ନଦୀରେ ଗାଧୋଇବା ହେଲା କାଳ, ଦେବୀ ନଦୀରେ ବୁଡି ୩ ନାବାଳକ ମୃତ
ନନ୍ଦିଘୋଷ ବ୍ୟୁରୋ: ନଦୀରେ ଗାଧୋଇବାବେଳେ ବୁଡି ୩ ନାବାଳକ ମୃତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଲିଡିଆ ଗାଁ ନିକଟବର୍ତ୍ତୀ... The post ନଦୀରେ ଗାଧୋଇବା ହେଲା କାଳ, ଦେବୀ ନଦୀରେ ବୁଡି ୩ ନାବାଳକ ମୃତ appeared first on .
ନନ୍ଦିଘୋଷ ବ୍ୟୁରୋ: ନଦୀରେ ଗାଧୋଇବାବେଳେ ବୁଡି ୩ ନାବାଳକ ମୃତ। ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ବାଲିଡିଆ ଗାଁ ନିକଟବର୍ତ୍ତୀ ଦେବୀ ନଦୀରେ ୩ ନାବାଳକ ଗାଧୋଇବାବେଳେ ବୁଡି ଯାଇ ମୃତ୍ଯୁ ହୋଇଛି। ବୁଡି ଯାଇଥିବା ଖବର ପାଇ ଗୁରୁତର ଅବସ୍ଥାରେ ୩ ନାବାଳକଙ୍କୁ ମୁମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ ଅଗ୍ନିଶମବାହିନୀ ଟିମ। ତାଙ୍କୁ ତୁରନ୍ତ ଚିକିତ୍ସା ଲାଗି ଅସ୍ତରଙ୍ଗ ପରେ ଚାରିଛକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତର ସମସ୍ତ ୩ ନାବାଳକଙ୍କୁ ମୃତ ଘୋଷଣା କରିଛନ୍ତି। ୩ ନାବାଳକ ରୋହନ ବେହେରା , କାନ୍ହା ବେହେରା , ଓମ୍ ବେହେରା ବୋଲି ଜଣାପଡିଛି। ଦିନ ୧୧ଟା ସମୟରେ ଗାଧୋଇବାକୁ ଯାଇ ଆଉ ଘରକୁ ଫେରି ନଥିଲେ। ଘର ଲୋକ ଦେବୀ ନଦୀ ନିକଟରେ ଖୋଜାଖୋଜି କରିବା ପରେ ପାଇନଥିଲେ। ଏହାପରେ ଅଗ୍ନିଶମବାହିନୀକୁ ଖବର ଦେଇଥିଲେ। ଘଟଣାକୁ ନେଇ ଅସ୍ତରଙ୍ଗ ଅଂଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
The post ନଦୀରେ ଗାଧୋଇବା ହେଲା କାଳ, ଦେବୀ ନଦୀରେ ବୁଡି ୩ ନାବାଳକ ମୃତ appeared first on .