ନଦୀରେ ବୁଡ଼ିଗଲେ ୪ ନାବାଳକ ,୧ ମୃତ ୩ ଉଦ୍ଧାର
ବସ୍ତା : ବାଲିଆପାଳ ସୁବର୍ଣ୍ଣରେଖା ନଦୀରେ ବୁଡ଼ିଗଲେ ୪ ନାବାଳକ । ଗାଧୋଇବାକୁ ଯାଇଥିବା ବେଳେ ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ପଞ୍ଚାୟତର ସର୍ଦ୍ଦାରସାହିରେ ଏହି ଅଘଟଣ ଘଟିଛି । ଭାସି ଯାଉଥିବା ସମୟରେ ନଦୀରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ହେଲେ ସର୍ଦ୍ଦାର ସାହିର ସୁବାସ ରାଣାଙ୍କ ପୁଅ ତାପସ ରଣା । ତାପସ ସାହିର ଅନ୍ୟ ୩ ଜଣ ସାଙ୍ଗଙ୍କ […]

ବସ୍ତା : ବାଲିଆପାଳ ସୁବର୍ଣ୍ଣରେଖା ନଦୀରେ ବୁଡ଼ିଗଲେ ୪ ନାବାଳକ । ଗାଧୋଇବାକୁ ଯାଇଥିବା ବେଳେ ବାଲିଆପାଳ ଥାନା ଅନ୍ତର୍ଗତ ଅସ୍ତି ପଞ୍ଚାୟତର ସର୍ଦ୍ଦାରସାହିରେ ଏହି ଅଘଟଣ ଘଟିଛି । ଭାସି ଯାଉଥିବା ସମୟରେ ନଦୀରୁ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିବାବେଳେ ଅନ୍ୟ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ ନାବାଳକ ହେଲେ ସର୍ଦ୍ଦାର ସାହିର ସୁବାସ ରାଣାଙ୍କ ପୁଅ ତାପସ ରଣା । ତାପସ ସାହିର ଅନ୍ୟ ୩ ଜଣ ସାଙ୍ଗଙ୍କ ସହିତ ନଦୀକୁ ଗାଧୋଇବାକୁ ଯାଇଥିଲେ । ତେବେ ଏବେ ଲଘୁଚାପ ଜନିତ ବର୍ଷାରେ ନଦୀର ଜଳସ୍ରୋତ ବଢୁଥିବାରୁ ସମସ୍ତେ ପ୍ରଖର ସୁଅରେ ଭାସି ଯାଇଥିଲେ । ଚିତ୍କାର ଶୁଣି ସ୍ଥାନୀୟ ଲୋକେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। କିନ୍ତୁ ଜଣେ ନାବାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଘଟଣା ସ୍ଥଳରେ ବାଲିଆପାଳ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।