ନବୀନଙ୍କ କାମକୁ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି କୁହାଯାଉଛି: ବିଜେଡି

ଭୁବନେଶ୍ୱର : ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ବିଜୁ ଜନତା ଦଳ ସ୍ୱାଗତ କରିଥିବା ବେଳେ ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ସିଙ୍ଗାପୁର ରାଷ୍ଟ୍ର ସହ ସହଭାଗିତା ଆରମ୍ଭ ହୋଇଥିଲା ବୋଲି ବିଜୁ ଜନତା ଦଳ କହିଛି। ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ନବୀନଙ୍କ ଚବିଶ ବର୍ଷର ଶାସନ କାଳରେ ଓଡ଼ିଶାରେ କିଛି ହୋଇନାହିଁ ବୋଲି କହୁଥିବା ବିଜେପି ବାସ୍ତବରେ […]

ନବୀନଙ୍କ କାମକୁ ନୂତନ ଅଧ୍ୟାୟର ଶୁଭାରମ୍ଭ ବୋଲି କୁହାଯାଉଛି: ବିଜେଡି
Naveen's work is being called the beginning of a new chapter: BJD

ଭୁବନେଶ୍ୱର : ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଓଡିଶା ଆଗମନକୁ ବିଜୁ ଜନତା ଦଳ ସ୍ୱାଗତ କରିଥିବା ବେଳେ ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ସିଙ୍ଗାପୁର ରାଷ୍ଟ୍ର ସହ ସହଭାଗିତା ଆରମ୍ଭ ହୋଇଥିଲା ବୋଲି ବିଜୁ ଜନତା ଦଳ କହିଛି। ଶଙ୍ଖ ଭବନ ଠାରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ, ନବୀନଙ୍କ ଚବିଶ ବର୍ଷର ଶାସନ କାଳରେ ଓଡ଼ିଶାରେ କିଛି ହୋଇନାହିଁ ବୋଲି କହୁଥିବା ବିଜେପି ବାସ୍ତବରେ କେବଳ ନବୀନଙ୍କ କାମକୁ ରଙ୍ଗ ଦେଇ ନିଜର କହି ବାହାଦୁରି ନେବାକୁ ଚେଷ୍ଟା କରୁଛି।

ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ବିଜେପି ତରଫରୁ ଦିଆଯାଇଥିବା ବିଜ୍ଞାପନକୁ ଦେଖାଇ ଡ଼ ମହାନ୍ତି କହିଥିଲେ, ଏହି ବିଜ୍ଞାପନ ଅଧା ଅଛି। ବିଜ୍ଞାପନରେ (Embarking on a new journey) ଏକ ନୂତନ ଯାତ୍ରାର ଆରମ୍ଭ ବୋଲି କୁହାଯାଇଥିଲା ବେଳେ, ବାସ୍ତବରେ ଏହା ନବୀନଙ୍କ ଦ୍ୱାରା ପ୍ରସ୍ତୁତ ରାସ୍ତାରେ ଏହି ନୂତନ ଯାତ୍ରାର ଆରମ୍ଭ। ନବୀନଙ୍କ ଦୂରଦର୍ଶୀ ନେତୃତ୍ୱ ଯୋଗୁଁ ଓଡିଶା ଓ ସିଙ୍ଗାପୁର ଭିତରେ ଦକ୍ଷତା ବିକାଶ ପାଇଁ ଏମଓୟୁ ସ୍ୱାକ୍ଷର ହୋଇଥିଲା। ଭୁବନେଶ୍ୱର ଠାରେ ବିଶ୍ୱ ଦକ୍ଷତା କେନ୍ଦ୍ର ରାଜ୍ୟ ସରକାରଙ୍କ ନିଜସ୍ୱ ଉଦ୍ୟମରେ ୧୨୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ହୋଇଥିଲା। କେନ୍ଦ୍ର ସରକାର ଏଥିପାଇଁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିନାହାନ୍ତି। କେବଳ ସେତିକି ନୁହେଁ, ରାଜ୍ୟର ଆଇଟିଆଇ ଗୁଡିକର ଅଧ୍ୟକ୍ଷ ଓ ଅଧିକାରୀ ମାନଙ୍କ ଦକ୍ଷତା ବିକାଶ କାର୍ଯ୍ୟ ଆରମ୍ଭ ହୋଇଥିଲା, ଯାହା ଫଳରେ ବିଶ୍ୱର ଶ୍ରେଷ୍ଠ ଦଶଟି ଆଇଟିଆଇ ଭିତରେ, କଟକ, ଭୁବନେଶ୍ୱର ଓ ବ୍ରହ୍ମପୁର ଆଇଟିଆଇ ସ୍ଥାନ ପାଇପାରିଛନ୍ତି। ସିଙ୍ଗାପୁର ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମରେ ବିଶ୍ୱ ଦକ୍ଷତା କେନ୍ଦ୍ର ଓ ଭାରତ ବାୟୋଟେକ ଭାକସିନ୍‌ ପ୍ରମୁଖ ସ୍ଥାନ ରହିଛି। ଏହି ଦୁଇଟି କୃତୀ ନବୀନ ପଟ୍ଟନାୟକଙ୍କ ଶାସନ କାଳରେ ହୋଇଥିଲା।

ସେ ଆହୁରି କହିଥିଲେ, ଡବଲ୍‌ ଇଞ୍ଜିନ ଡବଲ ବିକାଶର ନାରା ଏବେ ଡବଲ୍‌ ଧୋକାରେ ପରିଣତ ହୋଇଛି। ଡବଲ୍‌ ଇଞ୍ଜିନ୍‌ ସରକାରଙ୍କ ଦ୍ୱାରା ଏ ପର୍ଯ୍ୟନ୍ତ ଗୋଟିଏ କାର୍ଯ୍ୟ କରାଯାଇ ନାହିଁ। କେବଳ ନବୀନ ସରକାରଙ୍କ ସମୟର କାମକୁ ରଙ୍ଗ ବଦଳେଇ ନିଜର କାମ ବୋଲି କୁହାଯାଉଛି। ଡବଲ୍‌ ଡେକର ବସ୍‌ ପ୍ରଥମ ଦିନରୁ ହିଁ ଧୋକାରେ ପରିଣତ ହୋଇଛି। ଡବଲ୍‌ ଇଞ୍ଜିନ୍‌ ଫେଲ ହେଲା ପରି ଡବଲ୍‌ ଡେକର ବସ୍‌ ମଧ୍ୟ ମୁହଁମାଡି ପଡିଛି ବୋଲି ଡ଼ ମହାନ୍ତି କହିଥିଲେ।