ନଦୀରେ ପଶି ଦେଖାଉଥିଲେ ନାବାଳିକାର ନିଖୋଜ ଖବର, ସାମ୍ବାଦିକଙ୍କ ସହ ଘଟିଲା କିଛି ଏମିତି...

ନୂଆଦିଲ୍ଲୀ: ଖବର ଆସିଥିଲା ଜଣେ ୧୩ ବର୍ଷର ନାବାଳିକା ନଦୀକୁ ପହଁରିବାକୁ ଯାଇ ନିଖୋଜ ହୋଇଯାଇଛି। କାଳେ ବୁଡ଼ି ଯାଇଥିବ ଆଶଙ୍କା କରି ଉଦ୍ଧାରକାରୀ ଟିମ୍ ମଧ୍ୟ ଖୋଜାଖୋଜି ଖୋଜାଖୋଜିରେ ଲାଗିପଡ଼ିଥିଲେ। କିନ୍ତୁ କୌଣସି ସନ୍ଧାନ ମିଳୁନଥିଲା। ସେପଟେ ଜଣେ ସାମ୍ବାଦିକ ଏହି ଘଟଣାର ରିପୋର୍ଟିଂ କରୁଥାନ୍ତି। ତାହାବି ପୁଣି ନଦୀ ଭିତରେ ପଶି। ହେଲେ ଏହି ସମୟରେ କିଛି ସାମ୍ବାଦିକଙ୍କ ସହ ଘଟିଥିଲା କିଛି ଚକିତ କରିଦେବା ଭଳି ଘଟଣା। ଯାହା ତାଙ୍କୁ ଖୁବ୍ ଭୟଭୀତ କରାଇଦେଇଥିଲା। ସେ ସଙ୍ଗେ ସଙ୍ଗେ ପାଣିରୁ ବାହାରକୁ ବାହାରି ଆସିଥିଲେ। ଖୋଜା ଖୋଜି ପରେ ସେହି ସ୍ଥାନରୁ ଯାହା ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଥିଲା। ସେଠାରେ ବୁଡ଼ି ରହିଥିଲା ସେହି ନାବାଳିକାର ମରଶରୀର। ଏ ଘଟଣା ବ୍ରାଜିଲ ମାରାନହାଓ ରାଜ୍ୟର ହୋଇଥିବା ଜୁନ୍‌ ୩୦ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ରାଇସା ନାମକ ଜଣେ ୧୩ ବର୍ଷୀୟା ନାବାଳିକା ଗତ ଜୁନ୍‌ ୩୦ ତାରିଖରେ ମାରାନହାଓ ରାଜ୍ୟର ମିଆର୍ମ ନଦୀକୁ ପହଁରିବାକୁ ଯାଇଥିଲେ। ହେଲେ ସେଠାରୁ ସେ ନିଖୋଜ ହୋଇଯାଇଥିଲେ। ନିଖୋଜ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ନଦୀରେ ଭାସିଯାଇଥିବା ଆଶଙ୍କା କରି ଉଦ୍ଧାରକାରୀ ଟିମ୍ ମଧ୍ୟ ତାଙ୍କୁ ଖୋଜିବାରେ ଲାଗିଥିଲେ।  ମାତ୍ର କୌଣସି ଖବର ମିଳିନଥିଲା। ଏହି ସମୟରେ ଲେନିଲଡୋ ଫ୍ରାଜାଓ ନାମକ ଜଣେ ସାମ୍ବ

ନଦୀରେ ପଶି ଦେଖାଉଥିଲେ ନାବାଳିକାର ନିଖୋଜ ଖବର, ସାମ୍ବାଦିକଙ୍କ ସହ ଘଟିଲା କିଛି ଏମିତି...

ନୂଆଦିଲ୍ଲୀ: ଖବର ଆସିଥିଲା ଜଣେ ୧୩ ବର୍ଷର ନାବାଳିକା ନଦୀକୁ ପହଁରିବାକୁ ଯାଇ ନିଖୋଜ ହୋଇଯାଇଛି। କାଳେ ବୁଡ଼ି ଯାଇଥିବ ଆଶଙ୍କା କରି ଉଦ୍ଧାରକାରୀ ଟିମ୍ ମଧ୍ୟ ଖୋଜାଖୋଜି ଖୋଜାଖୋଜିରେ ଲାଗିପଡ଼ିଥିଲେ। କିନ୍ତୁ କୌଣସି ସନ୍ଧାନ ମିଳୁନଥିଲା। ସେପଟେ ଜଣେ ସାମ୍ବାଦିକ ଏହି ଘଟଣାର ରିପୋର୍ଟିଂ କରୁଥାନ୍ତି। ତାହାବି ପୁଣି ନଦୀ ଭିତରେ ପଶି। 

