ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ମିଛ କହୁଥିବା ଲୋକଙ୍କୁ…
ଭୁବନେଶ୍ୱର,୨୫ା୮: ସୁଭଦ୍ରା ଯୋଜନା ପ୍ରସଙ୍ଗରେ ଭାଜପା ସରକାରକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଥିଲେ। ତେବେ ଏହି କଥାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନବୀନଙ୍କୁ କଡ଼ା କଟାକ୍ଷ କରିଛନ୍ତି। ପ୍ରଭାତୀ କହିଛନ୍ତି, କାଳିଆ ଯୋଜନା କଥା ଉଠାଇ, ମିଛ କହୁଥିବା ଲୋକଙ୍କୁ ସବୁକଥାରେ ମିଛ ଦେଖାଯାଏ। ଶୁକ୍ରବାର ରାଜ୍ୟ ସରକାର ସୁଭଦ୍ରା ଯୋଜନାର ଏସଓପି ଘୋଷଣା କରିଥିଲେ। ଏହି ଘୋଷଣା ପରେ କେଉଁମାନେ ଏହି ଯୋଜନାରେ ଉପକୃତ ହେବେ ଏବଂ କେଉଁମାନେ ବାଦ […] The post ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ମିଛ କହୁଥିବା ଲୋକଙ୍କୁ… appeared first on Dharitri Odia News.
ଭୁବନେଶ୍ୱର,୨୫ା୮: ସୁଭଦ୍ରା ଯୋଜନା ପ୍ରସଙ୍ଗରେ ଭାଜପା ସରକାରକୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମାଲୋଚନା କରିଥିଲେ। ତେବେ ଏହି କଥାକୁ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନବୀନଙ୍କୁ କଡ଼ା କଟାକ୍ଷ କରିଛନ୍ତି। ପ୍ରଭାତୀ କହିଛନ୍ତି, କାଳିଆ ଯୋଜନା କଥା ଉଠାଇ, ମିଛ କହୁଥିବା ଲୋକଙ୍କୁ ସବୁକଥାରେ ମିଛ ଦେଖାଯାଏ।
ଶୁକ୍ରବାର ରାଜ୍ୟ ସରକାର ସୁଭଦ୍ରା ଯୋଜନାର ଏସଓପି ଘୋଷଣା କରିଥିଲେ। ଏହି ଘୋଷଣା ପରେ କେଉଁମାନେ ଏହି ଯୋଜନାରେ ଉପକୃତ ହେବେ ଏବଂ କେଉଁମାନେ ବାଦ ପଡ଼ିବେ ସେ ନେଇ ଚର୍ଚ୍ଚା ଜୋର ଧରିଛି। ଏହାରି ମଧ୍ୟରେ ବିଧାନସଭା ମୁଖ୍ୟ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସରକାରଙ୍କୁ ଟାର୍ଗେଟ କରିଥିଲେ।
ସୋସିଆଲ ମିଡିଆ ପ୍ଳାର୍ଟଫର୍ମ ଏକ୍ସ’ରେ ଏକ ଲମ୍ବା ପୋଷ୍ଟ କରି ନବୀନ ଲେଖିଥିଲେ, ‘ଭାଜପା ପ୍ରତ୍ୟେକ ମହିଳାଙ୍କୁ ୫୦,୦୦୦ ଟଙ୍କା ଦେବ ବୋଲି ‘ଗ୍ୟାରେଣ୍ଟି’ ଦେଇଥିଲା। ମାତ୍ର ଦେଉଛନ୍ତି ୫,୦୦୦ ଟଙ୍କା। କହିଲେ ସବୁ ମହିଳା, ହେଲେ ପାଇବେ ଜମା ୩ ଜଣରୁ ଜଣେ। ମା’ମାନଙ୍କୁ ଏହା କ’ଣ ଭାଜପାର ଗ୍ୟାରେଣ୍ଟି?
ଆମର ୪.୫ କୋଟି ଜନସଂଖ୍ୟାର ପ୍ରାୟ ୨.୨୫ କୋଟି ମହିଳା ଏଥିରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ ଏବେ ଭାଜପା ସରକାରଙ୍କ କହିବା ମୁତାବକ କେବଳ ମାତ୍ର ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇପାରିବେ। ତା’ହେଲେ ଭାଜପା ସରକାରଙ୍କ ‘ପ୍ରତ୍ୟେକ’ ମହିଳାଙ୍କୁ ଏ ଯୋଜନାରେ ସାମିଲ କରିବା ଅର୍ଥ କ’ଣ ଏଇୟା? ମା’ମାନଙ୍କୁ ଏହା କ’ଣ ଭାଜପାର ଗ୍ୟାରେଣ୍ଟି ନା ଏହା ଏକ ଧୂଆଁବାଣ?
