ନବୀନଙ୍କ ସହ ଏ କଣ କରୁଛନ୍ତି ପାଣ୍ଡିଆନ ? ଭିଡିଓ ଭାଇରାଲ
ଭୁବନେଶ୍ଵର: ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏକ ବିଚଳିତକରି ଦେବାଭଳି ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣା ସଂପ୍ରତି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓକୁ ଟୁଇଟ୍ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଏହା ଏକ ମର୍ମାହତ ଦୃଶ୍ୟ ବୋଲି କହିଛନ୍ତି। ଏହି ଭିଡିଓଟି ଜୋରଦାର ଭାଇରାଲ୍ ହେବାରେ ଲାଗିଛି। ଇଣ୍ଡିଆ ଟୁଡେରେ […] The post ନବୀନଙ୍କ ସହ ଏ କଣ କରୁଛନ୍ତି ପାଣ୍ଡିଆନ ? ଭିଡିଓ ଭାଇରାଲ appeared first on Odisha.News.
ଭୁବନେଶ୍ଵର: ଓଡ଼ିଶାରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ଜୋରଦାର ଚାଲିଛି। ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏକ ବିଚଳିତକରି ଦେବାଭଳି ଭିଡିଓ ସାମ୍ନାକୁ ଆସିଛି। ଏହି ଘଟଣା ସଂପ୍ରତି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓକୁ ଟୁଇଟ୍ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଏହା ଏକ ମର୍ମାହତ ଦୃଶ୍ୟ ବୋଲି କହିଛନ୍ତି। ଏହି ଭିଡିଓଟି ଜୋରଦାର ଭାଇରାଲ୍ ହେବାରେ ଲାଗିଛି।
ଇଣ୍ଡିଆ ଟୁଡେରେ ପ୍ରକାଶିତ ଖବର ଅନୁଯାୟୀ, ହିମନ୍ତ ବିଶ୍ଵଶର୍ମା ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଭିଡିଓ | ଏଥିରେ ଶ୍ରୀ ଭି.କେ ପାଣ୍ଡିଆନ୍ ଜୀ ଶ୍ରୀ ନବୀନ ବାବୁଙ୍କ ହାତର ଗତିକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। ତାମିଲନାଡୁର ଜଣେ ଅବସରପ୍ରାପ୍ତ ପୂର୍ବତନ ଅମଲାତନ୍ତ୍ରୀ ବର୍ତ୍ତମାନ ଓଡିଶାର ଭବିଷ୍ୟତ ଉପରେ କିପରି ନିୟନ୍ତ୍ରଣ କରୁଛନ୍ତି, ତାହା କଳ୍ପନା କରି ମୁଁ ହତଚକିତ ହୋଇ ଯାଉଛି! ଏହି ଭିଡିଓକୁ କେବଳ ହିମନ୍ତ ବିଶ୍ୱଶର୍ମା ନୁହନ୍ତି, ବିଜେପି ମିଡିଆ ସେଲ୍ର ମୁଖ୍ୟ ଅମିତ ମାଲବ୍ୟୟଙ୍କ ସମେତ ବିଜେପିର ଅନେକ କେନ୍ଦ୍ରୀୟ ନେତା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି।
ଏହା ଏକ ଅତ୍ୟନ୍ତ ଦୁଃଖଦାୟକ ଭିଡିଓ | ଏଥିରେ ଶ୍ରୀ ଭି.କେ ପାଣ୍ଡିଆନ୍ ଜୀ ଶ୍ରୀ ନବୀନ ବାବୁଙ୍କ ହାତର ଗତିକୁ ମଧ୍ୟ ନିୟନ୍ତ୍ରଣ କରୁଛନ୍ତି। ତାମିଲନାଡୁର ଜଣେ ଅବସରପ୍ରାପ୍ତ ପୂର୍ବତନ ଅମଲାତନ୍ତ୍ରୀ ବର୍ତ୍ତମାନ ଓଡିଶାର ଭବିଷ୍ୟତ ଉପରେ କିପରି ନିୟନ୍ତ୍ରଣ କରୁଛନ୍ତି, ତାହା କଳ୍ପନା କରି ମୁଁ ହତଚକିତ ହୋଇ ଯାଉଛି!
ବିଜେପି ରାଜ୍ୟବାସୀଙ୍କ… pic.twitter.com/PjsbOmAMBw— Himanta Biswa Sarma (Modi Ka Parivar) (@himantabiswa) May 28, 2024
ଭିଡିଓଟିରେ ଦେଖିବାକୁ ମିଳିଛି ନବୀନ ପଟ୍ଟନାୟକ ଭାଷଣ ଦେବା ବେଳେ ତାଙ୍କ ହାତ ଜୋରରେ ଥରୁଛି। ତାଙ୍କ ପାଇଁ ମାଇକ ଧରି ଛିଡ଼ା ହୋଇଥିବା ଭି.କେ ପାଣ୍ଡିଆନ ତାହା ଦେଖିପାରିଛନ୍ତି। ତାଙ୍କ ଭାବଭଙ୍ଗୀ ଦେଖି ଲାଗୁଛି, ସେ ଚାହୁଁଛନ୍ତି ଲୋକେ ଯେମିତି ନବୀନଙ୍କ ଥରୁଥିବା ହାତଟିକୁ ନ ଦେଖନ୍ତୁ। ସେଥିପାଇଁ ସେ ନବୀନଙ୍କ ହାତକୁ ଟିକେ ଦେଖୁଛନ୍ତି ଓ ତା’ ପରେ ଲୋକଙ୍କୁ କଣେଇ କଣେଇ ଚାହୁଁଛନ୍ତି। ସେହି ସମୟରେ ସୁଯୋଗ ଦେଖି ନବୀନଙ୍କ ଥରୁଥିବା ହାତଟିକୁ ପାଣ୍ଡିଆନ ଭିଡ଼ି ନେଉଛନ୍ତି। ସତେ ଯେମିତି କେହି ନଦେଖିପାରିବେ। କିନ୍ତୁ ସେହି ସମୟରେ ଏହି ଦୃଶ୍ୟ ମୋବାଇଲ ଫୋନ ହେଉ କି କ୍ୟାମେରାରେ ରେକର୍ଡ ହୋଇଯାଇଛି।
ଲୋକେ ଭିଡିଓକୁ ସେୟାର କରି ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁଡେ ଓ ହିନ୍ଦୁସ୍ତାନ ଟାଇମ୍ସ ମଧ୍ୟ ଏହାକୁ ପ୍ରମୁଖତାର ସହ ଖବର କରିଛନ୍ତି। ଭିଡିଓ ଅତ୍ୟନ୍ତ ମର୍ମାହତ ହୋଇଥିବା ଲୋକେ କହୁଛନ୍ତି। ଏ ଦୃଶ୍ୟ ଦେଖିବା ବାକି ଥିଲା ବୋଲି ବିରୋଧୀ ଦଳର ନେତାଙ୍କଠୁ ନେଇ ଜନତା ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏ ଭିଡିଓ ଜରିଆରେ ବିଜେଡିକୁ ଟାର୍ଗେଟ୍ କରିବା ପାଇଁ ବିଜେପିକୁ ସୁଯୋଗ ମିଳି ଯାଇଛି।
The post ନବୀନଙ୍କ ସହ ଏ କଣ କରୁଛନ୍ତି ପାଣ୍ଡିଆନ ? ଭିଡିଓ ଭାଇରାଲ appeared first on Odisha.News.