ନକଲି କଲ୍ ଉପରେ ରୋକ ଲଗାଇବ ଟ୍ରାଇ
ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା): ନକଲି ତଥା ବାରମ୍ବାର କଲ୍ କରି ହଇରାଣ କରୁଥିବା ମାର୍କେଟିଂ କଲ୍କୁ ରୋକିବା ପାଇଁ ଦେଶରେ ବହୁ ବର୍ଷ ଧରି ନିୟମ ରହିଆସିଛି। ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) କ୍ରମାଗତ ଭାବରେ ଏହିପରି କଲ୍ ରୋକିବାକୁ ଚେଷ୍ଟା କରିଆସୁଛି। ମାତ୍ର ବର୍ତ୍ତମାନ ମଧ୍ୟ ମାର୍କେଟିଂ କମ୍ପାନୀଗୁଡିକ ଏହି ନିୟମକୁ ଊଲ୍ଲଂଘନ କରିଆସୁଛନ୍ତି। ଏଥିରେ ରୋକ ଲଗାଇବା ପାଇଁ ବର୍ତ୍ତମାନ ଟ୍ରାଇ ଏହି ନିୟମକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି, […] The post ନକଲି କଲ୍ ଉପରେ ରୋକ ଲଗାଇବ ଟ୍ରାଇ appeared first on Dharitri Odia News.
ଭୁବନେଶ୍ୱର,୧୯।୫ (ଅନୁରାଧା ମହାରଣା): ନକଲି ତଥା ବାରମ୍ବାର କଲ୍ କରି ହଇରାଣ କରୁଥିବା ମାର୍କେଟିଂ କଲ୍କୁ ରୋକିବା ପାଇଁ ଦେଶରେ ବହୁ ବର୍ଷ ଧରି ନିୟମ ରହିଆସିଛି। ଟେଲିକମ ରେଗୁଲେଟୋରୀ ଅଥରିଟି ଅଫ ଇଣ୍ଡିଆ (ଟ୍ରାଇ) କ୍ରମାଗତ ଭାବରେ ଏହିପରି କଲ୍ ରୋକିବାକୁ ଚେଷ୍ଟା କରିଆସୁଛି। ମାତ୍ର ବର୍ତ୍ତମାନ ମଧ୍ୟ ମାର୍କେଟିଂ କମ୍ପାନୀଗୁଡିକ ଏହି ନିୟମକୁ ଊଲ୍ଲଂଘନ କରିଆସୁଛନ୍ତି। ଏଥିରେ ରୋକ ଲଗାଇବା ପାଇଁ ବର୍ତ୍ତମାନ ଟ୍ରାଇ ଏହି ନିୟମକୁ ଅଧିକ କଡ଼ାକଡ଼ି କରିବାକୁ ନିଷ୍ପତ୍ତି ନେଇଛି, ଯାହା ଦ୍ୱାରା ଏହିପରି କଲ୍ରେ ପ୍ରତିବନ୍ଧକ ଲଗାଯାଇପାରିବ। ଏହିପରି କମ୍ପାନୀଗୁଡିକ ବିରୋଧରେ ଜରିମାନା ବୃଦ୍ଧି କରିବାକୁ ଟ୍ରାଇ ପ୍ରସ୍ତୁତ ହେଉଥିବା ସୂଚନା ରହିଛି।
ଟ୍ରାଇ ଅଧ୍ୟକ୍ଷ ଅନିଲ କୁମାର ଲାହୋତି ଶୁକ୍ରବାର କହିଛନ୍ତି ଯେ, ଏଭଳି କଲ୍ ରୋକିବା ପାଇଁ ଆମେ କଡ଼ା ବ୍ୟବସ୍ଥା ଏବଂ ନିୟମ ପ୍ରସ୍ତୁତ କରିଛୁ। କିଛି ଲୋକ ସିଷ୍ଟମର ଅପବ୍ୟବହାର କରୁଛନ୍ତି ଏହି କାରଣରୁ ମୋବାଇଲ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ତ୍ତମାନ ଏହି ସିଷ୍ଟମରେ ପରିବର୍ତ୍ତନ ଆଣିବାର ସମୟ ଆସିଛି ଖୁବ ଶୀଘ୍ର ଏହି ପରିପ୍ରେକ୍ଷୀରେ ଟ୍ରାଇ ଦ୍ୱାରା ଏକ ପରାମର୍ଶ ପତ୍ର ଜାରି କରାଯିବ। ଯାହାଦ୍ୱାରା ଲୋକଙ୍କ ମତାମତ ମଧ୍ୟ ନିଆଯାଇପାରିବ ।
ଅନିଲ କୁମାର ଲାହୋତି କହିଛନ୍ତି, ୧୦ ଅଙ୍କ ବିଶିଷ୍ଟ ମୋବାଇଲ ନମ୍ବରରୁ ପ୍ରମୋସନାଲ କଲ୍ କରିବାକୁ ଟ୍ରାଇ ବାରଣ କରିବ। ପ୍ରମୋସନାଲ କଲ୍ ପାଇଁ ସରକାର ୧୪୦ରୁ ଆରମ୍ଭ କରି ଏକ ସିରିଜ ଜାରି କରିଥିଲେ। ମାତ୍ର ଏହି ସମାନ ସିରିଜ ସେବା ଏବଂ କାରବାର କଲ ପାଇଁ ମଧ୍ୟ ବ୍ୟବହୃତ ହେଉଥିଲା। ତେଣୁ ସେବା ଏବଂ କାରବାର କଲ୍ ପାଇଁ ୧୬୦ରୁ ଏକ ସିରିଜ ଜାରି କରିବାକୁ ଆମେ ଟେଲିକମ ବିଭାଗକୁ ପ୍ରସ୍ତାବ ଦେଇଛୁ। ପ୍ରୋତ୍ସାହନମୂଳକ କଲ ପାଇଁ ଏହା ଏକ ପୃଥକ ସିରିଜ ସୃଷ୍ଟି କରିବ। ନୂଆ ସିରିଜ ଶୀଘ୍ର ଆରମ୍ଭ ହୋଇପାରେ ବୋଲି ସେ କହିଛନ୍ତି। ସୂଚନାଥାଉ କି, ନିକଟରେ ଏପରି ବିଭ୍ରାନ୍ତିକର କଲ୍ ବନ୍ଦ କରିବା ପାଇଁ ଗ୍ରାହକ ବ୍ୟାପାର ବିଭାଗ ମଧ୍ୟ ଡ୍ରାଫ୍ଟ ନିୟମ ଉପସ୍ଥାପନ କରିଥିଲା। ବ୍ୟବସାୟ କରିବାର ଏହା ଏକ ବେଆଇନ ଉପାୟ ବୋଲି ବିଭାଗ କହିଛି। ଅନିଲଙ୍କ କହିବାନୁସାରେ ସରକାରଙ୍କ ପ୍ରତ୍ୟେକ ବିଭାଗ ଏଭଳି କଲ୍ ବନ୍ଦ କରିବାକୁ ଚାହୁଁଛନ୍ତି। କଲିଂ ନେମ୍ ପ୍ରେଜେଣ୍ଟେଶନ ନେଇ ଟ୍ରାଇ ପକ୍ଷରୁ ପୂର୍ବରୁ ସୁପାରିସ କରାଯାଇଥିବା ସେ କହିଛନ୍ତି।
The post ନକଲି କଲ୍ ଉପରେ ରୋକ ଲଗାଇବ ଟ୍ରାଇ appeared first on Dharitri Odia News.