'ନବୀନଙ୍କ ଗ୍ୟାରେଣ୍ଟି ଉପରେ ଆଉ ଭରସା ନାହିଁ'

ସାଲେପୁର ନିର୍ବାଚନମଣ୍ଡଳୀରେ କେମିତି ରହିଛି ଲୋକଙ୍କ ମୁଡ୍‌ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ ? ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟି।

'ନବୀନଙ୍କ ଗ୍ୟାରେଣ୍ଟି ଉପରେ ଆଉ ଭରସା ନାହିଁ'

ଲୋକେ ଆଉ ବୁଝିବା ପରିସ୍ଥିତିରେ ନାହାଁନ୍ତି। ଜୁଲାଇରୁ 100 ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବେ ସରକାର, ଏକଥା ଶୁଣିବା ପରେ ଗାଁର ମହିଳାମାନେ ହସୁଛନ୍ତି । ଆଗପଛ କିଛି ଦେଖିଲେନି, ରୋକଠୋକ ମୁହଁରେ କହିଲେ, ମାଗଣା ବିଜୁଳି କଥା ସମ୍ପୂର୍ଣ୍ଣ ମିଛ। ଭୋଟ ପାଇବା ପରେ କିଏ କାହାର ? ଭୋଟ ପାଇବା ପାଇଁ ଏମିତି କହୁଛନ୍ତି। ସରକାରଙ୍କ କଥାକୁ ଏ କାନରେ ପୂରାଇ, ସେ କାନରେ ବାହାର କରିଦେଉଛନ୍ତି ଗାଁ ଲୋକେ। ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟିରେ ସରକାରଙ୍କ ଉପରେ ବର୍ଷିଲେ ସାଲେପୁର ନିର୍ବାଚନମଣ୍ଡଳୀର ଜନସାଧାରଣ ।