ନବରାତ୍ରି ବ୍ରତ କରିଥିଲା, ମହାଷ୍ଟମୀରେ ଚଢାଇଦେଲା ନିଜର ବଳି, ଯୁବକ ଗୁରୁତର
ପନ୍ନା ୧୧।୧୦: ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଜଣେ ଯୁବକ ମାଙ୍କ ମନ୍ଦିରରେ ନିଜର ବଳି ଦେବାକୁ ଉଦ୍ୟମ କରିଛି। ମିଳୁଥିବା ସୂଚନା ଅନୁସାରେ ଯୁବକ ନବରାତ୍ରି ବ୍ରତ ପାଳନ କରୁଥିଲା। ମହାଷ୍ଟମୀରେ ମାଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲା ଯେଉଁଠି ଛୁରିରେ ନିଜର ଗଳା କାଟିଛି। ମନ୍ଦିରରେ ଉପସ୍ଥିତ ପୂଜାରୀ ଓ ଅନ୍ୟ ଦର୍ଶନାର୍ଥୀ ତାକୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ହସ୍ପିଟାଲ ରେଫର କରାଯାଇଛି। ଏହି ଘଟଣା ପନ୍ନା ଜିଲ୍ଲା କେବଟପୁର ପଞ୍ଚାୟତ ଭଖୁରୀ ଗାଁରେ ଘଟିଛି। ରାଜ କୁମାର ଯାଦବ ନାମକ ଗାଁର ଯୁବକ ମହାଷ୍ଟମୀରେ ବିଜୟାସନ ମନ୍ଦିରକୁ ଯାଇ ଏଭଳି କାଣ୍ଡ କରିଛି। ମନ୍ଦିରରେ ସେ ପ୍ରଥମେ ମାଙ୍କ ପୂଜାର୍ଚ୍ଚନା କରିଥିଲା ପରେ ସାଙ୍ଗରେ ଲୁଚାଇ ଆଣିଥିବା ଧାରୁଆ ଛୁରିରେ ଗଳା କାଟି ଦେଇଥିଲା। ଭଖୁରୀ ଗାଁର ରାଜକୁମାର ଯାଦବ ନିଷ୍ଠାର ସହ ନବରାତ୍ରି ବ୍ରତ ପାଳନ କରୁଥିଲା ବୋଲି ତାର ପରିବାର ଲୋକେ କହିଛନ୍ତି। ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିବା ବେଳେ ପୋଲିସ ପହଞ୍ଚି ତାକୁ ପ୍ରଥମେ ଅଜୟଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା। ରାଜକୁମାରର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ ଜିଲ୍ଲା ହସ୍ପିଟାଲକୁ ରେଫର କରି ଦିଆଯାଇଛି। ରିପୋର୍ଟ ଅନୁସାରେ ଭଖୁରୀ ଗାଁରେ ଥିବା ବିଜୟସନ ମନ୍ଦିର ବେଶ୍ ପ୍ରାଚୀନ। ଏହାର ନିର୍ମାଣ ଚନ୍ଦେଲ
ପନ୍ନା ୧୧।୧୦: ମଧ୍ୟପ୍ରଦେଶ ପନ୍ନା ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା। ଏଠାରେ ଜଣେ ଯୁବକ ମାଙ୍କ ମନ୍ଦିରରେ ନିଜର ବଳି ଦେବାକୁ ଉଦ୍ୟମ କରିଛି। ମିଳୁଥିବା ସୂଚନା ଅନୁସାରେ ଯୁବକ ନବରାତ୍ରି ବ୍ରତ ପାଳନ କରୁଥିଲା। ମହାଷ୍ଟମୀରେ ମାଙ୍କ ଦର୍ଶନ ପାଇଁ ମନ୍ଦିର ଯାଇଥିଲା ଯେଉଁଠି ଛୁରିରେ ନିଜର ଗଳା କାଟିଛି। ମନ୍ଦିରରେ ଉପସ୍ଥିତ ପୂଜାରୀ ଓ ଅନ୍ୟ ଦର୍ଶନାର୍ଥୀ ତାକୁ ଉଦ୍ଧାର କରି ହସ୍ପିଟାଲ ପହଞ୍ଚାଇଥିବା ବେଳେ ଅବସ୍ଥା ଗୁରୁତର ଥିବାରୁ ଜିଲ୍ଲା ହସ୍ପିଟାଲ ରେଫର କରାଯାଇଛି।
ଏହି ଘଟଣା ପନ୍ନା ଜିଲ୍ଲା କେବଟପୁର ପଞ୍ଚାୟତ ଭଖୁରୀ ଗାଁରେ ଘଟିଛି। ରାଜ କୁମାର ଯାଦବ ନାମକ ଗାଁର ଯୁବକ ମହାଷ୍ଟମୀରେ ବିଜୟାସନ ମନ୍ଦିରକୁ ଯାଇ ଏଭଳି କାଣ୍ଡ କରିଛି। ମନ୍ଦିରରେ ସେ ପ୍ରଥମେ ମାଙ୍କ ପୂଜାର୍ଚ୍ଚନା କରିଥିଲା ପରେ ସାଙ୍ଗରେ ଲୁଚାଇ ଆଣିଥିବା ଧାରୁଆ ଛୁରିରେ ଗଳା କାଟି ଦେଇଥିଲା। ଭଖୁରୀ ଗାଁର ରାଜକୁମାର ଯାଦବ ନିଷ୍ଠାର ସହ ନବରାତ୍ରି ବ୍ରତ ପାଳନ କରୁଥିଲା ବୋଲି ତାର ପରିବାର ଲୋକେ କହିଛନ୍ତି। ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିବା ବେଳେ ପୋଲିସ ପହଞ୍ଚି ତାକୁ ପ୍ରଥମେ ଅଜୟଗଡ଼ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲା।
ରାଜକୁମାରର ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାକୁ ଜିଲ୍ଲା ହସ୍ପିଟାଲକୁ ରେଫର କରି ଦିଆଯାଇଛି। ରିପୋର୍ଟ ଅନୁସାରେ ଭଖୁରୀ ଗାଁରେ ଥିବା ବିଜୟସନ ମନ୍ଦିର ବେଶ୍ ପ୍ରାଚୀନ। ଏହାର ନିର୍ମାଣ ଚନ୍ଦେଲ ବଂଶର ଶାସକମାନେ କରିଥିଲେ। ଏଠାରେ ଶୁକ୍ରବାର ପ୍ରଥମ ଥର ଗଳା କାଟିବା ଘଟଣା ସାମ୍ନାକୁ ଆସିଛି। ଏହା ପୂର୍ବରୁ ଲୋକେ ଏଠାରେ ଜିଭ କାଟିଥିବାର ମଧ୍ୟ ସୂଚନା ରହିଛି। ତେବେ ଯୁବକ ମାଙ୍କୁ କରିଥିବା ମାନସିକ ଲାଗି ଏପରି କାଣ୍ଡ କରିଥାଇ ପାରେ ବୋଲି ଲୋକେ କହୁଛନ୍ତି।