ନବୀନଙ୍କ ପରେ କିଏ? ଉତ୍ତରରେ ନବୀନ କହିଲେ ମୋ’ ପରେ…

ଭୁବନେଶ୍ୱର,୨୬ା୧୨: ଗୁରୁବାର ଶଙ୍ଖଭବନରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିସହିତ ନବୀନ ଗଣମାଧ୍ୟମ ପ୍ରତିନିଧିଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି। ଏଥିରେ ସେ ଭାଜପାକୁ କଡ଼ା ଟାର୍ଗେଟ୍‌ କରି କହିଛନ୍ତି, ଭାଜପା ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଛି। ଗତ ୬ ମାସ ଭିତରେ ଭାଜପା ସରକାରର ଓଡ଼ିଶାବାସୀଙ୍କ ପାଇଁ ସବୁଠାରୁ ବଡ଼ ଉପହାର ହେଉଛି ଦରଦାମ୍‌ ବୃଦ୍ଧି। ଯାହା […] The post ନବୀନଙ୍କ ପରେ କିଏ? ଉତ୍ତରରେ ନବୀନ କହିଲେ ମୋ’ ପରେ… appeared first on Dharitri Odia News.

ନବୀନଙ୍କ ପରେ କିଏ? ଉତ୍ତରରେ ନବୀନ କହିଲେ ମୋ’ ପରେ…

ଭୁବନେଶ୍ୱର,୨୬ା୧୨: ଗୁରୁବାର ଶଙ୍ଖଭବନରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ଏଥିସହିତ ନବୀନ ଗଣମାଧ୍ୟମ ପ୍ରତିନିଧିଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଛନ୍ତି। ଏଥିରେ ସେ ଭାଜପାକୁ କଡ଼ା ଟାର୍ଗେଟ୍‌ କରି କହିଛନ୍ତି, ଭାଜପା ମିଛ ପ୍ରତିଶ୍ରୁତି ଦେଇ ନିର୍ବାଚନ ଜିତିଛି। ଗତ ୬ ମାସ ଭିତରେ ଭାଜପା ସରକାରର ଓଡ଼ିଶାବାସୀଙ୍କ ପାଇଁ ସବୁଠାରୁ ବଡ଼ ଉପହାର ହେଉଛି ଦରଦାମ୍‌ ବୃଦ୍ଧି। ଯାହା ଆମ ସରକାର ସମୟରେ ହୋଇ ନ ଥିଲା।

ନବୀନ ଭାଜପା ଉପରେ ବର୍ଷିଥିବାବେଳେ ନବୀନଙ୍କୁ ମଧ୍ୟ କଡ଼ା ଟାର୍ଗେଟ୍‌ କରି ଭାଜପା ସମାଲୋଚନା କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ନବୀନଙ୍କୁ ଟାର୍ଗେଟ୍‌ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଯିଏ ନିଜ ବାପାଙ୍କ ଜନ୍ମମାଟିରେ ୨୪ ବର୍ଷରେ ପାଣି ମୁନ୍ଦାଏ ପହଞ୍ଚାଇ ପାରିଲେ ନାହିଁ, ସିଏ ପୁଣି କହୁଛନ୍ତି ମୋଦି ମିଛ କହୁଛନ୍ତି।

ପରେ ସାମ୍ବାଦିକମାନେ ନବୀନଙ୍କ ପରେ ବିଜେଡିର ମଙ୍ଗ କିଏ ଧରିବ ବୋଲି ପଚାରିଥିଲେ। ଉତ୍ତରରେ ନବୀନ କହିଛନ୍ତି, ମୁଁ ବହୁତ ଲମ୍ବା ସମୟ ଧରି ଅଛି, ମୋ’ପରେ କିଏ ହେବ ତାହା ମୁଁ ଏ ପର୍ଯ୍ୟନ୍ତ ଚିନ୍ତା କରିନି।

ଅନ୍ୟପକ୍ଷରେ ନବୀନଙ୍କ ପରେ ତାଙ୍କ ଭାଇଙ୍କ ପୁଅ ଅର୍ଥାତ ପୁତୁରା ଅରୁଣ ପଟ୍ଟନାୟକ ନବୀନଙ୍କ ପରେ ରାଜନୀତିରେ ଏଣ୍ଟ୍ରି ମାରିବେ ବୋଲି ଅନେକ ଚର୍ଚ୍ଚା ହେଉଛି। ତେବେ ଦେଖାଯାଉ ନବୀନଙ୍କ ପରେ କିଏ ବିଜେଡିର ମଙ୍ଗ ଧରୁଛନ୍ତି।

The post ନବୀନଙ୍କ ପରେ କିଏ? ଉତ୍ତରରେ ନବୀନ କହିଲେ ମୋ’ ପରେ… appeared first on Dharitri Odia News.