଲେ। ବାସ୍ତବତା କିନ୍ତୁ ଭିନ୍ନ। ଏମିତି ଅଞ୍ଚଳ ଅଛି, ନଈ ପାରି ନହେଲେ ଗାଁ ବାହାରକୁ ଯିବା ଅସମ୍ଭବ। ଏମିତିକି ଗୋଟିଏ ଜାଗାକୁ ଯିବା ପାଇଁ ଏକାଧିକ ନଦୀ ପାର ହେବାକୁ ପଡୁଛି। ବର୍ଷବର୍ଷ ଧରି ଲାଗି ରହିଛି ଏ ସମସ୍ୟା । 

ଗାଁ ପାଖରେ ନଦୀ,ନଈ ପାରି ନହେଲେ ଗାଁ ବାହାରକୁ ଯିବା ଅସମ୍ଭବ । ତେଣୁ ଡଙ୍ଗା ଭରସା । ଆଜିକାଲି ନୁହେଁ, ବର୍ଷବର୍ଷର ସମସ୍ୟା । ମେଡିକାଲ ହେଉ କି ଥାନା, ବ୍ଲକ୍ ଅଫିସ ହେଉ କି ତହସିଲ ଅଫିସ। ସବୁ ସ୍ଥାନକୁ ଯିବାକୁ ହେଲେ ଲୋକଙ୍କୁ ନଦୀ ପାର ହେବାକୁ ପଡୁଛି । କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକର ଏମିତି ଅବସ୍ଥା । ବ୍ଲକର ୩୧ଟି ପଞ୍ଚାୟତରୁ ୨୫ଟି ପଞ୍ଚାୟତର ଲୋକ ୧୦ଟି ନଦୀ ପାର ହେଲେ ବାହାରକୁ ଯାଇପାରନ୍ତି । ଏ ସମସ୍ୟା ପ୍ରତି କିନ୍ତୁ କାହାର ଦୃଷ୍ଟି ନାହିଁ । 

ମହାକାଳପଡ଼ା ବ୍ଲକର ଜମ୍ବୁ, ଏକଲପୁର, ଖାରନାସି, ବାହାକୁଦ, ବିଜୟନଗର, ଚଣ୍ଡିଆପଲ୍ଲୀ, ଘନଶ୍ୟାମପୁର, ବଗଣ, ଭାଟେଣି, କାଂଶପାଳ ଘାଟ ପାରି ହେଲେ ଲୋକ ବ୍ଲକ୍ ଅଫିସକୁ ଆସିପାରନ୍ତି । ମହାକାଳପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଗଠନ ପୂର୍ବରୁ ଓ ପରେ ରାଜନୀତିରେ ଏ ଅଞ୍ଚଳ ଚର୍ଚ୍ଚାରେ ରହିଆସିଛି । ସମସ୍ୟାର ସମାଧାନ ପାଇଁ କେହି ଦୃଷ୍ଟି ଦେଇନଥିବା ଲୋକ ଅଭିଯୋଗ କରିଛନ୍ତି । ତେବେ ଶୀଘ୍ର ସମାଧାନ ହେବ ବୋଲି ମହାକାଳପଡ଼ା ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି ।

ବର୍ଷାଦିନେ ପରିସ୍ଥିତି ଅଧିକ ଜଟିଳ ହୋଇପଡ଼େ। ଜରୁରୀ ଆବଶ୍ୟକତା ଥିଲେ ବି ଭରାନଦୀ ପାର ହୋଇ ରୋଗୀକୁ ଲୋକ ମେଡିକାଲ ନେବାକୁ ପଡୁଛି। ଏବେ ଦେଖିବାକୁ ବାକି ରହିଲା, ବିଧାୟକଙ୍କ ପ୍ରତିଶ୍ରୁତି କେବେ ପୂରଣ ହେଉଛି? କେବେ ନିର୍ମାଣ ହେଉଛି ପୋଲ?