ନନ୍ଭେଜ ଟିଫିନ ଆଣିବାରୁ ଛାତ୍ରଙ୍କୁ ବାହାର କରିଦେଲେ ପ୍ରିନ୍ସପାଲ,ଥାନାରେ ପହଞ୍ଚିଲା ମାମଲା
ନୂଆଦିଲ୍ଲୀ ୬/୯: ଘରୋଇ ସ୍କୁଲ ପ୍ରିନ୍ସପାଲଙ୍କ ଅଜବ ନୀତି । ନନ୍ଭେଜ ଖାଇବା ଆଣିବାରୁ ନର୍ସରୀ ଛାତ୍ରଙ୍କୁ ବାହାର କରିଦେଲେ । ଉତ୍ତରପ୍ରଦେଶ ଆମ୍ରୋହା ସ୍ଥିତ ପ୍ରାଇଭେଟ ସ୍କୁଲରେ ଘଟଣାକୁ ନେଇ ଏବେ ଆଲୋଡନ ସୃଷ୍ଟି ହୋଇଛି । ଛାତ୍ରଙ୍କ ମାଆ ପ୍ରିନ୍ସପାଲଙ୍କ ସହ ଯୁକ୍ତିତର୍କ କରିବା ସମୟର ଭିଡିଓ ଭାଇରାଲ ହେବା ପରେ ମାମଲା ସମସ୍ତଙ୍କ ସାମ୍ନାକୁ ଆସିଛି । ଭାଇରାଲ ହୋଇଥିବା ଭିଡିଓରେ ପ୍ରିନ୍ସପାଲ ଛାତ୍ରଙ୍କ ମାଆ କହୁଛନ୍ତି ଆପଣଙ୍କ ପୁଅ ଅନ୍ୟପିଲାଙ୍କୁ ନନ୍ଭେଜ୍ ଖାଇବାକୁ କହିବା ସହ ଇସଲାମ ଧର୍ମ ନେବାକୁ ଶିଖାଉଛି । ଆମେ ପିଲାମାନଙ୍କୁ ଏମିତି ନୈତିକ ଶିକ୍ଷା ଦେବାକୁ ଚାହୁଁନୁ । ଯାହା ଆମ ମନ୍ଦିରକୁ ଭାଙ୍ଗିଦେବ । ଛାତ୍ରଙ୍କ ମାଆ ପ୍ରିନ୍ସପାଲଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି ୭ ବର୍ଷର ପିଲା ଏପରି କଥା କହିପାରିବନି । ସେ କଣ ଆତଙ୍କବାଦୀ ମୋତେ କୁହନ୍ତୁ ।ଏହାର ଜବାବରେ ପ୍ରିନ୍ସପାଲ କହିଛନ୍ତି ପିଲାଟି ଘରେ ଏସବୁ ବାପା-ମାଆଙ୍କ ଠାରୁ ଶିଖୁଛି । ଅନ୍ୟ ଅଭିଭାବକଙ୍କ ଅସୁବିଧା ଥିବାରୁ ଆମେ ଆପଣଙ୍କ ପିଲାଙ୍କ ନାଁ ରେଜିଷ୍ଟରରୁ ହଟାଇ ଦେଇଛୁ । ଛାତ୍ରଙ୍କ ମାଆ ଏ ଉପରେ ଯୁକ୍ତି ରଖି କହିଛନ୍ତି ସ୍କୁଲରେ ହିନ୍ଦୁ ମୁସଲିମ୍ କଥା କୁହାଯାଉଥିବା ନେଇ ଆଗରୁ ପୁଅ କହିଛି । ପିଲାମାନେ ତାକୁ ମାଡ ମାରିବା ସହ ଅସୁବିଧାରେ ପକାଉଛନ୍ତି । ଯାହାର ଉତ୍ତର ରଖି ପ୍ରିନ୍ସପାଲ କହିଛନ୍ତି ଆପଣ ଏପରି କାଉଣ୍ଟର ଅଭିଯୋଗ କରି
