ନବମ ଥର ପାଇଁ ଅଣ୍ଡର -19 ବିଶ୍ୱକପ ଫାଇନାଲରେ ଭାରତ

ଅଧିନାୟକ ଉଦୟ ସହାରନ ଓ ସଚିନ ଧାସଙ୍କ ଦମ୍ ଦାର ବ୍ୟାଟିଂ। ନବମ ଥର ପାଇଁ ଅଣ୍ଡର -19 ବିଶ୍ୱକପ ଫାଇନାଲରେ ଭାରତ। ପ୍ରଥମ ସେମିଫାଇନାଲ ମ୍ୟାଚ୍ ରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି। ୨୪୫ ରନ୍ ଟାର୍ଗେଟର ପିଛାକରି ଟିମ୍ ଇଣ୍ଡିଆ ମାତ୍ର ୩୨ ରନ୍ ରେ ୪ଟି ୱିକେଟ ହରାଇ ସଂକଟରେ ପଡ଼ିଥିଲା। ହେଲେ ଏହାପରେ ଦଳର ମଙ୍ଗ ସମ୍ଭାଳିଥିଲେ ଅଧିନାୟକ ଉଦୟ ସହାରନ ଓ […] The post ନବମ ଥର ପାଇଁ ଅଣ୍ଡର -19 ବିଶ୍ୱକପ ଫାଇନାଲରେ ଭାରତ appeared first on KNews Odisha.

ନବମ ଥର ପାଇଁ ଅଣ୍ଡର -19 ବିଶ୍ୱକପ ଫାଇନାଲରେ ଭାରତ
cricket

ଅଧିନାୟକ ଉଦୟ ସହାରନ ଓ ସଚିନ ଧାସଙ୍କ ଦମ୍ ଦାର ବ୍ୟାଟିଂ। ନବମ ଥର ପାଇଁ ଅଣ୍ଡର -19 ବିଶ୍ୱକପ ଫାଇନାଲରେ ଭାରତ। ପ୍ରଥମ ସେମିଫାଇନାଲ ମ୍ୟାଚ୍ ରେ ଘରୋଇ ଦକ୍ଷିଣ ଆଫ୍ରିକାକୁ ୩ ୱିକେଟରେ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି। ୨୪୫ ରନ୍ ଟାର୍ଗେଟର ପିଛାକରି ଟିମ୍ ଇଣ୍ଡିଆ ମାତ୍ର ୩୨ ରନ୍ ରେ ୪ଟି ୱିକେଟ ହରାଇ ସଂକଟରେ ପଡ଼ିଥିଲା।

ହେଲେ ଏହାପରେ ଦଳର ମଙ୍ଗ ସମ୍ଭାଳିଥିଲେ ଅଧିନାୟକ ଉଦୟ ସହାରନ ଓ ସଚିନ ଧାସ। ସଚିନ ମାତ୍ର ୪ ରନ୍ ପାଇଁ ଶତକରୁ ବଞ୍ଚିତ ହୋଇଥିବା ବେଳେ ଉଦୟ ୮୧ ରନ୍ ରେ ବିଜୟକୁ ମାତ୍ର ୧ ରନ୍ ଥିବାବେଳେ ରନ୍ ଆଉଟ୍ ହୋଇଥିଲେ। ଉଭୟେ ୧୩୫ ରନ୍ ଗୁରୁତ୍ବପୂର୍ଣ୍ଣ ଇନିଂସ ଖେଳି ଦଳର ବିଜୟକୁ ସହଜ କରିଥିଲେ।

ଟସ୍ ଜିତି ଭାରତ, ଘରୋଇ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଆଉ ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୭ ୱିକେଟ ବିନିମୟରେ ୨୪୪ ରନ୍ କରିଥିଲା। ଦଳ ପକ୍ଷରୁ ପ୍ରିଟୋରିୟସ ସର୍ବାଧିକ ୭୬ ଓ ରିଚାର୍ଡ ସିଲେଟସ୍ବାନେ ୬୪ ରନ୍ କରିଥିଲେ। ଭାରତ ପକ୍ଷରୁ ରାଜ୍ ଲିମ୍ବାନୀ ୩ଟି ଓ ମୁଶିର ଖାନ୍ ୨ଟି ୱିକେଟ ନେଇଥିଲେ। ଟିମ୍ ଇଣ୍ଡିଆର ପ୍ରଦର୍ଶନ ଏପର୍ଯ୍ୟନ୍ତ ଉତ୍କୃଷ୍ଟ ରହିଛି। ସମଗ୍ର ଟୁର୍ଣ୍ଣାମେଣ୍ଟରେ ଦଳ ଅପରାଜିତ ରହିଛି ଏବଂ ଏହାକୁ ମିଶାଇ କ୍ରମାଗତ ୬ଟି ମ୍ୟାଚ୍ ଜିତିଛି। ଦ୍ବିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆର ମୁକାବିଲା କରିବ ପାକିସ୍ତାନ। ଏହି ମ୍ୟାଚ୍ ଆସନ୍ତା ୮ ତାରିଖରେ ଖେଳାଯିବ।

The post ନବମ ଥର ପାଇଁ ଅଣ୍ଡର -19 ବିଶ୍ୱକପ ଫାଇନାଲରେ ଭାରତ appeared first on KNews Odisha.