ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଆଲୋଚନା, ଏମିତି ହେବ ଆଶା କରି ନ ଥିଲୁ: ଉଷା ଦେବୀ

ଭୁବନେଶ୍ୱର,୧୪।୬(ଅନିଲ ଦାସ): ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ନବୀନ ନିବାସକୁ ବିଜେଡି ନେତାମାନେ ନିୟମିତ ବ୍ୟବଧାନରେ ଆସି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍‌ କରୁଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଉଭୟ ବିଜୟୀ ଓ ପରାଜିତ ଦଳୀୟ ପ୍ରାର୍ଥୀଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଡାକି ନବୀନ ଆଲୋଚନା କରୁଛନ୍ତି। ବିଜେଡିର ଛାତ୍ର, ଯୁବ ଓ ମହିଳା ସଙ୍ଗଠନର କର୍ମକର୍ତ୍ତାମାନେ ମଧ୍ୟ ସଭାପତିଙ୍କୁ ଭେଟୁଛନ୍ତି। ଗୁରୁବାର ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ, ପ୍ରଫୁଲ୍ଲ […] The post ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଆଲୋଚନା, ଏମିତି ହେବ ଆଶା କରି ନ ଥିଲୁ: ଉଷା ଦେବୀ appeared first on Dharitri Odia News.

ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଆଲୋଚନା, ଏମିତି ହେବ ଆଶା କରି ନ ଥିଲୁ: ଉଷା ଦେବୀ

ଭୁବନେଶ୍ୱର,୧୪।୬(ଅନିଲ ଦାସ): ଗତ ନିର୍ବାଚନରେ ବିଜେଡିର ପରାଜୟ ପରେ ନବୀନ ନିବାସକୁ ବିଜେଡି ନେତାମାନେ ନିୟମିତ ବ୍ୟବଧାନରେ ଆସି ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ୍‌ କରୁଛନ୍ତି। ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଉଭୟ ବିଜୟୀ ଓ ପରାଜିତ ଦଳୀୟ ପ୍ରାର୍ଥୀଙ୍କୁ ପୃଥକ୍‌ ପୃଥକ୍‌ ଭାବେ ଡାକି ନବୀନ ଆଲୋଚନା କରୁଛନ୍ତି। ବିଜେଡିର ଛାତ୍ର, ଯୁବ ଓ ମହିଳା ସଙ୍ଗଠନର କର୍ମକର୍ତ୍ତାମାନେ ମଧ୍ୟ ସଭାପତିଙ୍କୁ ଭେଟୁଛନ୍ତି।
ଗୁରୁବାର ବିଜେଡିର ବରିଷ୍ଠ ନେତା ପ୍ରଦୀପ ଅମାତ, ପ୍ରଫୁଲ୍ଲ ମଲ୍ଲିକ, ଉଷା ଦେବୀ, ରଘୁନାଥ ମହାନ୍ତି ପ୍ରମୁଖ ନବୀନଙ୍କୁ ସାକ୍ଷାତ କରିଛନ୍ତି।

ସାଙ୍ଗଠନିକ କାର୍ଯ୍ୟକ୍ରମ ନେଇ ଆଲୋଚନା ହୋଇଥିବା ଜଣାପଡିଛି। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ଯେ ଦଳର ସଭାପତିଙ୍କୁ ସାକ୍ଷାତ କରିବାକୁ ଆସିଥିଲୁ। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି। ଦଳ ବିରୋଧୀ ଦଳ ଭୂମିକା କିପରି ନିର୍ବାହ କରିବ, ଆଗାମୀ ଦିନରେ ସଙ୍ଗଠନକୁ କିପରି ମଜଭୁତ କରାଯାଇ ପାରିବ ସେ ନେଇ ଆଲୋଚନା କରାଯାଇଛି। ନବୀନଙ୍କୁ ସାକ୍ଷାତ କରିବା ପରେ ଉଷା ଦେବୀ କହିଛନ୍ତି ଯେ ବିଜେଡିର ଏଭଳି ବିପର୍ଯ୍ୟୟ ହେବ ବୋଲି ସେ କେବେ ଆଶା କରି ନ ଥିଲେ। ବହୁତ ସମୟ ଧରି ଆମେ ସରକାରରେ ଥିଲୁ। ପରିବର୍ତ୍ତନ ତ ହେବ। ହେଲେ ପରିବର୍ତ୍ତନ ହଠାତ୍‌ ଆସିଗଲା, ଯାହା ସେ ଆଶା କରି ନ ଥିବା କହିଛନ୍ତି।

ଅନ୍ୟପକ୍ଷରେ ନବୀନ ନିବାସ ସମ୍ମୁଖରେ ଥିବା ସୁରକ୍ଷା ବ୍ୟବସ୍ଥାକୁ ହଟାଯାଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ପାଇଁ ତାଙ୍କ ବାସଭବନ ଆଗରେ କରାଯାଇଥିବା ବ୍ୟାରିକେଡ୍‌ଗୁଡ଼ିକୁ କାଢି ଦିଆଯାଇଛି। ଏଥିସହ ସେଠାରେ ମୁତୟନ ପୋଲିସ ଅଫିସରଙ୍କୁ ମଧ୍ୟ ଅପସାରଣ କରାଯାଇଛି। ନବୀନ ନିବାସର ଇନର କର୍ଡନ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ପ୍ରତ୍ୟାହାର କରି ନିଆଯାଇଛି। ଆଉଟର କର୍ଡନରେ କେତେକ ସୁରକ୍ଷାକର୍ମୀ ଅଛନ୍ତି। ବିରୋଧୀ ଦଳ ନେତା ଚୟନ ହେବା ପର୍ଯ୍ୟନ୍ତ ନବୀନ ନିବାସରେ କିଛି ସୁରକ୍ଷାକୁ ଅପରିବର୍ତ୍ତିତ ରଖାଯିବ ବୋଲି ଜଣାପଡ଼ିଛି।

The post ନବୀନ ନିବାସରେ ବିଜେଡିର ବରିଷ୍ଠ ନେତାଙ୍କ ଆଲୋଚନା, ଏମିତି ହେବ ଆଶା କରି ନ ଥିଲୁ: ଉଷା ଦେବୀ appeared first on Dharitri Odia News.