ନବୀନ ପଟ୍ଟନାୟକଙ୍କ ଗୁମର ଖୋଲିଲେ ପୂର୍ବତନ ପୋଲିସ ଡିଜି: ରାଜ୍ୟରେ ପଡିଗଲା ଚହଳ

ଭୁବନେଶ୍ୱର,୨୨।୧: ପୂର୍ବତନ ପୋଲିସ ଡିଜି ତଥା ଭାଜପା ନେତା ପ୍ରକାଶ ମିଶ୍ରଙ୍କ ବହି ‘କମେଡି ଇନ୍‌ ଖାକି’ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି। ଏହି ବହି ଜରିଆରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ବହୁ ତଥ୍ୟ ପଦାକୁ ଆସିଛି। ପ୍ରକାଶ ମିଶ୍ର ନାଁ ନ ନେଇ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି। ସବୁଠାରୁ ରୋଚକ କଥା ହେଉଛି ଏହି ବହିରେ ସେ ନବୀନଙ୍କ ନାଁ ଲେଖିନାହାନ୍ତି। ନବୀନଙ୍କ ସ୍ଥାନରେ ମୁଖିଆ […] The post ନବୀନ ପଟ୍ଟନାୟକଙ୍କ ଗୁମର ଖୋଲିଲେ ପୂର୍ବତନ ପୋଲିସ ଡିଜି: ରାଜ୍ୟରେ ପଡିଗଲା ଚହଳ appeared first on Dharitri Odia News.

ନବୀନ ପଟ୍ଟନାୟକଙ୍କ ଗୁମର ଖୋଲିଲେ ପୂର୍ବତନ ପୋଲିସ ଡିଜି: ରାଜ୍ୟରେ ପଡିଗଲା ଚହଳ

ଭୁବନେଶ୍ୱର,୨୨।୧: ପୂର୍ବତନ ପୋଲିସ ଡିଜି ତଥା ଭାଜପା ନେତା ପ୍ରକାଶ ମିଶ୍ରଙ୍କ ବହି ‘କମେଡି ଇନ୍‌ ଖାକି’ ରାଜ୍ୟ ରାଜନୀତିରେ ଚହଳ ସୃଷ୍ଟି କରିଛି। ଏହି ବହି ଜରିଆରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଷୟରେ ବହୁ ତଥ୍ୟ ପଦାକୁ ଆସିଛି। ପ୍ରକାଶ ମିଶ୍ର ନାଁ ନ ନେଇ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିଛନ୍ତି। ସବୁଠାରୁ ରୋଚକ କଥା ହେଉଛି ଏହି ବହିରେ ସେ ନବୀନଙ୍କ ନାଁ ଲେଖିନାହାନ୍ତି। ନବୀନଙ୍କ ସ୍ଥାନରେ ମୁଖିଆ ସମ୍ବୋଧନ କରିଛନ୍ତି।
ସେ ତାଙ୍କ ବହିରେ ଲେଖିଛନ୍ତି, ମୁଖ୍ୟମନ୍ତ୍ରୀ ଭାବରେ ମୁଖିଆ ତାଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିକୁ ଅଭିଯୋଗ ଶୁଣିବାକୁ ଯାଇଥିଲେ। ଭିଡ଼ ଅଧିକ ହୋଇଥିଲା। ସାଧାରଣ ଲୋକେ ଲମ୍ବା ଅଭିଯୋଗ ତାଲିକା ମୁଖିଆଙ୍କ ଆଗରେ ରଖିଥିଲେ। କିନ୍ତୁ ଏତେ ଲୋକଙ୍କ ଅଭିଯୋଗ ଶୁଣିବା ପରେ ସେ ରାଗିଯାଇଥିଲେ। କିଛି ସମୟ ପରେ ମୁଖିଆ ପୁଣି ଥରେ ଚିଡ଼ିକି ‘ୟାହାଁଙ୍କା ଏମ୍‌ଏଲ୍‌ଏ କୋ ଜଲଦି ବୁଲାଓ’ ବୋଲି କହିଥିଲେ। ପରେ ତାଙ୍କର ସବୁ ଅଧିକାରୀ ଓ ସହଯୋଗୀ ଚୁପଥିବା ବେଳେ ଜଣେ ସାହସ କରି ଏଠାକାର ବିଧାୟକ ଆପଣ ବୋଲି କହିଥିଲେ। ଏହାପରେ ତାଙ୍କ ମୁହଁ ଏକ କୁକୁର ଛୁଆ ମୁହଁରୁ ବିସ୍କୁଟ ଛଡେଇଲା ପରି ହୋଇଯାଇଥିଲା ବୋଲି ପ୍ରକାଶ ମିଶ୍ର ଲେଖିଛନ୍ତି ।
ସେ ଆହୁରି ମଧ୍ୟ ଲେଖିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ ହେବା ପରେ ମଧ୍ୟ ଏହି ବ୍ୟକ୍ତି ନିଜେ କୌଣସି ନିଷ୍ପତ୍ତି ନେଇପାରୁ ନ ଥିଲେ। ସବୁକିଛି ଅନ୍ୟ ଉପରେ ନିର୍ଭର କରୁଥିଲେ। ନିଜର ସମର୍ଥକଙ୍କ ସହ ହାତ ମିଳାଇବା କିମ୍ବା ତାଙ୍କ ପାଖକୁ ଯିବା ପାଇଁ ଏହି ବ୍ୟକ୍ତି ପସନ୍ଦ କରୁ ନ ଥିଲେ। ରାଜନେତାମାନେ ନିଜ ସମର୍ଥକଙ୍କ ଗହଣରେ ସମୟ ବିତାଇବାକୁ ଚାହୁଁଥିବା ବେଳେ ଏହି ବ୍ୟକ୍ତି କିନ୍ତୁ ବିପରୀତ ଥିଲେ।

The post ନବୀନ ପଟ୍ଟନାୟକଙ୍କ ଗୁମର ଖୋଲିଲେ ପୂର୍ବତନ ପୋଲିସ ଡିଜି: ରାଜ୍ୟରେ ପଡିଗଲା ଚହଳ appeared first on Dharitri Odia News.