ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପା

ଦିଗପହଣ୍ଡି,୧୨ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା କଲରାପଦର ଗ୍ରାମର ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ରାଜେନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ସାହୁ। ରବିବାର ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ,ସାଇଣ୍ଟିଫିକ ଟିମ ସହ ତଦନ୍ତକାରୀ ଅଧିକାରୀ ଏସଆଇ ହିମାଂଶୁ ପାତ୍ର ଗାଁରେ ପହଞ୍ଚି ତଦନ୍ତ କରିଥିଲେ। ପରେ ପୋଲିସ ପୁଷ୍ପାଞ୍ଜଳିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ଯୌତୁକ ପାଇଁ ଝିଅକୁ […] The post ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପା appeared first on Dharitri Odia News.

ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପା

ଦିଗପହଣ୍ଡି,୧୨ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା କଲରାପଦର ଗ୍ରାମର ଜଣେ ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ରାଜେନ୍ଦ୍ର ସ୍ବାଇଁଙ୍କ ସ୍ତ୍ରୀ ପୁଷ୍ପାଞ୍ଜଳି ସାହୁ। ରବିବାର ସାନଖେମୁଣ୍ଡି ତହସିଲଦାର ତଥା ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ରାମଚନ୍ଦ୍ର ପଟ୍ଟନାୟକ,ସାଇଣ୍ଟିଫିକ ଟିମ ସହ ତଦନ୍ତକାରୀ ଅଧିକାରୀ ଏସଆଇ ହିମାଂଶୁ ପାତ୍ର ଗାଁରେ ପହଞ୍ଚି ତଦନ୍ତ କରିଥିଲେ। ପରେ ପୋଲିସ ପୁଷ୍ପାଞ୍ଜଳିଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା। ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ପୁଷ୍ପାଞ୍ଜଳିଙ୍କ ବାପା ଗଙ୍ଗାଧର ସାହୁ ପାଟପୁର ଥାନାରେ ଏତଲା ଦେଇଛନ୍ତି।

ଶେରଗଡ଼ ଥାନା ଚିକିଲି ଗ୍ରାମର ପୁଷ୍ପାଞ୍ଜଳିଙ୍କ ୨୦୨୪ ଜୁଲାଇ ୨୫ ତାରିଖରେ କଲରାପଦର ଗ୍ରାମର ରାଜେନ୍ଦ୍ରଙ୍କ ସହ ବିବାହ ହୋଇଥିଲା। ସ୍ବାମୀ ଓ ଶାଶୁର ଘର ଲୋକଙ୍କ ଦାବି ପ୍ରକାରେ ସମସ୍ତ ଯୌତୁକ ସାମଗ୍ରୀ ଦିଆଯାଇଥିଲା। ହେଲେ ବିବାହ ସମୟରେ ତୁଟିଥିବା ୩୦ ହଜାର ଯୌତୁକ ଟଙ୍କା ଦିଆଯାଇ ନ ଥିଲା। ବିବାହର କିଛିଦିନ ହସଖୁସିରେ ବିତିବା ପରେ ୩୦ ହଜାର ଟଙ୍କା ବାପଘରୁ ଆଣିବା ପାଇଁ ରାଜେନ୍ଦ୍ର ଓ ତାଙ୍କ ପରିବାର ଲୋକେ ପୁଷ୍ପାଞ୍ଜଳିଙ୍କୁ କଟୁ କଥା କହୁଥିଲେ।

ରାଜେନ୍ଦ୍ର ଚେନ୍ନାଇରେ କାମ କରୁଥିବାରୁ ସେ କିଛିଦିନ ପରେ ଚାଲିଯାଇଥିଲେ। ସପ୍ତାହେ ତଳେ ସେ ଗାଁକୁ ଫେରିଥିଲେ। ଶନିବାର ରାତିରେ ପୁଷ୍ପା ମାନସିକ ଭାରସାମ୍ୟ ହରାଇ ଘରେ ରସି ଲଗାଇ ଆତ୍ମହତ୍ୟା କରିଥିବା ରାଜେନ୍ଦ୍ର ତାଙ୍କ ଶଶୁରଙ୍କୁ ଜଣାଇଥିଲେ। ଅନ୍ୟପକ୍ଷରେ ଝିଅକୁ ଶାଶୁଘର ଲୋକେ ମାରିଦେବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଉଦ୍ୟମ କରିଥିବା ପୁଷ୍ପ୍‌ାଞ୍ଜଳିଙ୍କ ବାପା ଗଙ୍ଗାଧର ଏତଲାରେ ଦର୍ଶାଇଛନ୍ତି। ଏ ନେଇ ନଂ.୨୯/୨୫ରେ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।

The post ନବବଧୂଙ୍କ ସନ୍ଦେହଜନକ ମୃତ୍ୟୁ: ଯୌତୁକ ପାଇଁ ହତ୍ୟା ଅଭିଯୋଗ ଆଣିଲେ ବାପା appeared first on Dharitri Odia News.