ନକଲି ଡାକ୍ତରଙ୍କ ୟୁଟ୍ୟୁବ୍ ଦେଖି ଅସଲି ସର୍ଜରୀ; ଷ୍ଟୋନ ଅପରେସନ ପରେ ଚାଲିଗଲା ନାବାଳକର ଜୀବନ
ପାଟନା: ନକଲି ଡାକ୍ତରଙ୍କ ଅସଲି ସର୍ଜରୀ । ୟୁଟ୍ୟୁବ ଦେଖି କଲେ ଅପରେସନ । ଚାଲିଗଲା ୧୫ ବର୍ଷୀୟ ନାବାଳକଙ୍କ ଜୀବନ । ଏଭଳି ଅଭାବନୀୟ ଏବଂ ଖମଖିଆଲି ଘଟଣା ଘଟିଛି ବିହାରରେ । ପେଟରୁ ଷ୍ଟୋନ୍ ଅପରେସନ ପରେ ନବାଳକର ମୃତ୍ୟୁ ହୋଇଛି । ପରେ ନକଲି ଡାକ୍ତର ଜଣଙ୍କ ହସ୍ପିଟାଲ ଛାଡ଼ି ଫେରାର ହୋଇଯାଇଛନ୍ତି ।ବିହାରର ସରଣ ଜିଲ୍ଲାର ମଢୋରା ଗାଁ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ନିଜ ୧୫ ବର୍ଷୀୟ ନାବାଳକ ପୁଅ ଚିକିତ୍ସା ପାଇଁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ପୁଅର ପେଟ ଦରଜ ଏବଂ ବନ୍ତି ହେଉଥିବା ନେଇ ସେଠାରେ ଥିବା ଡାକ୍ତରଙ୍କୁ ଜଣାଇଥିଲେ । ପରେ ନର୍ସିଂହୋମ୍ ଡାକ୍ତର ଛୋଟ ପିଲାର ପେଟରେ ପଥର ରହିଛି କହିବା ସହିତ ଅପରେସନ ପାଇଁ ପରାମର୍ଶ ଦେଇଥିଲେ । ନକଲି ଡାକ୍ତର ଜଣଙ୍କ ୧୫ ବର୍ଷୀୟ ନାବାଳକର ୟୁଟ୍ୟୁବ ଦେଖି କରି ଷ୍ଟୋନ୍ ଅପରେସନ କରିଥିଲେ । ଅସ୍ତ୍ରପଚାରର କିଛି ସମୟ ପରେ ପୁଅ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ନକଲି ଡାକ୍ତର କ୍ଲିନିକ୍ ବନ୍ଦ କରି ଫେରାର୍ ହୋଇଯାଇଛନ୍ତି । ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ ମଢୋରା ଥାନାରେ ଭୁବାଲପୁର ଗାଁର ଚନ୍ଦନ ସା ନିଜ ପୁଅ ଗୋଲୁ ନେଇ ଶୁକ୍ରବାର ରାତିରେ ଗଣପତି ସେବା ସଦନ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ଚନ୍ଦନ ସା ନିଜ ପୁଅର ବନ୍ତି ଏବଂ ପେଟ ଦରଜ ହେଉଛି ବୋଲି ଡାକ୍ତରଙ୍କୁ ଜଣାଇଥିଲେ । ମାତ୍ର ନକଲି ଡାକ୍ତର ପରିବାର ଲୋକଙ୍କ ବିନା ସହମତିରେ ୟୁଟ୍ୟୁବ
