ନକଲି ଶିକ୍ଷକଙ୍କୁ ବହିଷ୍କାର
ବଲାଙ୍ଗୀର,୨୮।୧: ବଲାଙ୍ଗୀର ଜିଲାରୁ ନକଲି ଶିକ୍ଷକ ଧରାପଡ଼ିଛନ୍ତି। ଜିଲାର ବଙ୍ଗୋମୁଣ୍ଡା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁକାନ୍ତ କୁମାର ମନ୍ତ୍ରୀ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ଶିକ୍ଷା ବିଭାଗ ତାଙ୍କ ଟିଚର ଟ୍ରେନିଂ ସାର୍ଟିଫିକେଟକୁ ଯାଞ୍ଚ ପାଇଁ ପଠାଇଥିଲା। ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିବା ପରେ ମାଧ୍ୟମକି ଶିକ୍ଷା ପରିଷଦ ଏ ନେଇ ଶିକ୍ଷା […] The post ନକଲି ଶିକ୍ଷକଙ୍କୁ ବହିଷ୍କାର appeared first on Dharitri Odia News.
ବଲାଙ୍ଗୀର,୨୮।୧: ବଲାଙ୍ଗୀର ଜିଲାରୁ ନକଲି ଶିକ୍ଷକ ଧରାପଡ଼ିଛନ୍ତି। ଜିଲାର ବଙ୍ଗୋମୁଣ୍ଡା ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ସୁକାନ୍ତ କୁମାର ମନ୍ତ୍ରୀ ନକଲି ସାର୍ଟିଫିକେଟ ଦେଇ ଚାକିରି କରୁଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ଶିକ୍ଷା ବିଭାଗ ତାଙ୍କ ଟିଚର ଟ୍ରେନିଂ ସାର୍ଟିଫିକେଟକୁ ଯାଞ୍ଚ ପାଇଁ ପଠାଇଥିଲା।
ମାଧ୍ୟମିକ ଶିକ୍ଷା ପରିଷଦ (ବିଏସ୍ଇ) ପକ୍ଷରୁ ସାର୍ଟିଫିକେଟ ଯାଞ୍ଚ ପରେ ତାହା ନକଲି ବୋଲି ଜଣାପଡ଼ିବା ପରେ ମାଧ୍ୟମକି ଶିକ୍ଷା ପରିଷଦ ଏ ନେଇ ଶିକ୍ଷା ବିଭାଗକୁ ଜଣାଇଥିଲା। ପରେ ବଙ୍ଗୋମୁଣ୍ଡା ବ୍ଲକ ଶିକ୍ଷା ଅଧିକାରୀ (ବିଇଓ) ସୁକାନ୍ତ କୁମାର ମନ୍ତ୍ରୀଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ତା’ ସହିତ ବଙ୍ଗୋମୁଣ୍ଡା ଥାନାରେ ଲିଖିତ ଭାବେ ତାଙ୍କ ନାଁରେ ଅଭିଯୋଗ ଦାଖଲ କରିଛନ୍ତି। ଶିକ୍ଷକ ଜଣକ ଫେରାର ଥିବା ଜଣାପଡ଼ିଛି।
The post ନକଲି ଶିକ୍ଷକଙ୍କୁ ବହିଷ୍କାର appeared first on Dharitri Odia News.