ନବଯୌବନ ରୂପରେ ଦର୍ଶନ ଦେଲେ ମହାବାହୁ
ଦିଗପହଣ୍ଡି,୨୬।୬(ଅଶେଷ ନାଥ ମିଶ୍ର): ପବିତ୍ର ଦେବସ୍ନାନ ପୂର୍ଣ୍ଣିମାଠାରୁ ଦୀର୍ଘ ୧୫ ଦିନ ଅଣସରରେ ରହି ଭକ୍ତଙ୍କଠାରୁ ଦୂରେଇ ରହିଥିବା ଦିଗପହଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଶ୍ରୀଜୀଉ ଗୁରୁବାର ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ସକାଳ ଧୂପ, ଅବକାଶ, ବାଳଭୋଗ ସରିବା ପରେ ପାରମ୍ପରିକ ନେତ୍ରୋତ୍ସବ ବିଧାନ ଅନୁଷ୍ଠିତ ହୋଇଥିଲା। ପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷାରତ ଭକ୍ତଙ୍କ ପାଇଁ ମନ୍ଦିର ଦ୍ବାର ଖୋଲା ଯାଇଥିଲା। ଅତି ନିକଟରୁ କଳାସାଆନ୍ତଙ୍କୁ ଦର୍ଶନ ପାଇ ଭକ୍ତ […] The post ନବଯୌବନ ରୂପରେ ଦର୍ଶନ ଦେଲେ ମହାବାହୁ appeared first on Dharitri Odia News.
ଦିଗପହଣ୍ଡି,୨୬।୬(ଅଶେଷ ନାଥ ମିଶ୍ର): ପବିତ୍ର ଦେବସ୍ନାନ ପୂର୍ଣ୍ଣିମାଠାରୁ ଦୀର୍ଘ ୧୫ ଦିନ ଅଣସରରେ ରହି ଭକ୍ତଙ୍କଠାରୁ ଦୂରେଇ ରହିଥିବା ଦିଗପହଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ଶ୍ରୀଜୀଉ ଗୁରୁବାର ନବଯୌବନ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।
ସକାଳ ଧୂପ, ଅବକାଶ, ବାଳଭୋଗ ସରିବା ପରେ ପାରମ୍ପରିକ ନେତ୍ରୋତ୍ସବ ବିଧାନ ଅନୁଷ୍ଠିତ ହୋଇଥିଲା। ପରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଅପେକ୍ଷାରତ ଭକ୍ତଙ୍କ ପାଇଁ ମନ୍ଦିର ଦ୍ବାର ଖୋଲା ଯାଇଥିଲା।
ଅତି ନିକଟରୁ କଳାସାଆନ୍ତଙ୍କୁ ଦର୍ଶନ ପାଇ ଭକ୍ତ ଭାବବିହ୍ବଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା। ସେହିପରି ସାରେ ରଥଯାତ୍ରା ପାଇଁ ପ୍ରସ୍ତୁତ ରଥକୁ ପ୍ରତିଷ୍ଠା କରାଯାଇଥିଲା। ଶୁକ୍ରବାର ନବଦିନାତ୍ମକ ଯାତ୍ରା ପାଇଁ ରଥପଥ ପ୍ରସ୍ତୁତ ଥିବା ପରିଲକ୍ଷିତ ହୋଇଛି। ସାନଦାଣ୍ଡ ସାହି ଛକରେ ବିଜେ ଶ୍ରୀ ଦଧିବାମନ ଏବଂ ରାଣିସାହି ଛକରେ ବିଜେ ଶ୍ରୀ ପତିତପାବନ ଜଗନ୍ନାଥ ମହାପ୍ରଭୁଙ୍କ ନବଯୌବନ ରୂପକୁ ଗୁରୁବାର ଶ୍ରଦ୍ଧାଳୁ ଦର୍ଶନ କରିଥିଲେ।
The post ନବଯୌବନ ରୂପରେ ଦର୍ଶନ ଦେଲେ ମହାବାହୁ appeared first on Dharitri Odia News.