ପାଟନା: ନକଲି ଡାକ୍ତରଙ୍କ ଅସଲି ସର୍ଜରୀ । ୟୁଟ୍ୟୁବ ଦେଖି କଲେ ଅପରେସନ । ଚାଲିଗଲା ୧୫ ବର୍ଷୀୟ ନାବାଳକଙ୍କ ଜୀବନ । ଏଭଳି ଅଭାବନୀୟ ଏବଂ ଖମଖିଆଲି ଘଟଣା ଘଟିଛି ବିହାରରେ । ପେଟରୁ ଷ୍ଟୋନ୍ ଅପରେସନ ପରେ ନବାଳକର ମୃତ୍ୟୁ ହୋଇଛି । ପରେ ନକଲି ଡାକ୍ତର ଜଣଙ୍କ ହସ୍ପିଟାଲ ଛାଡ଼ି ଫେରାର ହୋଇଯାଇଛନ୍ତି ।
ବିହାରର ସରଣ ଜିଲ୍ଲାର ମଢୋରା ଗାଁ ଏଭଳି ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତି ନିଜ ୧୫ ବର୍ଷୀୟ ନାବାଳକ ପୁଅ ଚିକିତ୍ସା ପାଇଁ ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ପୁଅର ପେଟ ଦରଜ ଏବଂ ବନ୍ତି ହେଉଥିବା ନେଇ ସେଠାରେ ଥିବା ଡାକ୍ତରଙ୍କୁ ଜଣାଇଥିଲେ । ପରେ ନର୍ସିଂହୋମ୍ ଡାକ୍ତର ଛୋଟ ପିଲାର ପେଟରେ ପଥର ରହିଛି କହିବା ସହିତ ଅପରେସନ ପାଇଁ ପରାମର୍ଶ ଦେଇଥିଲେ । ନକଲି ଡାକ୍ତର ଜଣଙ୍କ ୧୫ ବର୍ଷୀୟ ନାବାଳକର ୟୁଟ୍ୟୁବ ଦେଖି କରି ଷ୍ଟୋନ୍ ଅପରେସନ କରିଥିଲେ । ଅସ୍ତ୍ରପଚାରର କିଛି ସମୟ ପରେ ପୁଅ ମୃତ୍ୟୁ ହୋଇଛି । ଏହି ଘଟଣା ପରେ ନକଲି ଡାକ୍ତର କ୍ଲିନିକ୍ ବନ୍ଦ କରି ଫେରାର୍ ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ, ଦୁଇ ଦିନ ପୂର୍ବରୁ ମଢୋରା ଥାନାରେ ଭୁବାଲପୁର ଗାଁର ଚନ୍ଦନ ସା ନିଜ ପୁଅ ଗୋଲୁ ନେଇ ଶୁକ୍ରବାର ରାତିରେ ଗଣପତି ସେବା ସଦନ ନର୍ସିଂହୋମରେ ଭର୍ତ୍ତି କରିଥିଲେ । ଚନ୍ଦନ ସା ନିଜ ପୁଅର ବନ୍ତି ଏବଂ ପେଟ ଦରଜ ହେଉଛି ବୋଲି ଡାକ୍ତରଙ୍କୁ ଜଣାଇଥିଲେ । ମାତ୍ର ନକଲି ଡାକ୍ତର ପରିବାର ଲୋକଙ୍କ ବିନା ସହମତିରେ ୟୁଟ୍ୟୁବ ଦେଖି କରି ଷ୍ଟୋନ ଅପରେସନ ଆରମ୍ଭ କରିଥିଲେ । ଚନ୍ଦନ ସାଙ୍କ ପରିବାର ଏହାକୁ ବିରୋଧୀ କରିବାରୁ ଡାକ୍ତର ମୁଁ ତୁମେ କହିଥିଲେ ନକଲି ଡାକ୍ତର । ସର୍ଜରୀ ପରେ ପିଲାଙ୍କୁ ମୃତ୍ୟୁ ହୋଇଛି । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । ନର୍ସିଂହୋମର କର୍ମଚାରୀଙ୍କୁ ପୋଲସ ଗିରଫ କରିଥିବା ବେଳେ ଫେରାରେ ନକଲି ଡାକ୍ତରକୁ ଖୋଜୁଛି ପୋଲିସ...