ମା’ମାନେ ଅନେକ ଆଶା ରଖିଥିଲେ। ଟଙ୍କା ମିଳିଲେ କିଛି ଭଲ କାମରେ ଲଗାଇବେ ବା ବ୍ୟବସାୟ କରିବେ। ହେଲେ ଏବେ କହୁଛନ୍ତି ମା’ମାନଙ୍କୁ ୬ମାସରେ ମାତ୍ର ୫,୦୦୦ ଟଙ୍କାର ସହାୟତା; ଯାହା ମାସକୁ ମାତ୍ର ୮୦୦ ଟଙ୍କା ପଡ଼ୁଛି।ଏହା କେଉଁ କାମରେ ଲାଗିବ? ଏକ ସାଙ୍ଗରେ ୫୦,୦୦୦ ଟଙ୍କାର ପ୍ରୋତ୍ସାହନ ମିଳିଥିଲେ ମା’ମାନେ ଏହାକୁ କୌଣସି କାମରେ ଲଗାଇ ପାରିଥାନ୍ତେ। କିଛି ବ୍ୟବସାୟ କରି ସଶକ୍ତ ହୋଇ ସମାଜରେ ଆଗକୁ ବଢ଼ିଥାନ୍ତେ।
ସୁଭଦ୍ରା ବା କିଛି ଗ୍ୟାରେଣ୍ଟି ଯୋଜନାକୁ କାର୍ଯ୍ୟକ୍ଷମ କରିବାକୁ ଭାଜପା ସରକାର ଚଳିତ ବଜେଟରେ ୫୦,୦୦୦ କୋଟି ଟଙ୍କାର ଋଣ କରିଛନ୍ତି। ଏହା ଆମ ସମସ୍ତଙ୍କ ମୁଣ୍ଡରେ ଋଣ ବୋଝ। ଆମ ମା’ ଓ ଭଉଣୀମାନଙ୍କୁ ଏହାକୁ ସୁଧ ସହ ଶୁଝିବାକୁ ପଡ଼ିବ। କାରଣ ଏହା ସରକାରୀ ଅର୍ଥ ନୁହେଁ, ଋଣ ହୋଇ ଆସିଥିବା ଟଙ୍କା। ଏଥିରେ କ’ଣ ନାରୀ ସଶକ୍ତିକରଣ ସମ୍ଭବ ହେବ? ଆମେ ଖାଲି ଯାହା ଋଣ କରି ପରବ ପାଳିବା ସାର ହେବ।
ସୂଚନାଯୋଗ୍ୟ, ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଦେବାକୁ ପ୍ରତିଶ୍ରୁତି ରଖିଥିଲା ଭାଜପା। ଏହାକୁ ମୁଦ୍ଦା କରି ନିର୍ବାଚନ ବୈତରଣୀ ମଧ୍ୟ ପାର ହୋଇଥିଲା। ତେବେ ଶୁକ୍ରବାର ସରକାର ଏହି ଯୋଜନାର ଏସ୍ଓପି ଆଣିଛନ୍ତି। ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ। ଏହି ଯୋଜନାରେ ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ସହାୟତା ରାଶି ଦିଆଯିବ। ଏନେଇ ହିତାଧିକାରୀଙ୍କ ସୁଭଦ୍ରା ଡେବିଟ କାର୍ଡ ପ୍ରଦାନ କରାଯିବ।
ବିଧାନସଭାରେ ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଘୋଷଣା କରିଛନ୍ତି। ଗୃହରେ ‘ସୁଭଦ୍ରା’ ଯୋଜନା ଏସ୍ଓପି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କ୍ୟାବିନେଟ୍ରେ ଏସ୍ଓପି ପାରିତ ହୋଇଥିବା ସେ ସୂଚନା ଦେଇଛନ୍ତି। ଏହି ଯୋଜନା ଅଧୀନରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ଆର୍ଥିକ ସହାୟତା ମିଳିବ।
ଡିବିଟି ମାଧ୍ୟମରେ ୨୧ରୁ ୬୦ ବର୍ଷ ମହିଳାଙ୍କ ଆକାଉଣ୍ଟକୁ ସିଧାସଳଖ ୫ ହଜାର ଟଙ୍କା ପ୍ରଦାନ କରାଯିବ। ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ମହିଳା ଦିବସରେ ଏହି ଟଙ୍କା ପ୍ରଦାନ କରାଯିବ। ଅର୍ଥାତ ପ୍ରତିବର୍ଷ ୨ଥର, ୫ ବର୍ଷ ପର୍ଯ୍ୟନ୍ତ ଏହି ସହାୟତା ରାଶି ମିଳିବ। ଏହାଦ୍ୱାରା ରାଜ୍ୟର ୧ କୋଟିରୁ ଅଧିକ ମହିଳା ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଯୋଜନା ପାଇଁ ସରକାର ହିତାଧିକାରୀଙ୍କୁ ସୁଭଦ୍ରା ଡେବିଟ୍ କାର୍ଡ ପ୍ରଦାନ କରିବେ।
The post ନବୀନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ, କହିଲେ ମିଛ କହୁଥିବା ଲୋକଙ୍କୁ… appeared first on Dharitri Odia News.