ନନ୍ଦନକାନନରେ ନୂଆ ଅତିଥି : ମାଆ ହେଲା ଧଳା ବାଘୁଣୀ ମୌସୁମୀ

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଢିଲା ବାଘ ସଂଖ୍ୟା। ମାଆ ହେଲା ଧଳା ବାଘୁଣୀ ମୌସୁମୀ । ଗତକାଲି ଅର୍ନ୍ତଜାତୀୟ ବାଘ ଦିବସ ଅବସରରେ ଧଳା ବାଘୁଣୀ ମୌସୁମୀ ରାତି ୮ଟା ୫୧ ମିନିଟ ସମୟରେ ଏକ ଶାବକ ଜନ୍ମ ଦେଇଛି। ଉଭୟ ମାଆ ଓ ଛୁଆକୁ CCTV ନଜରରେ ରଖାଯାଇଛି। ବର୍ତ୍ତମାନ ମା’ ଛୁଆଟି ଯତ୍ନ ନେଉଛି, ତେଣୁ ବାଘ ଶାବକଟି ମା’ଠାରୁ ଅଲଗା ହୋଇନାହିଁ । ଆଗକୁ ଶାବକର ଶାରୀରିକ ପରୀକ୍ଷା ପରେ […]

ନନ୍ଦନକାନନରେ ନୂଆ ଅତିଥି : ମାଆ ହେଲା ଧଳା ବାଘୁଣୀ ମୌସୁମୀ
Mousumi the white tigress of Nandankanan gave birth to one cub

ଭୁବନେଶ୍ବର : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବଢିଲା ବାଘ ସଂଖ୍ୟା। ମାଆ ହେଲା ଧଳା ବାଘୁଣୀ ମୌସୁମୀ । ଗତକାଲି ଅର୍ନ୍ତଜାତୀୟ ବାଘ ଦିବସ ଅବସରରେ ଧଳା ବାଘୁଣୀ ମୌସୁମୀ ରାତି ୮ଟା ୫୧ ମିନିଟ ସମୟରେ ଏକ ଶାବକ ଜନ୍ମ ଦେଇଛି। ଉଭୟ ମାଆ ଓ ଛୁଆକୁ CCTV ନଜରରେ ରଖାଯାଇଛି। ବର୍ତ୍ତମାନ ମା’ ଛୁଆଟି ଯତ୍ନ ନେଉଛି, ତେଣୁ ବାଘ ଶାବକଟି ମା’ଠାରୁ ଅଲଗା ହୋଇନାହିଁ । ଆଗକୁ ଶାବକର ଶାରୀରିକ ପରୀକ୍ଷା ପରେ ଲିଙ୍ଗ ନିର୍ଣ୍ଣୟ କରାଯିବ ବୋଲି ଜଣାପଡିଛି।

ଅନ୍ୟପଟେ ଧଳା ବାଘୁଣୀ ମୌସୁମୀର ଏହା ହେଉଛି ପ୍ରଥମ ଶାବକ। ମୌସୁମୀ ୨୦୧୬ ମସିହାରେ ନନ୍ଦନକାନନରେ ମନୀଷ ଏବଂ ସ୍ନେହାର ମିଳନରୁ ଜନ୍ମ ଲାଭ କରିଥିଲା। ତେବେ ମୌସୁମୀକୁ ବର୍ତ୍ତମାନ ୮ ବର୍ଷ ହୋଇଥିଲେ ମଧ୍ୟ ପୂର୍ବ ମିଳନରୁ ସେ ସନ୍ତାନ ପ୍ରସବ କରିବାରେ ବିଫଳ ହୋଇଥିଲା। କିନ୍ତୁ ଚଳିତ ଥର ମହାବଳ ବାଘ ରାଜେଶ ସହ ମିଳନ ପରେ ପ୍ରଥମ ସନ୍ତାନ ଜନ୍ମ ଦେଇଛି ମୌସୁମୀ ।