ନବଘନ ହତ୍ୟାକାଣ୍ଡର ନୂଆ ମୋଡ: କୁଆଡେ ଗଲେ ହତ୍ୟାକାରୀ ?
କନକ ବ୍ୟୁରୋ: ଭୁବନେଶ୍ବରରୁ ଅପହୃତ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ। ମୁହଁରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ସିଗାରେଟ ଚେଙ୍କ ଦିଆଯାଇଥିବା ଅନୁମାନ କରାଯାଉଛି। ସେହିପରି ମୃତଦେହ ଏତେବାଟ ଗଲା କେମିତି, ତାହା ମଧ୍ୟ ସନ୍ଦେହ ଘେରରେ। ତେଣୁ ସିସିଟିଭି ଫୁଟେଜ, ସିଡିଆର ଓ ମୋବାଇଲ ଲୋକେସନକୁ ଧରି ପୋଲିସ ଖୋଳତାଡ଼ ଚଲାଇଛି। ଭୁବନେଶ୍ୱର ବରମୁଣ୍ଡାର ବ୍ୟବସାୟୀ ନବଘନ ପାଟ୍ଟଶାଣୀ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଗୋଟିଏ ପଟେ ହତ୍ୟାକାଣ୍ଡର ପୁରା କାହାଣୀ ସାମନାକୁ […] The post ନବଘନ ହତ୍ୟାକାଣ୍ଡର ନୂଆ ମୋଡ: କୁଆଡେ ଗଲେ ହତ୍ୟାକାରୀ ? first appeared on Kanak News.

କନକ ବ୍ୟୁରୋ: ଭୁବନେଶ୍ବରରୁ ଅପହୃତ ବ୍ୟବସାୟୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ସସପେନ୍ସ। ମୁହଁରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ସିଗାରେଟ ଚେଙ୍କ ଦିଆଯାଇଥିବା ଅନୁମାନ କରାଯାଉଛି। ସେହିପରି ମୃତଦେହ ଏତେବାଟ ଗଲା କେମିତି, ତାହା ମଧ୍ୟ ସନ୍ଦେହ ଘେରରେ। ତେଣୁ ସିସିଟିଭି ଫୁଟେଜ, ସିଡିଆର ଓ ମୋବାଇଲ ଲୋକେସନକୁ ଧରି ପୋଲିସ ଖୋଳତାଡ଼ ଚଲାଇଛି।
ଭୁବନେଶ୍ୱର ବରମୁଣ୍ଡାର ବ୍ୟବସାୟୀ ନବଘନ ପାଟ୍ଟଶାଣୀ ମୃତ୍ୟୁକୁ ନେଇ ବଢୁଛି ସସପେନ୍ସ । ଗୋଟିଏ ପଟେ ହତ୍ୟାକାଣ୍ଡର ପୁରା କାହାଣୀ ସାମନାକୁ ଆସି ପାରୁ ନଥିବା ବେଳେ, ପରିବାର ଲୋକଙ୍କ ଅଭିଯୋଗ ଘଟଣାକୁ ଦେଇଛି ନୂଆମୋଡ। ମୃତଦେହରେ ଥିବା କ୍ଷତ ଚିହ୍ନ, ବେକରେ ଥିବା କଟା ଦାଗ ହତ୍ୟାକାଣ୍ଡ ଆଡକୁ ଇସାରା ଦେଉଛି। କିନ୍ତୁ ମୁହଁରେ ଥିବା କ୍ଷତ ଚିହ୍ନରୁ ଜଣା ପଡୁଛି ଯେ, ହତ୍ୟାକାଣ୍ଡ ପୂର୍ବରୁ ବାଙ୍କାଙ୍କୁ ସିଗାରେଟ ଚେଙ୍କ ଦିଆଯାଇଛି। ସବୁଠାରୁ ବଡ କଥା ହେଉଛି ଭୁବନେଶ୍ୱରରୁ ନିଖୋଜ ବାଙ୍କା ଗୋବିନ୍ଦପୁର ଥାନା ଅଧିନ ତେଲିଯୋରି ନଦୀ ପଠାରେ କେମିତି ପଂହଚିଲେ? କିଏ କିଏ ସାଙ୍ଗରେ ଥିଲେ ଓ ମୃତ୍ୟୁ ବେଳେ କ୍ରାଇମସିନରେ କେଉଁ କେଉଁ ମାନେ ଉପସ୍ଥିତ ଥିଲେ? ସେନେଇ ପ୍ରଶ୍ନ ଉଠାଇଛନ୍ତି ପରିବାର।
ଅନ୍ୟପଟେ ୧୯ ତାରିଖରୁ ନିଖୋଜ ନବଘନଙ୍କ ଅଭିଯୋଗକୁ କମିଶନରେଟ ପୁଲିସ ଅତି ହାଲୁକା ଭାବରେ ଗ୍ରହଣ କରିବାକୁ ନେଇ ପ୍ରଶ୍ନ ଉଠିଛି। ମୃତ ଦେହର ଦାବିଦାର ନଥିବାରୁ ଗୋବିନ୍ଦପୁର ପୁଲିସ ଏହାକୁ ପୋତି ଦେଇଥିଲା। ଶବ ଚିହ୍ନଟ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ମୃତଦେହ। ତେବେ ମୃତଦେହକୁ ପୋତିବା, ଖୋଳି ବାହାର କରିବା ଦ୍ୱାରା ବହୁ ଗୁଡିଏ ପ୍ରମାଣ ନଷ୍ଟ ହୋଇଥାଇ ପାରେ ବୋଲି ପୂର୍ବତ୍ତନ ପୁଲିସ ଅଧିକାରୀ କହିଛନ୍ତି।
ପୁଲିସ ହତ୍ୟାକାଣ୍ଡ ମାମଲା ରୁଜୁ କରିବା ସହ ମୁଖ୍ୟରାସ୍ତାର ସିସିଟିଭି ଫୁଟେଜ,ସିଡିଆର ଓ ମୋବାଇଲ ଲୋକେସନକୁ ନେଇ ପୁଲିସ ଖୋଳତାଡ ଆରମ୍ଭ କରିଛି। କିନ୍ତୁ କିଏ କେମିତି ଓ କାହିଁକି ବାଙ୍କାଙ୍କୁ ହତ୍ୟା କଲା ? ସେନେଇ ଏବେବି ଅନ୍ଧାରରେ ପୁଲିସ।
The post ନବଘନ ହତ୍ୟାକାଣ୍ଡର ନୂଆ ମୋଡ: କୁଆଡେ ଗଲେ ହତ୍ୟାକାରୀ ? first appeared on Kanak News.