ନୂଆଦିଲ୍ଲୀ ୬/୯: ଘରୋଇ ସ୍କୁଲ ପ୍ରିନ୍ସପାଲଙ୍କ ଅଜବ ନୀତି । ନନ୍ଭେଜ ଖାଇବା ଆଣିବାରୁ ନର୍ସରୀ ଛାତ୍ରଙ୍କୁ ବାହାର କରିଦେଲେ । ଉତ୍ତରପ୍ରଦେଶ ଆମ୍ରୋହା ସ୍ଥିତ ପ୍ରାଇଭେଟ ସ୍କୁଲରେ ଘଟଣାକୁ ନେଇ ଏବେ ଆଲୋଡନ ସୃଷ୍ଟି ହୋଇଛି । ଛାତ୍ରଙ୍କ ମାଆ ପ୍ରିନ୍ସପାଲଙ୍କ ସହ ଯୁକ୍ତିତର୍କ କରିବା ସମୟର ଭିଡିଓ ଭାଇରାଲ ହେବା ପରେ ମାମଲା ସମସ୍ତଙ୍କ ସାମ୍ନାକୁ ଆସିଛି ।
ଭାଇରାଲ ହୋଇଥିବା ଭିଡିଓରେ ପ୍ରିନ୍ସପାଲ ଛାତ୍ରଙ୍କ ମାଆ କହୁଛନ୍ତି ଆପଣଙ୍କ ପୁଅ ଅନ୍ୟପିଲାଙ୍କୁ ନନ୍ଭେଜ୍ ଖାଇବାକୁ କହିବା ସହ ଇସଲାମ ଧର୍ମ ନେବାକୁ ଶିଖାଉଛି । ଆମେ ପିଲାମାନଙ୍କୁ ଏମିତି ନୈତିକ ଶିକ୍ଷା ଦେବାକୁ ଚାହୁଁନୁ । ଯାହା ଆମ ମନ୍ଦିରକୁ ଭାଙ୍ଗିଦେବ । ଛାତ୍ରଙ୍କ ମାଆ ପ୍ରିନ୍ସପାଲଙ୍କ ଅଭିଯୋଗକୁ ଖଣ୍ଡନ କରିବା ସହ କହିଛନ୍ତି ୭ ବର୍ଷର ପିଲା ଏପରି କଥା କହିପାରିବନି । ସେ କଣ ଆତଙ୍କବାଦୀ ମୋତେ କୁହନ୍ତୁ ।
ଏହାର ଜବାବରେ ପ୍ରିନ୍ସପାଲ କହିଛନ୍ତି ପିଲାଟି ଘରେ ଏସବୁ ବାପା-ମାଆଙ୍କ ଠାରୁ ଶିଖୁଛି । ଅନ୍ୟ ଅଭିଭାବକଙ୍କ ଅସୁବିଧା ଥିବାରୁ ଆମେ ଆପଣଙ୍କ ପିଲାଙ୍କ ନାଁ ରେଜିଷ୍ଟରରୁ ହଟାଇ ଦେଇଛୁ । ଛାତ୍ରଙ୍କ ମାଆ ଏ ଉପରେ ଯୁକ୍ତି ରଖି କହିଛନ୍ତି ସ୍କୁଲରେ ହିନ୍ଦୁ ମୁସଲିମ୍ କଥା କୁହାଯାଉଥିବା ନେଇ ଆଗରୁ ପୁଅ କହିଛି । ପିଲାମାନେ ତାକୁ ମାଡ ମାରିବା ସହ ଅସୁବିଧାରେ ପକାଉଛନ୍ତି ।
ଯାହାର ଉତ୍ତର ରଖି ପ୍ରିନ୍ସପାଲ କହିଛନ୍ତି ଆପଣ ଏପରି କାଉଣ୍ଟର ଅଭିଯୋଗ କରି ବିଭ୍ରାନ୍ତ କରିବାକୁ ଚେଷ୍ଟା କରନ୍ତୁନି । ଆମେ ପିଲାର ନାଁ ରେଜିଷ୍ଟରରୁ ହଟାଇ ଦେଇଛୁ ,ଆପଣ ନେଇଯାଆନ୍ତୁ । ଘଟଣାର ତଦନ୍ତ ପାଇଁ ୩ ଜଣିଆ ତଦନ୍ତ କମିଟି ଗଠନ କରାଯାଇଥିବା ପୋଲିସ କହିଛି ।