ନକ ଆଉଟ କ୍ରିକେଟ ପ୍ରତିଯୋଗିତା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନୂଆପଡା ନେତାଜୀ ସୁବାଷ ଚନ୍ଦ୍ର ବୋଷ କ୍ରିକେଟ କ୍ଲବ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ଆଜି ସ୍ଵର୍ଗତ ନୀଳମଣି ବାଗ ଏବଂ ମୁକେଶ ତାଣ୍ଡି ମେମୋରିଆଲ ସର୍ବ ଭାରତୀୟ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗଣ୍ଡା ସମାଜ ସଭାପତି ଚନ୍ଦ୍ରଶେଖର ନାଗ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କର୍ମଚାରୀ ଉପେନ୍ଦ୍ର ଛତ୍ରିଆ, ସରକାରୀ ଓକିଲ ସତ୍ୟନାରାୟଣ ରାଏ ଉପସ୍ଥିତ ଥିଲେ। ପ୍ରଥମ […]

ନକ ଆଉଟ କ୍ରିକେଟ ପ୍ରତିଯୋଗିତା

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ନୂଆପଡା ନେତାଜୀ ସୁବାଷ ଚନ୍ଦ୍ର ବୋଷ କ୍ରିକେଟ କ୍ଲବ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ଖେଳ ପଡିଆ ଠାରେ ଆଜି ସ୍ଵର୍ଗତ ନୀଳମଣି ବାଗ ଏବଂ ମୁକେଶ ତାଣ୍ଡି ମେମୋରିଆଲ ସର୍ବ ଭାରତୀୟ ନକ ଆଉଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଗଣ୍ଡା ସମାଜ ସଭାପତି ଚନ୍ଦ୍ରଶେଖର ନାଗ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ କର୍ମଚାରୀ ଉପେନ୍ଦ୍ର ଛତ୍ରିଆ, ସରକାରୀ ଓକିଲ ସତ୍ୟନାରାୟଣ ରାଏ ଉପସ୍ଥିତ ଥିଲେ। ପ୍ରଥମ ଦିନରେ ୩ଟି ମ୍ୟାଚ ହୋଇଥିଲା। ପ୍ରଥମ ମ୍ୟାଚରେ ବଲାଙ୍ଗିର ସାନ (ଭି), ଦ୍ଵିତୀୟ ମ୍ୟାଚରେ କଣ୍ଟାବାଞ୍ଜି ଶେଖର ଇଲେଭେନ ଓ ତୃତୀୟ ମ୍ୟାଚରେ ବଲାଙ୍ଗିର ସାନ (ଭି) ବୀଜୟୀ ହୋଇଥିଲା।