ନବୀନଙ୍କ ଲୋକପ୍ରିୟତାକୁ କ୍ଷୁର୍ଣ୍ଣ କରିବାକୁ ପ୍ରୟାସ ଚଳାଇଥିବା ଅପପ୍ରଚାରକାରୀ

ନନ୍ଦିଘୋଷ ବ୍ୟୁରୋ : ଅତୁଟ ରହିଛି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି। ଲୋକପ୍ରିୟତାକୁ କ୍ଷୁର୍ଣ୍ଣ କରିବାକୁ ପ୍ରୟାସ ଚଳାଇଛନ୍ତି ଅପପ୍ରଚାରକାରୀ ।... The post ନବୀନଙ୍କ ଲୋକପ୍ରିୟତାକୁ କ୍ଷୁର୍ଣ୍ଣ କରିବାକୁ ପ୍ରୟାସ ଚଳାଇଥିବା ଅପପ୍ରଚାରକାରୀ appeared first on .

ନବୀନଙ୍କ ଲୋକପ୍ରିୟତାକୁ କ୍ଷୁର୍ଣ୍ଣ କରିବାକୁ ପ୍ରୟାସ ଚଳାଇଥିବା ଅପପ୍ରଚାରକାରୀ

ନନ୍ଦିଘୋଷ ବ୍ୟୁରୋ : ଅତୁଟ ରହିଛି ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି। ଲୋକପ୍ରିୟତାକୁ କ୍ଷୁର୍ଣ୍ଣ କରିବାକୁ ପ୍ରୟାସ ଚଳାଇଛନ୍ତି ଅପପ୍ରଚାରକାରୀ । ନିର୍ବାଚନ ବେଳେ ଯେଉଁନୀତି, ଏବେ ବି ସେହି ଧାରାକୁ ବଜାୟ ରଖିଛନ୍ତି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ। କେବଳ ରାଜନୈତିକ ଫାଇଦା ପାଇଁ ହୀନ ଚକ୍ରାନ୍ତ କରୁଛନ୍ତି ଗୁଜବକାରୀ । ଏବେ ଏହି କରିତକର୍ମାଙ୍କୁ କଡ଼ା ଜବାବ ଦେଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗୁଜବ ଓ ମିଥ୍ୟା ଅପ୍ରଚାର କରୁଥିବା ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କୁ ଭଲ ଭାବରେ ଚିହ୍ନି ସାରିଲେଣି ଓଡ଼ିଶାବାସୀ। ଏହି ଷଡ଼ଯନ୍ତ୍ରକାରୀ ନିର୍ବାଚନ ସମୟରେ ମିଛ କାହାଣୀ କହିବା ସହ ସୋସିଆଲ ମିଡ଼ିଆରେ ସୃଷ୍ଟି କରିଥିଲେ ଗୁଜବ। ତେଣୁ ଗୁଜବକାରୀଙ୍କୁ ମହାପ୍ରଭୁ ସଦବୁଦ୍ଧି ପ୍ରଦାନ କରନ୍ତୁ ବୋଲି କହିଛନ୍ତି ନବୀନ। ଯାହାକୁ ସମର୍ଥନ କରିଛି ବିଜୁ ଜନତା ଦଳ। ନବୀନ ପଟ୍ଟନାୟକଙ୍କ ପରି ଲୋକପ୍ରିୟ ରାଜନେତା ଭାରତ ବର୍ଷରେ ହାତଗଣତି । ଲୋକଙ୍କ ହୃଦୟରେ ନବୀନଙ୍କ ପାଇଁ ସ୍ବତନ୍ତ୍ର ଭଲ ପାଇବା ଅଛି ବୋଲି କହିଛନ୍ତି ବିଜେଡି ବିଧାୟକ ସାରଦା ଜେନା।

ନବୀନଙ୍କ ନାଁରେ ଗୁଜବ ଓ ଅପପ୍ରଚାରକୁ ନେଇ କେବଳ ବିଜେଡି ନୁହେଁ ଶାସକ ବିଜେପି ଓ କଂଗ୍ରେସ ମଧ୍ୟ କଡ଼ା ଜବାବ ଦେଇଛନ୍ତି। ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଭଲ ପାଆନ୍ତି। ସେ ଜଣେ ଭଲ ପ୍ରଶାସକ ଓ ୨୫ ବର୍ଷ ଧରି ଓଡ଼ିଶାରେ ଶାସନ କରିଛନ୍ତି। ସେଥିଲାଗି ଆମେ ତାଙ୍କୁ ଧନ୍ୟବାଦ ଦେଉଛୁ । ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ମଧ୍ୟ ନବୀନ ନାଁରେ ରାଜନୈତିକ ଅପପ୍ରଚାର ଓ ଗୁଜବକୁ କଡ଼ା ନିନ୍ଦା କରିଛନ୍ତି। ଜଣେ ଲୋକପ୍ରିୟ ନେତାଙ୍କ ବିରୋଧରେ ଏପରି କହିବା ଗ୍ରହଣୀୟ ନୁହେଁ ବୋଲି ତାରା କହିଛନ୍ତି । ନବୀନଙ୍କ ବ୍ୟକ୍ତିତ୍ବ ସମସ୍ତଙ୍କୁ ପ୍ରଭାବିତ କରିଛି ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟକ ଅଶ୍ବିନୀ ପାତ୍ର।

ରାଜନୈତିକ ଫାଇଦା ପାଇଁ ଓଡ଼ିଶାବାସୀଙ୍କ ମନରେ ବିଭ୍ରାନ୍ତ ସୃଷ୍ଟି କରୁଥିବା ନେତାଙ୍କୁ ଦଳମତ ନିର୍ବିଶେଷରେ କଟୁ ସମାଲୋଚନା କରାଯାଇଛି । ରାଜନୈତିକ ସ୍ବାର୍ଥ ହାସଲ ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ ନକରିବା ଲାଗି ସବୁ ମହଲରେ ଶାଣିତ ହୋଇଛି ସ୍ବର।

The post ନବୀନଙ୍କ ଲୋକପ୍ରିୟତାକୁ କ୍ଷୁର୍ଣ୍ଣ କରିବାକୁ ପ୍ରୟାସ ଚଳାଇଥିବା ଅପପ୍ରଚାରକାରୀ appeared first on .