ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ ବ୍ୟାକ୍‌ କ୍ୟାମ୍ପେନ କରିଛନ୍ତି। ଶନିବାର କୋରାପୁଟ ପରେ ନବରଙ୍ଗପୁରରେ ମାରାଥନ ପ୍ରଚାର କରିଛନ୍ତି ନବୀନ। ତେବେ ନବରଙ୍ଗପୁରରେ ମଧ୍ୟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନା, ମମତା, ଲକ୍ଷ୍ମୀ ବସ ଭଲ ହୋଇଛି କି ବୋଲି ଜନତାଙ୍କୁ ପ୍ରଶ୍ନ ପଚାରିଛନ୍ତି। ମିଶନ ଶକ୍ତି […] The post ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର appeared first on Dharitri Odia News.

ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର

ନବରଙ୍ଗପୁର,୪।୫: ନବରଙ୍ଗପୁର ମାଝୀଗୁଡ଼ାରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାଇଭୋଲଟେଜ ପ୍ରଚାର। ଦକ୍ଷିଣ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ବ୍ୟାକ୍‌ ଟୁ ବ୍ୟାକ୍‌ କ୍ୟାମ୍ପେନ କରିଛନ୍ତି। ଶନିବାର କୋରାପୁଟ ପରେ ନବରଙ୍ଗପୁରରେ ମାରାଥନ ପ୍ରଚାର କରିଛନ୍ତି ନବୀନ।

ତେବେ ନବରଙ୍ଗପୁରରେ ମଧ୍ୟ କେନ୍ଦ୍ରକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନା, ମମତା, ଲକ୍ଷ୍ମୀ ବସ ଭଲ ହୋଇଛି କି ବୋଲି ଜନତାଙ୍କୁ ପ୍ରଶ୍ନ ପଚାରିଛନ୍ତି। ମିଶନ ଶକ୍ତି ଯୋଜନା, ପିଲାଙ୍କ ସ୍କଲାରସିପ, ଚାଷୀଙ୍କ କାଳିଆ ଯୋଜନା ଏବଂ ପୁରୀ ଶ୍ରୀମନ୍ଦିର କାମ ଭଲ ହୋଇଛି କି ବୋଲି ନବୀନ ପଚାରିଛନ୍ତି। ଜନତାଙ୍କୁ ସମ୍ବୋଧିତ କରି ଆଶୀର୍ବାଦ ମାଗିବା ସହ ଶଙ୍ଖ ଚିହ୍ନରେ ଏମଏଲଏ ଓ ଏମପି ପ୍ରାର୍ଥୀଙ୍କୁ ଆଶୀର୍ବାଦ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

The post ନବରଙ୍ଗପୁରରେ ନବୀନଙ୍କ ହାଇଭୋଲଟେଜ ପ୍ରଚାର appeared first on Dharitri Odia News.