ନବୀନଙ୍କ ଆଉ ଏକ ନୂଆ ଭିଡିଓ ଭାଇରାଲ, ଇନଷ୍ଟାରେ ପାଣ୍ଡିଆନ କଲେ ଶେୟାର, ସବୁକିଛି ଜଣାପଡିଗଲା…

ଭୁବନେଶ୍ୱର,୨୭।୬: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଗୁରୁବାର ମେଡିକାଲ ବେଡରୁ ସେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ଆଜି ସେ ରଥଯାତ୍ରା ଦେଖୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ପାଣ୍ଡିଆନ ଶେୟାର କରିଛନ୍ତି।   View this post on Instagram   A post shared by VK Pandian (@vkpandian.odisha) ଗତକାଲି ସେ ଭିଡିଓ ଜାରି […] The post ନବୀନଙ୍କ ଆଉ ଏକ ନୂଆ ଭିଡିଓ ଭାଇରାଲ, ଇନଷ୍ଟାରେ ପାଣ୍ଡିଆନ କଲେ ଶେୟାର, ସବୁକିଛି ଜଣାପଡିଗଲା… appeared first on Dharitri Odia News.

ନବୀନଙ୍କ ଆଉ ଏକ ନୂଆ ଭିଡିଓ ଭାଇରାଲ, ଇନଷ୍ଟାରେ ପାଣ୍ଡିଆନ କଲେ ଶେୟାର, ସବୁକିଛି ଜଣାପଡିଗଲା…

ଭୁବନେଶ୍ୱର,୨୭।୬: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଧୀରେଧୀରେ ସୁସ୍ଥ ହେଉଛନ୍ତି। ଗୁରୁବାର ମେଡିକାଲ ବେଡରୁ ସେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ। ତେବେ ଆଜି ସେ ରଥଯାତ୍ରା ଦେଖୁଥିବା ଏକ ଭିଡିଓ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ଏହି ଭିଡିଓ ପାଣ୍ଡିଆନ ଶେୟାର କରିଛନ୍ତି।

 

View this post on Instagram

 

A post shared by VK Pandian (@vkpandian.odisha)

ଗତକାଲି ସେ ଭିଡିଓ ଜାରି କରି କହିଥିଲେ, ଜୟ ଜଗନ୍ନାଥ, ଏବଂ ସମସ୍ତଙ୍କୁ ଏହି ପବିତ୍ର ଉତ୍ସବରେ ଆନନ୍ଦ ଓ ସମୃଦ୍ଧି କାମନା କରିଛନ୍ତି। ନବୀନଙ୍କ ଏହି ଶୁଭେଚ୍ଛା ବାର୍ତ୍ତା ତାଙ୍କ ସୁସ୍ଥତାର ସୂଚନା ଦେବା ସହ ଲୋକଙ୍କ ମନରେ ଉତ୍ସାହ ସୃଷ୍ଟି କରିଛି।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୱାସ୍ଥ୍ୟ ସମ୍ପର୍କରେ ପଚାରିବା ପାଇଁ ଗତକାଲି ରାତିରେ ତାଙ୍କ ସହ ଫୋନରେ କଥା ହୋଇଛନ୍ତି ଏବଂ ଶୀଘ୍ର ଓ ପୂର୍ଣ୍ଣ ଆରୋଗ୍ୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ନିକଟରେ ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭିକାଲ ଆର୍ଥ୍ରାଇଟିସର ଅସ୍ତ୍ରୋପଚାର କରିଥିଲେ। ଜୁନ ୨୨ରେ ତାଙ୍କର ଅସ୍ତ୍ରୋପଚାର ସଫଳତାର ସହ ସମ୍ପନ୍ନ ହୋଇଥିଲା ଏବଂ ସେ ବର୍ତ୍ତମାନ ଆଇସିୟୁରୁ ଏକ ବ୍ୟକ୍ତିଗତ କକ୍ଷକୁ ସ୍ଥାନାନ୍ତରିତ ହୋଇଛନ୍ତି, ଯାହା ତାଙ୍କ ସୱାସ୍ଥ୍ୟରେ ଉନ୍ନତିର ସଙ୍କେତ ଦେଉଛି।

ନବୀନଙ୍କୁ ଦେଖା କରିବାକୁ ଯାଇଥିଲେ ବିଜେଡି ନେତା, ହେଲେ ପାଣ୍ଡିଆନ ଦେଖାଇଲେ…

 

The post ନବୀନଙ୍କ ଆଉ ଏକ ନୂଆ ଭିଡିଓ ଭାଇରାଲ, ଇନଷ୍ଟାରେ ପାଣ୍ଡିଆନ କଲେ ଶେୟାର, ସବୁକିଛି ଜଣାପଡିଗଲା… appeared first on Dharitri Odia News.