ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା, ଆଗାମୀ ନିର୍ବାଚନ ନେଇ ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି
ଭୁବନେଶ୍ବର ୬।୩: ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୩ଟା ୩୦ମିନିଟ୍ରେ ନବୀନ ନିବାସରେ ବିଜେଡି ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବା ନେଇ ସୂଚନା ରହିଛି । ଦଳର ବରିଷ୍ଠ ନେତା ମାନଙ୍କୁ ନବୀନ ନିବାସକୁ ଡାକରା ଆସିଛି । ତେବେ ଆଗାମୀ ନିର୍ବାଚନ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡାକିବାର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ । ବୈଠକ ପରେ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି । ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ ଜେନା, ଦେବୀ ମିଶ୍ର, ଉଷା ଦେବୀ, ସମୀର ଦାଶ, ପ୍ରତାପ ଦେବ, ସୁଶାନ୍ତ ସିଂ, ସାରଦା ନାୟକ, ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀ ପ୍ରମୁଖ ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି । You Can Read : wp:embed {"url":"https://www.prameyanews7.com/bjp-state-leader-visit-delhi-today/","type":"wp-embed","providerNameSlug":"prameya-news-7"} https://www.prameyanews7.com/bjp-state-leader-visit-delhi-today/ /wp:embed
ଭୁବନେଶ୍ବର ୬।୩: ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୩ଟା ୩୦ମିନିଟ୍ରେ ନବୀନ ନିବାସରେ ବିଜେଡି ଦଳର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବା ନେଇ ସୂଚନା ରହିଛି । ଦଳର ବରିଷ୍ଠ ନେତା ମାନଙ୍କୁ ନବୀନ ନିବାସକୁ ଡାକରା ଆସିଛି । ତେବେ ଆଗାମୀ ନିର୍ବାଚନ ନେଇ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡାକିବାର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ । ବୈଠକ ପରେ ତାହା ସ୍ପଷ୍ଟ ହେବ ବୋଲି କୁହାଯାଉଛି ।
ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ପ୍ରସନ୍ନ ଆଚାର୍ଯ୍ୟ, ଅତନୁ ସବ୍ୟସାଚୀ ନାୟକ, ରଣେନ୍ଦ୍ର ପ୍ରତାପ ସ୍ବାଇଁ, ପ୍ରତାପ ଜେନା, ଦେବୀ ମିଶ୍ର, ଉଷା ଦେବୀ, ସମୀର ଦାଶ, ପ୍ରତାପ ଦେବ, ସୁଶାନ୍ତ ସିଂ, ସାରଦା ନାୟକ, ବିକ୍ରମ କେଶରୀ ଆରୁଖ, ସୁଦାମ ମାର୍ଣ୍ଡି, ନିରଞ୍ଜନ ପୂଜାରୀ ପ୍ରମୁଖ ବରିଷ୍ଠ ନେତାଙ୍କୁ ନବୀନ ନିବାସକୁ ଡକାଯାଇଛି ।
You Can Read :
wp:embed {"url":"https://www.prameyanews7.com/bjp-state-leader-visit-delhi-today/","type":"wp-embed","providerNameSlug":"prameya-news-7"}