ନବୀନ ବିରୋଧୀ ଦଳ ନେତା ହେବା ପରେ ତାରା ଦେଲେ ବଡ଼ ବୟାନ

ଭୁବନେଶ୍ୱର,୨୦।୬: ବୁଧବାର ଅପରାହ୍ନରେ ଶଙ୍ଖ ଭବନରେ ଆୟୋଜିତ ବିଜେଡି ବିଧାୟକ ଦଳ ବୈଠକରେ ନବୀନଙ୍କୁ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଛି।୫ ଥର ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ବିରୋଧୀ ଦଳ ନେତା ହୋଇଛନ୍ତି। ଏହାକୁ ନେଇ ଏବେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ବିରୋଧୀ ଦଳରେ ବସି ବହୁତ ଖୁସି । ମତେ ଦେଖି କହିଲେ ୟୁ ଆର୍‌ ହାପି, ମୁଁ କହିଲି ବହୁତ […] The post ନବୀନ ବିରୋଧୀ ଦଳ ନେତା ହେବା ପରେ ତାରା ଦେଲେ ବଡ଼ ବୟାନ appeared first on Dharitri Odia News.

ନବୀନ ବିରୋଧୀ ଦଳ ନେତା ହେବା ପରେ ତାରା ଦେଲେ ବଡ଼ ବୟାନ

ଭୁବନେଶ୍ୱର,୨୦।୬: ବୁଧବାର ଅପରାହ୍ନରେ ଶଙ୍ଖ ଭବନରେ ଆୟୋଜିତ ବିଜେଡି ବିଧାୟକ ଦଳ ବୈଠକରେ ନବୀନଙ୍କୁ ବିରୋଧୀ ଦଳ ନେତା ଭାବେ ଚୟନ କରାଯାଇଛି।୫ ଥର ମୁଖ୍ୟମନ୍ତ୍ରୀ ରହିବା ପରେ ନବୀନ ବିରୋଧୀ ଦଳ ନେତା ହୋଇଛନ୍ତି। ଏହାକୁ ନେଇ ଏବେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ନବୀନ ବାବୁ ବିରୋଧୀ ଦଳରେ ବସି ବହୁତ ଖୁସି । ମତେ ଦେଖି କହିଲେ ୟୁ ଆର୍‌ ହାପି, ମୁଁ କହିଲି ବହୁତ ଖୁସି ଆଜ୍ଞା। ନବୀନ ବାବୁଙ୍କ ପଛରେ ମୁଁ ଛିଡ଼ା ହୋଇଥିଲି , ସେ ବହୁତ ବଢିଆ ଚାଲି ଯାଉଛନ୍ତି କିଛି ତ ହାତ ଥରୁନାହିଁ ବୋଲି ତାରା କହିଛନ୍ତି।

କଂଗ୍ରେସ ବିଧାୟକମାନଙ୍କ ସହିତ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକ ଏବଂ ଦଳର ଅନ୍ୟ କିଛି ବରିଷ୍ଠ ନେତାଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟତଃ ଆଗାମୀ ଦିନରେ କଂଗ୍ରେସର ଆଭିମୁଖ୍ୟ ରାଜ୍ୟରେ କିପରି ରହିବ ସେନେଇ ଆଲୋଚନା ହୋଇଥିବା ଜଣାପଡିଛି। ବିଜେଡି ସବୁବେଳେ ଭାଜପା ସହିତ ସୁସମ୍ପର୍କ ରଖିଆସୁଥିବା କାରଣରୁ କଂଗ୍ରେସ ହିଁ ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭୂମିକା ତୁଲାଇବ ବୋଲି ବୈଠକରେ ଆଲୋଚନା ହୋଇଥିବା ଜଣାପଡିଛି।

The post ନବୀନ ବିରୋଧୀ ଦଳ ନେତା ହେବା ପରେ ତାରା ଦେଲେ ବଡ଼ ବୟାନ appeared first on Dharitri Odia News.