ହେଲେ ଏହି ସମୟରେ କିଛି ସାମ୍ବାଦିକଙ୍କ ସହ ଘଟିଥିଲା କିଛି ଚକିତ କରିଦେବା ଭଳି ଘଟଣା। ଯାହା ତାଙ୍କୁ ଖୁବ୍ ଭୟଭୀତ କରାଇଦେଇଥିଲା। ସେ ସଙ୍ଗେ ସଙ୍ଗେ ପାଣିରୁ ବାହାରକୁ ବାହାରି ଆସିଥିଲେ। ଖୋଜା ଖୋଜି ପରେ ସେହି ସ୍ଥାନରୁ ଯାହା ମିଳିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଦେଇଥିଲା। ସେଠାରେ ବୁଡ଼ି ରହିଥିଲା ସେହି ନାବାଳିକାର ମରଶରୀର। ଏ ଘଟଣା ବ୍ରାଜିଲ ମାରାନହାଓ ରାଜ୍ୟର ହୋଇଥିବା ଜୁନ୍‌ ୩୦ରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ରାଇସା ନାମକ ଜଣେ ୧୩ ବର୍ଷୀୟା ନାବାଳିକା ଗତ ଜୁନ୍‌ ୩୦ ତାରିଖରେ ମାରାନହାଓ ରାଜ୍ୟର ମିଆର୍ମ ନଦୀକୁ ପହଁରିବାକୁ ଯାଇଥିଲେ। ହେଲେ ସେଠାରୁ ସେ ନିଖୋଜ ହୋଇଯାଇଥିଲେ। ନିଖୋଜ ଖବର ପାଇ ପୋଲିସ ସେଠାରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ନଦୀରେ ଭାସିଯାଇଥିବା ଆଶଙ୍କା କରି ଉଦ୍ଧାରକାରୀ ଟିମ୍ ମଧ୍ୟ ତାଙ୍କୁ ଖୋଜିବାରେ ଲାଗିଥିଲେ।  ମାତ୍ର କୌଣସି ଖବର ମିଳିନଥିଲା। 

ଏହି ସମୟରେ ଲେନିଲଡୋ ଫ୍ରାଜାଓ ନାମକ ଜଣେ ସାମ୍ବାଦିକ ଖବର ଦେଖାଇବାକୁ ପହଞ୍ଚିଥିଲେ। ସେ ନିଜେ ନଦୀ ଭିତରକୁ ପଶି ଏହି ଖବର ପରିବେଷଣ କରିଥିଲେ। ନଦୀ ଭିତରେ ପଶି ସାମ୍ବାଦିକ ଜଣକ ଦେଖାଉଥିଲେ ଯେ, ନଦୀରେ ସ୍ରୋତ କେତେ ପ୍ରଖର । ଯାହା ଝିଅଟିର ଉଦ୍ଧାରରେ ବାଧକ ସାଜୁଥିଲା। ହେଲେ 

ଏହି ସମୟରେ ପାଣିରେ ତାଙ୍କ ଗୋଡ଼ରେ କିଛି ସ୍ପର୍ଶ ହୋଇଥିଲା। ଆଉ ସେ ପଡ଼ିଯାଇଥିଲେ। ଯାହା ତାଙ୍କୁ ଖୁବ୍ ଭୟଭୀତ କରାଇଥିଲା। ଫ୍ରାଜାଓ ଭୟଭୀତ ହୋଇ ନଦୀରୁ ବାହାରି ଆସିଲେ। ସେ ଯଦିବା ଜାଣିପାରିନଥିଲେ ଯେ, ଏହା କ’ଣ ? ତଥାପି ସେ କିଛି ଅଘଟଣର ଆଶଙ୍କା କରୁଥିଲେ। ତେବେ ସେ ନଦୀରୁ ବାହାରି ଆସି ଏ ସମ୍ପର୍କରେ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ଅଧିକାରୀମାନଙ୍କୁ କହିଥିଲେ। ସେମାନେ ସେହି ସ୍ଥାନକୁ ଯାଇ ଖୋଜିବାରୁ ରାଇସାର ମୃତଦେହ ମିଳିଥିଲା। ଯାହାକୁ ଦେଖି ଫ୍ରାଜାଓ ବିଚଳିତ ହୋଇଯାଇଥିଲେ। 

ସୋସିଆଲ ମିଡିଆରେ ସାମ୍ବାଦିକଙ୍କ ଏକ ଭିଡିଓରେ ଫ୍ରାଜାଓ ନଦୀ ଭିତରେ ପଶି ରିପୋର୍ଟିଂ କରୁଥିବାର ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ସେ ଅଣ୍ଟେ ପାଣିରେ ପଶି ରିପୋର୍ଟିଂ କରୁଛନ୍ତି ଏବଂ ଆଉ ଏହି ସମୟରେ ତାଙ୍କ ଗୋଡ଼ରେ କିଛି ବାଜିବାରୁ ସେ ଝୁଣ୍ଟିପଡ଼ିଛନ୍ତି ଆଉ ଡରିଯାଇ ବାହାରକୁ ବାହାରି ଆସୁଛନ୍ତି। 




ପ୍ରାଜାଓ କହିଥିଲେ ‘‘ବୋଧହୁଏ ତାହା ଏକ ହାତ ଥିଲା। କିମ୍ବା କୌଣସି ମାଛ । ତେବେ ଏହା ପରେ ମୁଁ ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଜଣାଇଥିଲି। ଆଉ ସେମାନେ ସେହି ସ୍ଥାନରୁ ହିଁ ଝିଅଟିର ମୃତଦେହ ଉଦ୍ଧାର କରିଥିଲେ। ନଦୀରେ ସେହି ଦିନ ମୁଁ ଯାହା ଅନୁଭବ କରିଥିଲି ତାହା ମୁଁ କେବେ ଭୁଲିପାରିବି ନାହିଁ।’’ ସେପଟେ ଲୋକମାନେ ଫ୍ରାଜାଓଙ୍କ ଉପସ୍ଥିତ ବୁଦ୍ଧି ପାଇଁ ତାଙ୍କୁ ପ୍ରଶଂସା କରୁଛନ୍ତି ଏବଂ ଏଭଳି ଘଟଣା ଯେପରି ଆଗକୁ ନଘଟେ ସେତିପାଇଁ ସତର୍କ ରହିବାକୁ କହିଛନ୍ତି।