ନବି ମୁମ୍ଵାଇରେ ଭୁଶୁଡିଲା ୩ ମହଲା କୋଠା, ଚାଲିଛି ଉଦ୍ଧାର କାର୍ଯ୍ୟ
ମୁମ୍ଵାଇ ୨୭।୦୭: ମହାରାଷ୍ଟ୍ରର ନବି ମୁମ୍ବାଇରେ ଏକ ତିନି ମହଲା କୋଠା 'ଇନ୍ଦିରା ନିୱାସ' ଭୁଶୁଡି ପଡିଛି। ଅନେକ ଲୋକ ବିଲ୍ଡିଂର ଭଗ୍ନାବଶେଷ ତଳେ ଫସି ରହିଥିବାର କୁହାଯାଉଛି। ନବି ମୁମ୍ୱାଇର ଶାହବାଜ ଗାଁରେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏନଡିଆରଏଫ, ମୁମ୍ବାଇ ପୋଲିସ, ଅଗ୍ନିଶମ ବିଭାଗ ଏବଂ ପୌରପାଳିକା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ସୂଚନା ମୁତାବକ, ପ୍ରବଳ ବର୍ଷା କାରଣରୁ ଏହି ଅଘଟଣ ଘଟିଥିବାର କୁହାଯାଉଛି। ଉକ୍ତ ବିଲଡିଂରେ ୨୪ଟି ପରିବାର ରହୁଥିବା ନେଇ ଜଣାପଡିଚି । ଅଗ୍ନିଶମ ବାହିନୀ ୨ଜଣ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ କୋଠା ଭଗ୍ନାବଶେଷ ତଳେ ଆଉ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି । କୁହାଯାଉଛି ଯେ, କୋଠାଟି ଅଧିକ ଦୁର୍ବଳ ହୋଇଥିବାରୁ ଭୁଶୁଡି ପଡିଛି । ନଗର ନିଗମ କହିଛନ୍ତି ଯେ, ସକାଳ ପ୍ରାୟ ସାଢେ ୫ଟା ବେଳେ କୋଠା ଭୁଶୁଡି ପଡିଛି। ବିଲଡିଂରେ ୧୩ ଟି ଫ୍ଲାଟ ଥିଲା । ଘଟଣା ସ୍ଥଳରୁ ଦୁଇ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଉ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି । NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି, ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜେସିବି ଜରିଆରେ ଭଗ୍ନ ସାମଗ୍ରୀକୁ ହଟାଯାଉଛି ।
ମୁମ୍ଵାଇ ୨୭।୦୭: ମହାରାଷ୍ଟ୍ରର ନବି ମୁମ୍ବାଇରେ ଏକ ତିନି ମହଲା କୋଠା 'ଇନ୍ଦିରା ନିୱାସ' ଭୁଶୁଡି ପଡିଛି। ଅନେକ ଲୋକ ବିଲ୍ଡିଂର ଭଗ୍ନାବଶେଷ ତଳେ ଫସି ରହିଥିବାର କୁହାଯାଉଛି। ନବି ମୁମ୍ୱାଇର ଶାହବାଜ ଗାଁରେ ଏହି ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏନଡିଆରଏଫ, ମୁମ୍ବାଇ ପୋଲିସ, ଅଗ୍ନିଶମ ବିଭାଗ ଏବଂ ପୌରପାଳିକା ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।
ସୂଚନା ମୁତାବକ, ପ୍ରବଳ ବର୍ଷା କାରଣରୁ ଏହି ଅଘଟଣ ଘଟିଥିବାର କୁହାଯାଉଛି। ଉକ୍ତ ବିଲଡିଂରେ ୨୪ଟି ପରିବାର ରହୁଥିବା ନେଇ ଜଣାପଡିଚି । ଅଗ୍ନିଶମ ବାହିନୀ ୨ଜଣ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ କୋଠା ଭଗ୍ନାବଶେଷ ତଳେ ଆଉ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
କୁହାଯାଉଛି ଯେ, କୋଠାଟି ଅଧିକ ଦୁର୍ବଳ ହୋଇଥିବାରୁ ଭୁଶୁଡି ପଡିଛି । ନଗର ନିଗମ କହିଛନ୍ତି ଯେ, ସକାଳ ପ୍ରାୟ ସାଢେ ୫ଟା ବେଳେ କୋଠା ଭୁଶୁଡି ପଡିଛି। ବିଲଡିଂରେ ୧୩ ଟି ଫ୍ଲାଟ ଥିଲା । ଘଟଣା ସ୍ଥଳରୁ ଦୁଇ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ଆଉ ଲୋକେ ଫସି ରହିଥିବା ଆଶଙ୍କା କରାଯାଉଛି । NDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି, ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଜେସିବି ଜରିଆରେ ଭଗ୍ନ ସାମଗ୍ରୀକୁ ହଟାଯାଉଛି ।