ନନ୍ଦନକାନନରେ କମିଲା ବାଘ ସଂଖ୍ୟା: ଆଖି ବୁଜିଲା ରୂପା-କୃଷ୍ଣାଙ୍କ ଗର୍ଭରୁ ଜନ୍ମିତ ଧଳା ଶାବକ

ଭୁବନେଶ୍ୱର,୨ା୬: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ସନ୍ଧ୍ୟାରେ ଏକ ଧଳା ବାଘଛୁଆଙ୍କର ମୃତ୍ୟୁ ହୋଇଛି। ଗତ ବର୍ଷ ନଭେମ୍ବର ୨ରେ ମେଲାନିଷ୍ଟିକ ବାଘ କୃଷ୍ଣା ଏବଂ ଧଳା ବାଘ ରୂପାଙ୍କ ଗର୍ଭରେ ଜନ୍ମ ହୋଇଥିବା ତିନୋଟି ମଧ୍ୟରୁ ଏହି ଛୁଆଟି ଗୋଟିଏ। ସରକାରୀ ସୂତ୍ର ଅନୁଯାୟୀ, ଶାବକଟି ପଙ୍ଗୁ ହେବାର ଲକ୍ଷଣ ଦେଖାଇବା ପରେ ଚଳିତ ବର୍ଷ ମାର୍ଚ୍ଚ ମାସରୁ ପଶୁଚିକିତ୍ସା ତତ୍ତ୍ୱାବଧାନରେ ଥିଲା। ଏହା ଔଷଧ, ଡାଇଗ୍ନୋଷ୍ଟିକ ଇମେଜିଂ ଏବଂ ପୁଷ୍ଟିକର ସହାୟତା ସହିତ ଚିକିତ୍ସା […] The post ନନ୍ଦନକାନନରେ କମିଲା ବାଘ ସଂଖ୍ୟା: ଆଖି ବୁଜିଲା ରୂପା-କୃଷ୍ଣାଙ୍କ ଗର୍ଭରୁ ଜନ୍ମିତ ଧଳା ଶାବକ appeared first on Dharitri Odia News.

ନନ୍ଦନକାନନରେ କମିଲା ବାଘ ସଂଖ୍ୟା: ଆଖି ବୁଜିଲା ରୂପା-କୃଷ୍ଣାଙ୍କ ଗର୍ଭରୁ ଜନ୍ମିତ ଧଳା ଶାବକ

ଭୁବନେଶ୍ୱର,୨ା୬: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ରବିବାର ସନ୍ଧ୍ୟାରେ ଏକ ଧଳା ବାଘଛୁଆଙ୍କର ମୃତ୍ୟୁ ହୋଇଛି। ଗତ ବର୍ଷ ନଭେମ୍ବର ୨ରେ ମେଲାନିଷ୍ଟିକ ବାଘ କୃଷ୍ଣା ଏବଂ ଧଳା ବାଘ ରୂପାଙ୍କ ଗର୍ଭରେ ଜନ୍ମ ହୋଇଥିବା ତିନୋଟି ମଧ୍ୟରୁ ଏହି ଛୁଆଟି ଗୋଟିଏ।

ସରକାରୀ ସୂତ୍ର ଅନୁଯାୟୀ, ଶାବକଟି ପଙ୍ଗୁ ହେବାର ଲକ୍ଷଣ ଦେଖାଇବା ପରେ ଚଳିତ ବର୍ଷ ମାର୍ଚ୍ଚ ମାସରୁ ପଶୁଚିକିତ୍ସା ତତ୍ତ୍ୱାବଧାନରେ ଥିଲା। ଏହା ଔଷଧ, ଡାଇଗ୍ନୋଷ୍ଟିକ ଇମେଜିଂ ଏବଂ ପୁଷ୍ଟିକର ସହାୟତା ସହିତ ଚିକିତ୍ସା କରାଯାଉଥିଲା। ବନ୍ୟପ୍ରାଣୀ ସ୍ବାସ୍ଥ୍ୟ କେନ୍ଦ୍ର (CWH)ର ବିଶେଷଜ୍ଞମାନଙ୍କ ସହିତ ମଧ୍ୟ ପରାମର୍ଶ କରାଯାଇଥିଲା, କିନ୍ତୁ ରକ୍ତ ପରୀକ୍ଷା କୌଣସି ଗୁରୁତର ଅସାଧାରଣତା ପ୍ରକାଶ କରି ନ ଥିଲା। ଯଦିଓ କିଛି ଉନ୍ନତି ହୋଇଥିଲା, ଶାବକଟିର ଶାରୀରିକ ଦୁର୍ବଳତା ପ୍ରକାଶ ପାଇଥିଲା।

ଚିଡ଼ିଆଖାନା ଅଧିକାରୀଙ୍କ ଅନୁଯାୟୀ, ମେ’ ୩୧ ରାତିରେ ଶାବକଟି ସାଧାରଣ ଭାବରେ ଖିଆପିଆ କରିଥିଲା। କିନ୍ତୁ, ଜୁନ୍‌ ୧ ସକାଳେ ଅସୁସ୍ଥ ହୋଇପଡ଼ିଥିଲା। ସନ୍ଧ୍ୟାରେ ଏହାର ମୃତ୍ୟୁ ଘଟିଥିଲା। ମୃତ୍ୟୁର ସଠିକ କାରଣ ନିର୍ଣ୍ଣୟ କରିବା ପାଇଁ ପୋଷ୍ଟମର୍ଟମ କରାଯାଉଛି।

ସାଧାରଣ ରଙ୍ଗର ଅନ୍ୟ ଦୁଇଟି ଛୁଆ ମଧ୍ୟ ସମାନ ଲକ୍ଷଣ ଦେଖାଉଛି। ସେମାନଙ୍କର ବର୍ତ୍ତମାନ ଡାକ୍ତରୀ ସ୍କ୍ରିନିଂ ଏବଂ ଚିକିତ୍ସା କରାଯାଉଛି।

ମୃତ୍ୟୁ ପରେ, ନନ୍ଦନକାନନରେ ମୋଟ୍‌ ବାଘଙ୍କ ସଂଖ୍ୟା ୨୭ରେ ପହଞ୍ଚିଛି, ଯେଉଁଥିରେ ୧୮ଟି ସାଧାରଣ ରଙ୍ଗର, ୫ଟି ଧଳା ଏବଂ ୪ଟି ମେଲାନିଷ୍ଟିକ୍‌ ବାଘ ରହିଛନ୍ତି।

The post ନନ୍ଦନକାନନରେ କମିଲା ବାଘ ସଂଖ୍ୟା: ଆଖି ବୁଜିଲା ରୂପା-କୃଷ୍ଣାଙ୍କ ଗର୍ଭରୁ ଜନ୍ମିତ ଧଳା ଶାବକ appeared first on Dharitri Odia News.