ନକ୍ସଲ କ୍ୟାମ୍ପ ଠାବ, ବିସ୍ଫୋରକ ସାମଗ୍ରୀ ଜବତ

ସର୍ଚ୍ଚ ଅପରେସନ୍‌ ବେଳେ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ ହୋଇଥିଲା। କ୍ୟାମ୍ପରୁ ୨ଟି IED, ୧୦ଟି ଡେଟୋନେଟର, ୩ଟି ପଲିଥିନ୍‌, ଇଲେକ୍ଟ୍ରି ତାର, କୁରାଢ଼ି, ଗୋଟିଏ ନକ୍ସଲ ବେଲ୍‌ଟ, ମାଓ ପତ୍ରିକା, ଲିଫ୍‌ଲେଟ, ଚପଲ, ଜୋତା, ୪ଟି କିଟ୍‌ବ୍ୟାଗ୍‌ ଓ ବିପୁଳ ପରିମାଣର ଔଷଧ ଜବତ କରିଥିଲେ ଯବାନ।

ନକ୍ସଲ କ୍ୟାମ୍ପ ଠାବ, ବିସ୍ଫୋରକ ସାମଗ୍ରୀ ଜବତ

ପୁଟ୍ରୀ ମହୁଲ ସଂରକ୍ଷିତ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ ହୋଇଛି। ସେଠାରୁ ବିପୁଳ ପରିମାଣରେ ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି। ଆଜି ଏନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସ୍‌ପି ଅଭିଳାଷ ଜି। ଏବେ ମଧ୍ୟ ସେହି ଜଙ୍ଗଲରେ କମ୍ୱିଂ ଚାଲିଥିବା ଜଣାପଡ଼ିଛି।

ଏମ୍‌. ରାମପୁର ଥାନା ପୁଟ୍ରୀ ମହୁଲ ସଂରକ୍ଷିତ ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିଲା। ଏ ସମ୍ପର୍କରେ ସୂଚନା ମିଳିବା ପରେ ଏସ୍‌ପି ଅଭିଳାଷ ଜି’ଙ୍କ ନିର୍ଦ୍ଦେଶରେ SOG, DVF ଓ CRPF ଯବାନମାନେ କମ୍ୱିଂ ଅପରେସନ୍‌ରେ ଯାଇଥିଲେ। ଯବାନଙ୍କୁ ଦେଖି ନକ୍ସଲମାନେ ଗୁଳି ଚଳାଇ ଥିଲେ। ଏହାର ଜବାବରେ ଯବାନମାନେ ଫାୟାରିଂ କରିଥିଲେ। ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା। ଶେଷରେ ନକ୍ସଲମାନେ ଛତ୍ର ଭଙ୍ଗ ଦେଇ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ତା’ପରେ ସର୍ଚ୍ଚ ଅପରେସନ୍‌ କରାଯାଇଥିଲା। କ୍ୟାମ୍ପରେ ୧୦ରୁ ଅଧିକ ନକ୍ସଲ ଥିଲେ।

ସର୍ଚ୍ଚ ଅପରେସନ୍‌ ବେଳେ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ଠାବ ହୋଇଥିଲା। କ୍ୟାମ୍ପରୁ ୨ଟି IED, ୧୦ଟି ଡେଟୋନେଟର, ୩ଟି ପଲିଥିନ୍‌, ଇଲେକ୍ଟ୍ରି ତାର, କୁରାଢ଼ି, ଗୋଟିଏ ନକ୍ସଲ ବେଲ୍‌ଟ, ମାଓ ପତ୍ରିକା, ଲିଫ୍‌ଲେଟ, ଚପଲ, ଜୋତା, ୪ଟି କିଟ୍‌ବ୍ୟାଗ୍‌ ଓ ବିପୁଳ ପରିମାଣର ଔଷଧ ଜବତ କରିଥିଲେ ଯବାନ। ବର୍ତ୍ତମାନ ମଧ୍ୟ କମ୍ବିଂ ଅପରେସନ ଜାରି ରହିଥିବା କଳାହାଣ୍ଡି ଏସ୍‌ପି ଅଭିଳାଷ ଜି ସୂଚନା ଦେଇଛନ୍ତି।

ରିପୋର୍ଟ- ଭବାନୀପାଟଣାରୁ ରାଜକୁମାର ସିଂ ଦେଓ