ନକ୍ସଲଙ୍କ ବର୍ବରକାଣ୍ଡ; ବିଜେପି କର୍ମୀଙ୍କୁ ହତ୍ୟା

ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ବିଜେପି କର୍ମୀଙ୍କୁ ଘରୁ ଡାକି ନେଇଥିଲେ।

ନକ୍ସଲଙ୍କ ବର୍ବରକାଣ୍ଡ; ବିଜେପି କର୍ମୀଙ୍କୁ ହତ୍ୟା

ନକ୍ସଲଙ୍କ ବର୍ବରକାଣ୍ଡ। ଘରୁ ଡାକିନେଇ ବିଜେପି କର୍ମୀଙ୍କୁ ହତ୍ୟା କଲେ ନକ୍ସଲ। ଏପରି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ। ମୃତ ବିଜେପି କର୍ମୀ ଜଣଙ୍କ ହେଲେ ମାଣ୍ଡେରାମ ଫୁଡ଼ିଆମୀ।

ଗତକାଲି ରାତିରେ କିଛି ସଶସ୍ତ୍ର ନକ୍ସଲ ବିଜେପି କର୍ମୀଙ୍କୁ ଘରୁ ଡାକି ନେଇଥିଲେ। ପରେ ତାଙ୍କୁ ହତ୍ୟା କରି କୁଟୁର ଥାନା ଅନ୍ତର୍ଗତ ସମନପଲ୍ଲୀ ଗାଁ ନିକଟରେ ପକାଇ ପଳାଇ ଯାଇଥିଲେ।  ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେବା ସହ ପରିବାର ଲୋକଙ୍କୁ ଜଣାଇଥିଲେ। 

ନକ୍ସଲ ମାନେ ମୃତଦେହ ନିକଟରେ ଏକ ପୋଷ୍ଟର ଛାଡ଼ି ଯାଇଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ କରୁଛି। ପୁଲିସ ଇନଫର୍ମର ସନ୍ଦେହରେ ନକ୍ସଲ ମାଣ୍ଡେରାମ ଫୁଡ଼ିଆମୀଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି।