ନନ୍ଦନକାନନକୁ ଆସିଲା ଉଦ୍ଧାର ଶାଗୁଣା, ଶାରୀ
ବାରଙ୍ଗ,୨୬।୨(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ରବିବାର ଉଦ୍ଧାର ହୋଇ ଗୋଟିଏ ଶାଗୁଣା ଓ ଗୋଟିଏ ଶାରୀ ଆସିଛି। ସୂଚନା ଯୋଗ୍ୟ, ଠାକୁରମୁଣ୍ଡା କରଞ୍ଜିଆ ରେଞ୍ଜରୁ ଉଦ୍ଧାର ହୋଇ ଏକ ଧଳାପିଠିଆ ଶାଗୁଣା ନନ୍ଦନକାନନକୁ ଆସିଛି। ଶାଗୁଣାକୁ ଏଠାକାର ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ସହ ଡାକ୍ତରଙ୍କ ସ୍ବତନ୍ତ୍ର ଦୃଷ୍ଟିରେ ରଖାଯାଇଛି। ଶାଗୁଣାଟି ଆସିବା ପରେ ଏମାନଙ୍କ ପ୍ରଜାତି ସଂଖ୍ୟା ନନ୍ଦନକାନନରେ ୨କୁ ବୃଦ୍ଧି ପାଇଛି। ସେହିପରି ପ୍ରାଣୀ ଉଦ୍ୟାନ ପରିସରରେ ପର୍ଯ୍ୟଟକମାନେ ହାତୀଶାଳ ନିକଟରେ ହାତୀକୁ […] The post ନନ୍ଦନକାନନକୁ ଆସିଲା ଉଦ୍ଧାର ଶାଗୁଣା, ଶାରୀ appeared first on Dharitri Odia News.
ବାରଙ୍ଗ,୨୬।୨(ଲିଙ୍ଗରାଜ ରାଉତ): ପ୍ରାଣୀ ଉଦ୍ୟାନ ନନ୍ଦନକାନନକୁ ରବିବାର ଉଦ୍ଧାର ହୋଇ ଗୋଟିଏ ଶାଗୁଣା ଓ ଗୋଟିଏ ଶାରୀ ଆସିଛି। ସୂଚନା ଯୋଗ୍ୟ, ଠାକୁରମୁଣ୍ଡା କରଞ୍ଜିଆ ରେଞ୍ଜରୁ ଉଦ୍ଧାର ହୋଇ ଏକ ଧଳାପିଠିଆ ଶାଗୁଣା ନନ୍ଦନକାନନକୁ ଆସିଛି। ଶାଗୁଣାକୁ ଏଠାକାର ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ସହ ଡାକ୍ତରଙ୍କ ସ୍ବତନ୍ତ୍ର ଦୃଷ୍ଟିରେ ରଖାଯାଇଛି। ଶାଗୁଣାଟି ଆସିବା ପରେ ଏମାନଙ୍କ ପ୍ରଜାତି ସଂଖ୍ୟା ନନ୍ଦନକାନନରେ ୨କୁ ବୃଦ୍ଧି ପାଇଛି। ସେହିପରି ପ୍ରାଣୀ ଉଦ୍ୟାନ ପରିସରରେ ପର୍ଯ୍ୟଟକମାନେ ହାତୀଶାଳ ନିକଟରେ ହାତୀକୁ ଦେଖୁଥିବାବେଳେ ପାଖରେ ଥିବା ଏକ ଶାରୀକୁ କିଛି ପକ୍ଷୀ ଆକ୍ରମଣ କରୁଥିଲେ। ପର୍ଯ୍ୟଟକ ଏହା ଦେଖି ସେଠାରେ ଡ୍ୟୁଟି କରୁଥିବା ନନ୍ଦକାନନ କର୍ମଚାରୀ ଶାରୀ ଉଦ୍ଧାର କରି ପ୍ରାଣୀ ଚିକିତ୍ସାଳୟକୁ ହସ୍ତାନ୍ତର କରିଥିଲେ।
The post ନନ୍ଦନକାନନକୁ ଆସିଲା ଉଦ୍ଧାର ଶାଗୁଣା, ଶାରୀ appeared first on Dharitri Odia News.