ନବ ନିର୍ବାଚିତ ବିଧାୟକ ସୁରେଶଙ୍କ ବିଜୟଯାତ୍ରା ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ଝାରସୁଗୁଡା ୫/୬ (ଓଡ଼ିଶା ନ୍ୟୁଜ) ଚଳିତ ସାଧାରଣ ନିର୍ବାଚନ ଫଳାଫଳ ଗତକାଲି ଘୋଷଣା ହେବା ପରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଜେପି ଦଳର ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ ଐତିହାସିକ ବିଜୟ ଲାଭ କରିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ବିଧାୟିକା ପ୍ରାର୍ଥୀନୀ ଅଳକା ମହାନ୍ତିଙ୍କୁ ୨୬୫୮୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ସମୁଦାୟ ୮୧୫୪୨ ଖଣ୍ଡ ଭୋଟ ପାଇଥିବା […] The post ନବ ନିର୍ବାଚିତ ବିଧାୟକ ସୁରେଶଙ୍କ ବିଜୟଯାତ୍ରା ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା appeared first on Odisha.News.

ନବ ନିର୍ବାଚିତ ବିଧାୟକ ସୁରେଶଙ୍କ ବିଜୟଯାତ୍ରା             ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

ଝାରସୁଗୁଡା ୫/୬ (ଓଡ଼ିଶା ନ୍ୟୁଜ) ଚଳିତ ସାଧାରଣ ନିର୍ବାଚନ ଫଳାଫଳ ଗତକାଲି ଘୋଷଣା ହେବା ପରେ ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀର ବିଜେପି ଦଳର ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀ ଐତିହାସିକ ବିଜୟ ଲାଭ କରିଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ବିଧାୟିକା ପ୍ରାର୍ଥୀନୀ ଅଳକା ମହାନ୍ତିଙ୍କୁ ୨୬୫୮୨ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟ ହାସଲ କରିଛନ୍ତି । ବିଜେପି ପ୍ରାର୍ଥୀ ସୁରେଶ ପୂଜାରୀ ସମୁଦାୟ ୮୧୫୪୨ ଖଣ୍ଡ ଭୋଟ ପାଇଥିବା ବିଜୟ ଲାଭ କରିଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦି ବିଜେଡି ପ୍ରାର୍ଥୀନୀ ଅଳକା ମହାନ୍ତି ୫୪୯୬୦ ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନ ଏବଂ କଂଗ୍ରେସ ପ୍ରାର୍ଥୀ କିଶୋର ଚନ୍ଦ୍ର ପଟେଲ ୨୧୬୩୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି । ବିଜେପି ଦଳର ବିଧାୟକ ପ୍ରାର୍ଥୀ ସୁରେଶ ପୂଜାରୀଙ୍କୁ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ବିଜୟ ଘୋଷଣା କରିବା ପରେ ଗତକାଲି ପ୍ରଥମେ ବ୍ରଜରାଜନଗର ସ୍ଥିତ ମା ରାମଚଣ୍ଡୀ ମନ୍ଦିରକୁ ଯାଇ ସେଠାରେ ପୂଜାର୍ଚ୍ଚନା କରିବା ସହିତ ମା ଙ୍କ ଆଶୀର୍ବାଦ ଭିକ୍ଷା କରି ବ୍ରଜରାଜନଗର ମ୍ୟୁନିସିପାଳଟି ଅଞ୍ଚଳରୁ ସେ ତାଙ୍କ ଜନ ସମ୍ପର୍କ ଅଭିଯାନ ଆରମ୍ଭ କରି ଗାନ୍ଧିଛକ, ବେଳପାହାଡ଼, କୁଡ଼ାଲୋଇ, ଲଖନପୁର, କଦମଡିହି,ପଞ୍ଚଗାଁ ଓ ଭିକମପାଲି ପର୍ଯ୍ୟନ୍ତ ଆସି ସ୍ଥାନୀୟ ଲୋକ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟି ଧନ୍ୟବାଦ ଜଣାଇଥିଲେ । ସେହିପରି ଆଜି ମଧ୍ୟ ଲଖନପୁର ବ୍ଲକର ମହାସିଂ,କନକତୋରା, ଚାଣ୍ଟିପାଲି, କଣ୍ଡେଇକେଲା ଆଦି ଅଞ୍ଚଳ ବୁଲି ଅଞ୍ଚଳବାସୀଙ୍କୁ କୃତଜ୍ଞତା ଜଣାଇଥିଲେ । ଏହି ଅବସରରେ ଜିଲ୍ଲା ଉପ ସଭାପତି ସଞ୍ଜୟ ଭୋଇ,ପଲସଦା ପଞ୍ଚାୟତ ସଭାପତି ଚନ୍ଦ୍ର ଶେଖର ମେହେର, ଅତାବିରା ପଞ୍ଚାୟତ ପ୍ରମୁଖ ବିବେକାନନ୍ଦ ବେହେରା, ପଞ୍ଚଗାଁ ମଣ୍ଡଳ ସାଧାରଣ ସମ୍ପାଦକ ସୁରେନ୍ଦ୍ର ସାହୁ ଓ ସହ ସମ୍ପାଦକ ସମ୍ରାଟ ମେହେର, ପଞ୍ଚଗାଁ ପଞ୍ଚାୟତ ପ୍ରମୁଖ ରାଜକୁମାର ସେଟ, ମଣ୍ଡଳ ସମ୍ପାଦକ ରମଣୀ ରଞ୍ଜନ ସାହୁ,ନୟନ ସାହୁ, ଜିତେନ୍ଦ୍ର ସାହୁ, ମଣ୍ଡଳ ସମ୍ପାଦକ ଜିକେଶ ଭୋଇ, ସବ୍ୟସାଚୀ ସାହୁ, ସୂର୍ଯ୍ୟ କୁମାର ପଧାନ,ବରିଷ୍ଠ ସଦସ୍ୟ ଗିରିଶ ଚନ୍ଦ୍ର ରାଉତ, ସଚ୍ଚିଦାନନ୍ଦ ବେହେରାଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଶ୍ରୀ ପୂଜାରୀଙ୍କୁ ଫୁଲମାଳ ଓ ଉତ୍ତରୀୟ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇ ଥିଲେ । ଏ ବିଜୟ ଅଞ୍ଚଳବାସୀଙ୍କ ବିଜୟ ଓ ଧର୍ମର ବିଜୟ ଅଟେ । ଆଗାମୀ ଦିନରେ ଅଞ୍ଚଳର ପ୍ରମୁଖ ସମସ୍ୟା ଗୁଡିକୁ ସର୍ଵ ପ୍ରଥମେ ଗୁରୁତ୍ୱ ଦିଆଯିବ ବୋଲି ନବ ନିର୍ବାଚିତ ବିଧାୟକ ଶ୍ରୀ ପୂଜାରୀ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି ।

The post ନବ ନିର୍ବାଚିତ ବିଧାୟକ ସୁରେଶଙ୍କ ବିଜୟଯାତ୍ରା ବିଭିନ୍ନ ସ୍ଥାନରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା appeared first on Odisha.News.