ନକଲି ବିଦେଶୀ ମଦ ଜବତ, ତିନି ଜଣ ଗିରଫ

ରାଉରକେଲା ୧୮।୦୩ : ନକଲି ବିଦେଶୀ ମଦ ଜବତ । ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଏହି ନକଲି ମଦ ଜବତ ହୋଇଛି । ଏହାସହ ଘଟଣାରେ ସଂପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ଅବକାରୀ ବିଭାଗ । ଖବର ଅନୁଯାୟୀ, ଝାଡଖଣ୍ଡରୁ ଦୁଇ ଶହ ଟଙ୍କାରେ କିଣି ରାଉରକେଲାରେ ୮୦୦ ଟଙ୍କାରେ ବିକ୍ରି କରୁଥିଲେ । ନାଇଟ ଗାର୍ଲ ନାଁରେ ନକଲି ବିଦେଶୀ ମଦର ଲେବୁଲ ମାରି କରୁଥିଲେ ବିକ୍ରି । ଏନେଇ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ଅବକାରୀ ବିଭାଗ କରିଥିଲା ଚଢାଉ । ଆଉ ଏହି ଚଢାଉରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି । ପ୍ରାୟ ୯୬ଟି ବୋତଲ ନକଲି ବିଦେଶୀ ମଦ ବୋତଲ, ପ୍ରଚୁର ଠିପି ଲେବୁଲ୍‌, ଗୋଟିଏ ସହ, ଗୋଟିଏ ବାଇକ୍‌ ଜବତ କରିଛି । ଏହାସହ ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ଅବକାରୀ ବିଭାଗ । 

ନକଲି ବିଦେଶୀ ମଦ ଜବତ, ତିନି ଜଣ ଗିରଫ

ରାଉରକେଲା ୧୮।୦୩ : ନକଲି ବିଦେଶୀ ମଦ ଜବତ । ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଏହି ନକଲି ମଦ ଜବତ ହୋଇଛି । ଏହାସହ ଘଟଣାରେ ସଂପୃକ୍ତ ଥିବା ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ଅବକାରୀ ବିଭାଗ । 

ଖବର ଅନୁଯାୟୀ, ଝାଡଖଣ୍ଡରୁ ଦୁଇ ଶହ ଟଙ୍କାରେ କିଣି ରାଉରକେଲାରେ ୮୦୦ ଟଙ୍କାରେ ବିକ୍ରି କରୁଥିଲେ । ନାଇଟ ଗାର୍ଲ ନାଁରେ ନକଲି ବିଦେଶୀ ମଦର ଲେବୁଲ ମାରି କରୁଥିଲେ ବିକ୍ରି । ଏନେଇ ଅବକାରୀ ବିଭାଗ ନିକଟରେ ଗୁଇନ୍ଦା ସୂଚନା ମିଳିଥିଲା । ଏହି ସୂଚନାକୁ ଆଧାର କରି ଅବକାରୀ ବିଭାଗ କରିଥିଲା ଚଢାଉ । ଆଉ ଏହି ଚଢାଉରେ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କରିଛି । ପ୍ରାୟ ୯୬ଟି ବୋତଲ ନକଲି ବିଦେଶୀ ମଦ ବୋତଲ, ପ୍ରଚୁର ଠିପି ଲେବୁଲ୍‌, ଗୋଟିଏ ସହ, ଗୋଟିଏ ବାଇକ୍‌ ଜବତ କରିଛି । ଏହାସହ ଘଟଣାରେ ସଂପୃକ୍ତ ତିନି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ରାଉରକେଲା ଅବକାରୀ ବିଭାଗ ।