ନକ୍ସଲ ଦମନ ଅଭିଯାନରେ ଖତମ୍ ୩୧ ମାଓବାଦୀ
ଅମାବାସ୍ୟା ରାତିର ଘନ ଅନ୍ଧାରରେ ଲାଲଗଡ଼ରେ ପଶିଲେ, ଅନ୍ଧାଧୂନ ଫାୟାରିଂ କରି ଘଞ୍ଚ ଜଙ୍ଗଲରେ ୩୧ ମାଓବାଦୀଙ୍କୁ ନିପାତ କଲେ।
ଅମାବାସ୍ୟା ରାତିର ଘନ ଅନ୍ଧାରରେ ଲାଲଗଡ଼ରେ ପଶିଲେ, ଅନ୍ଧାଧୂନ ଫାୟାରିଂ କରି ଘଞ୍ଚ ଜଙ୍ଗଲରେ ୩୧ ମାଓବାଦୀଙ୍କୁ ନିପାତ କଲେ। ଛତିଶଗଡ଼ ଆବୁଝମାଡ୍ ଜଙ୍ଗଲରେ DRG ଏବଂ STF ମିଳିତ ଅପରେସନ, ନକ୍ସଲ ସଂଗଠନର ମେରୁଦଣ୍ଡକୁ ଦୋହଲାଇ ଦେଇଛି। କୁହାଯାଉଛି, ଏବର୍ଷ ଛତିଶଗଡ଼ରେ ଏହା ହେଉଛି ସବୁଠୁ ବଡ଼ ମାଓ ଅପରେସନ୍ । ଆଉ ଏ ହେଉଛି ସେହି ମାଓବାଦୀଙ୍କ ମୃତଦେହ । ଧାଡ଼ି ଧାଡ଼ି କରି ଛତିଶଗଡ଼ ଦନ୍ତେୱାଡ଼ା ଏସପିଙ୍କ ଅଫିସ ପରିସରରେ ରଖାଯାଇଛି ୩୧ଟି ଡେଡବଡ଼ି । ଜବତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରକୁ ବି ରଖାଯାଇଛି ସାଇତି କରି ।