ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ
ପାରଳାଖେମୁଣ୍ଡି:୨୩/୧୧ ସ୍ଥାନୀୟ ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ଗୁରୁବାର ଅପରାହ୍ନରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ପ୍ରତିଷ୍ଠାନର ଉପସଭାପତି ବର୍ଷୀୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ବିଶିଷ୍ଟ ରାଜନୀତି ବିଜ୍ଞାନ ଗବେଷକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟଅତିଥି […] The post ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ appeared first on Odisha.News.

ପାରଳାଖେମୁଣ୍ଡି:୨୩/୧୧ ସ୍ଥାନୀୟ ଅଗ୍ରଣୀ ସାରସ୍ବତ ଅନୁଷ୍ଠାନ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି ଗୁରୁବାର ଅପରାହ୍ନରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ପ୍ରତିଷ୍ଠାନର ଉପସଭାପତି ବର୍ଷୀୟାନ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ବିଶିଷ୍ଟ ରାଜନୀତି ବିଜ୍ଞାନ ଗବେଷକ ତଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ଅବସରପ୍ରାପ୍ତ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ ମୁଖ୍ୟଅତିଥି ଭାବେ ଯୋଗଦେଇ ହରେକୃଷ୍ଣ ମହତାବ ଜଣେ ବିଚକ୍ଷଣ ରାଜନେତା ଥିଲେ ବୋଲି କହିଥିଲେ ଓଡ଼ିଶାର ଉନ୍ନତି କ୍ଷେତ୍ରରେ ମହତାବଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ପ୍ରଫେସର ଚୌଧୁରୀ ନିଜ ବକ୍ତବ୍ୟରେ ଦୋହରାଇଥିଲେ ମୁଖ୍ୟବକ୍ତା ଭାବେ ସଂସ୍କୃତି ଗବେଷକ ଡ଼. ବାୟାମନୁ ଚର୍ଚ୍ଚି ଯୋଗଦେଇ ଡ଼. ହରେକୃଷ୍ଣ ମହତାବଙ୍କ ବହୁମୁଖୀ ପ୍ରତିଭା ଉପରେ ଅାଲୋକପାତ କରିଥିଲେ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବୈଜ୍ଞାନିକ ଡ଼. ଡ଼ମ୍ବରୁଧର ସାହୁ ମଞ୍ଚାସୀନ ଥିବା ବେଳେ ‘ନବୀନ’ର ସମ୍ପାଦକ ତଥା ପ୍ରତିଷ୍ଠାନର ସଭାପତି ରବି ରଥ ପ୍ରାରମ୍ଭିକ ବକ୍ତବ୍ୟ ଦେଇ ‘ନବୀନ’ ତରଫରୁ ପୂଜ୍ୟପୂଜା ପରମ୍ପରା ଅବ୍ୟାହତ ରହିଛି ବୋଲି କହିଥିଲେ ଶେଷରେ ସମ୍ପାଦକ ସୁଶାନ୍ତ କର ଧନ୍ୟବାଦ ଦେଇଥିଲେ କାର୍ଯ୍ୟକ୍ରମ ପରିଚାଳନାରେ ନବୀନର ପ୍ରକାଶିକା ମଞ୍ଜୁ ରଥ, ସାମ୍ବାଦିକ ରଂଜନ କୁମାର ସାହୁ, ପବିତ୍ର କୁମାର ଚୌଧୁରୀ, ଇଂ. ମାନସ ରଂଜନ ତ୍ରିପାଠୀ, ବି. ସତ୍ୟମ୍ ଅାଚାରୀ, କାମରାଜୁ ମହାରଣା, ସସ୍ମିତା ମିଶ୍ର, ସମାଜସେବୀ ରାମକୃଷ୍ଣ ପାତ୍ର ପ୍ରମୁଖ ସହଯୋଗ କରିଥିଲେ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ
The post ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ପକ୍ଷରୁ ଉକ୍ତଳ କେଶରୀ ଡ଼. ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ପାଳିତ appeared first on Odisha.News.