ନକ୍ସଲଙ୍କ ବନ୍ଧୁକ କାରଖାନା ଠାବ, ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ କରୁଥିଲେ ବଡ଼ ଯୋଜନା
ମାଲକାନଗିରି : ନକ୍ସଲଙ୍କ ବନ୍ଧୁକ ତିଆରି କାରଖାନା ଠାବ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ CRPF କୋବ୍ରା ଯବାନ ଓ DRG ଯବାନଙ୍କ କମ୍ବିଂ ବେଳେ ମାଓବାଦୀଙ୍କ ବନ୍ଧୁକ ଓ ବିସ୍ପୋରକ ତିଆରି କାରଖାନା ଠାବ ହୋଇଛି । ଚିନ୍ତବାଗୁ ନଦୀ ତଟରେ ମାଓବାଦୀଙ୍କ ଏହି ଅସ୍ତ୍ର କାରଖାନା ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ବଡ଼ ଯୋଜନା କରୁଥିଲେ । ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର ପାଇଁ ବଡ଼ […] The post ନକ୍ସଲଙ୍କ ବନ୍ଧୁକ କାରଖାନା ଠାବ, ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ କରୁଥିଲେ ବଡ଼ ଯୋଜନା appeared first on KNews Odisha.

ମାଲକାନଗିରି : ନକ୍ସଲଙ୍କ ବନ୍ଧୁକ ତିଆରି କାରଖାନା ଠାବ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ CRPF କୋବ୍ରା ଯବାନ ଓ DRG ଯବାନଙ୍କ କମ୍ବିଂ ବେଳେ ମାଓବାଦୀଙ୍କ ବନ୍ଧୁକ ଓ ବିସ୍ପୋରକ ତିଆରି କାରଖାନା ଠାବ ହୋଇଛି । ଚିନ୍ତବାଗୁ ନଦୀ ତଟରେ ମାଓବାଦୀଙ୍କ ଏହି ଅସ୍ତ୍ର କାରଖାନା ଦେଖିବାକୁ ମିଳିଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ମାଓବାଦୀ ବଡ଼ ଯୋଜନା କରୁଥିଲେ । ପଞ୍ଚାୟତ ନିର୍ବାଚନକୁ ଭଣ୍ଡୁର ପାଇଁ ବଡ଼ ହିଂସାକାଣ୍ଡ ଘଟାଇବା ମଧ୍ୟ ସେମାନଙ୍କ ଯୋଜନା ଥିଲା । ତେବେ ଲାଲବାହିନୀ ଯୋଜନାକୁ ପଣ୍ଡ କରିଛନ୍ତି ସୁରକ୍ଷାବାହିନୀ । ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଗତିବିଧି ନେଇ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।
ସୂଚନା ଯୋଗ୍ୟ ଯେ ଜାନୁୟାରୀ ୨୩ରେ ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜଙ୍ଗଲରେ ମାଓବାଦୀଙ୍କ ବଡ଼ ଅସ୍ତ୍ରାଗାର ଠାବ ହୋଇଥିଲା । ଏକ ମାଓ ବିରୋଧୀ ଅଭିଯାନରେ, ୨୦୩ କୋବ୍ରା ବାଟାଲିୟନ ଏବଂ ୧୩୧ ବାଟାଲିୟନ CRPFର ଏକ ମିଳିତ ଦଳ ସୁକମା ଜିଲ୍ଲାର ମେଟାଗୁଡେମ ଏବଂ ଡୁଲେରରେ ଥିବା ଜଙ୍ଗଲରେ ବିସ୍ଫୋରକ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ତିଆରି ଉପକରଣର ଗଚ୍ଛିତ ସ୍ଥାନକୁ ସଫଳତାର ସହ ଠାବ କରିଥିଲେ । ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ପରେ ଏକ ବଡ଼ ଅପରେସନ ଆରମ୍ଭ କରିଥିଲେ ।
ଆହୁରି ପଢ଼ନ୍ତୁ : ୧୩ କୁଇଣ୍ଟାଲ ୨୬ କେଜି ଗଞ୍ଜେଇ ସହ ପିକଅପ୍ ଭ୍ୟାନ ଜବତ
The post ନକ୍ସଲଙ୍କ ବନ୍ଧୁକ କାରଖାନା ଠାବ, ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ କରୁଥିଲେ ବଡ଼ ଯୋଜନା appeared first on KNews Odisha.