ନନା ବାଲେଶ୍ୱରରୁ ପ୍ରାର୍ଥୀ ହେବା ପରେ ସ୍ବାଧୀନ ଲଢ଼ିବେ କହିଲେ ଖାରବେଳ

ଭୁବନେଶ୍ୱର,୨୫।୩: ଭାଜପାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବାଲେଶ୍ୱର ଲୋକ ସଭା ଆସନରୁ ଦଳ ପ୍ରତାପ ଷଡ଼ଙ୍ଗୀକୁ ପ୍ରାର୍ଥୀ କରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି, ଗତଥର କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଖାରବେଳ ସ୍ବାଇଁ। ସେ ଚଳିତ ବର୍ଷ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ କହିଛନ୍ତି। ପରେ ଜିତିଲେ ଭାଜପାରେ ଯୋଗ ଦେବେ, ଗତଥର ସେ କନ୍ଧମାଳରୁ ନିର୍ବାଚନ ଲଢ଼ିଥିବା ବେଳେ ଚଳିତ ବର୍ଷ ବାଲେଶ୍ୱରରୁ ଟିକେଟ୍‌ ଆଶାୟୀ ଥିଲେ। ଏ ନେଇ […] The post ନନା ବାଲେଶ୍ୱରରୁ ପ୍ରାର୍ଥୀ ହେବା ପରେ ସ୍ବାଧୀନ ଲଢ଼ିବେ କହିଲେ ଖାରବେଳ appeared first on Dharitri Odia News.

ନନା ବାଲେଶ୍ୱରରୁ ପ୍ରାର୍ଥୀ ହେବା ପରେ ସ୍ବାଧୀନ ଲଢ଼ିବେ କହିଲେ ଖାରବେଳ

ଭୁବନେଶ୍ୱର,୨୫।୩: ଭାଜପାର ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ବାଲେଶ୍ୱର ଲୋକ ସଭା ଆସନରୁ ଦଳ ପ୍ରତାପ ଷଡ଼ଙ୍ଗୀକୁ ପ୍ରାର୍ଥୀ କରିବା ପରେ ନିଜର ପ୍ରତିକ୍ରିୟା ରଖିଛନ୍ତି, ଗତଥର କନ୍ଧମାଳ ଏମ୍‌ପି ପ୍ରାର୍ଥୀ ଖାରବେଳ ସ୍ବାଇଁ। ସେ ଚଳିତ ବର୍ଷ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ିବା ନେଇ କହିଛନ୍ତି। ପରେ ଜିତିଲେ ଭାଜପାରେ ଯୋଗ ଦେବେ, ଗତଥର ସେ କନ୍ଧମାଳରୁ ନିର୍ବାଚନ ଲଢ଼ିଥିବା ବେଳେ ଚଳିତ ବର୍ଷ ବାଲେଶ୍ୱରରୁ ଟିକେଟ୍‌ ଆଶାୟୀ ଥିଲେ। ଏ ନେଇ ସେ ପୂର୍ବରୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଥିଲେ।

ନନାଙ୍କୁ ମିଳିବନି କି ଭାଜପା ଟିକେଟ୍‌? ଏଥର ପ୍ରତାପ ଆଉ ଜିତିବେନିି କହିଲେ ଖାରବେଳ

ତେବେ ଏ ବର୍ଷ ପାର୍ଟି ଟିକେଟ୍‌ ନ ଦେବାରୁ ସେ କନ୍ଧମାଳ ଯିବେନି ବାଲେଶ୍ୱରରୁ ସ୍ବାଧୀନରେ ନିର୍ବାଚନ ଲଢ଼ିବେ ଜିତିଲେ ଭାଜପାରେ ଯୋଗଦେବାକୁ କହିଛନ୍ତି। ଭାଜପା ସେ ଛାଡିବେନି ଯଦି ଦଳ ତାଙ୍କୁ ବହିଷ୍କାର କରିବ କରୁ ବୋଲି ସେ କହିଛନ୍ତି। କିଛି କୁଚକ୍ରୀ ଗୋଷ୍ଠୀ ତାଙ୍କ ଟିକେଟ୍‌ କଟିବାର କାରଣ ବୋଲି ଖାରବେଳ କହିଛନ୍ତି। ତେବେ ପ୍ରାର୍ଥୀ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ତାଙ୍କ ନାଁ ଦିଲ୍ଲୀ ପଠାଇଥିବାରୁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

The post ନନା ବାଲେଶ୍ୱରରୁ ପ୍ରାର୍ଥୀ ହେବା ପରେ ସ୍ବାଧୀନ ଲଢ଼ିବେ କହିଲେ ଖାରବେଳ appeared first on Dharitri Odia News.