ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ: ମେଡିକାଲରେ ଉତ୍ତେଜନା
ପାପଡାହାଣ୍ଡି,୨୦।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ସଦର ଭିମାସାହିରେ ଜଣେ ନବବଧୂଙ୍କ ଶନିବାର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଏ ନେଇ ଉତ୍ତେଜନା ଦେଖାଦେଇଛି । ନବବଧୂଙ୍କ ବାପଘର ଲୋକେ ଏହାକୁ ଯୌତୁକ ଜନିତ ହତ୍ୟା କାଣ୍ଡ କହି ଥାନାରେ ଅଭିଯୋଗ ଦେଇଥିବା ବେଳେ ଶାଶୁଘର ଲୋକେ ଫାଶି ଦେଇ ଆତ୍ମହତ୍ୟା କରିଥିବା କହିଛନ୍ତି । ସୂଚନାଯୋଗ୍ୟ, ଭିମାସାହିର ଶିକ୍ଷକ ସୁଦାମ ସେଠୀ ମାଲକାନଗିରି ଜିଲା କେନାଲ କଲୋନୀର ଗୀତା ସେଠୀଙ୍କୁ ୬ ମାସ ତଳେ ବିବାହ […] The post ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ: ମେଡିକାଲରେ ଉତ୍ତେଜନା appeared first on Dharitri Odia News.
ପାପଡାହାଣ୍ଡି,୨୦।୧(ସ୍ବପ୍ନଜିତ ପଟ୍ଟନାୟକ): ନବରଙ୍ଗପୁର ଜିଲା ପାପଡାହାଣ୍ଡି ସଦର ଭିମାସାହିରେ ଜଣେ ନବବଧୂଙ୍କ ଶନିବାର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ଏ ନେଇ ଉତ୍ତେଜନା ଦେଖାଦେଇଛି । ନବବଧୂଙ୍କ ବାପଘର ଲୋକେ ଏହାକୁ ଯୌତୁକ ଜନିତ ହତ୍ୟା କାଣ୍ଡ କହି ଥାନାରେ ଅଭିଯୋଗ ଦେଇଥିବା ବେଳେ ଶାଶୁଘର ଲୋକେ ଫାଶି ଦେଇ ଆତ୍ମହତ୍ୟା କରିଥିବା କହିଛନ୍ତି ।
ସୂଚନାଯୋଗ୍ୟ, ଭିମାସାହିର ଶିକ୍ଷକ ସୁଦାମ ସେଠୀ ମାଲକାନଗିରି ଜିଲା କେନାଲ କଲୋନୀର ଗୀତା ସେଠୀଙ୍କୁ ୬ ମାସ ତଳେ ବିବାହ କରିଥିଲେ। ତେବେ ଶୁକ୍ରବାର ଅପରାହ୍ନରେ ଗୀତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ସୁଦାମ ଗୀତାଙ୍କ ବାପାଘରକୁ ଖବର କରିଥିଲେ। ପରେ ତାଙ୍କ ପରିବାର ଲୋକେ ଯୌତୁକ ଜନିତ କାରଣରୁ ଝିଅକୁ ସ୍ବାମୀ, ନଣନ୍ଦ, ଶାଶୁ ଓ ଭଣଜା ନିର୍ଯାତନା ଦେଉଥିବା ତାକୁ ମାରିଦେଇଥିବା ନେଇ ଥାନାରେ ଏତଲା ଦେଇଥିଲେ। ଶନିବାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଘଟଣାକୁ କେନ୍ଦ୍ରକରି ଉଭୟ ପକ୍ଷ ମହିଳା ମାରପିଟ ହୋଇଥିଲା। ପରେ ଏସ୍ଡିପିଓ ଆଦିତ୍ୟ ସେନ, ଆଇଆଇସି ଦୀପକ କୁମାର ଜେନା ବୁଝାଶୁଝା କରିଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ ନ ହେବା ପର୍ଯ୍ୟନ୍ତ ମୃତଦେହ ବ୍ୟବଚ୍ଛେଦ କରିବୁ ନାହିଁ ସେମାନେ ଜିଦ ଧରିଥିଲେ। ପରେ ପୋଲିସ ୭ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ଲାଗି ପ୍ରତିଶ୍ରୁତି ଦେବା ପରେ ମୃତଦେହ ବ୍ୟବଚ୍ଛେଦ ଲାଗି ପଠାଯାଇଥିଲା । ଏ ନେଇ ଥାନାରେ କେସ ନମ୍ବର ୩୭ /୨୪ରେ ମାମଲା ରୁଜୁ ହୋଇଛି । ଶାଶୁଘର ଲୋକେ ଫେରାର ଅଛନ୍ତି।
The post ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ: ମେଡିକାଲରେ ଉତ୍ତେଜନା appeared first on Dharitri Odia News.