ନବୀନଙ୍କୁ ମହିଳା ଭୋଟବ୍ୟାଙ୍କ କମିଯିବା ଭୟ ଘାରିଛି: ଭାଜପା

ଭୁବନେଶ୍ୱର, ୫।୯(ସୁନିତ୍‌ ମିଶ୍ର): ବିଜେଡି ସରକାର ୨୪ ବର୍ଷ ଶାସନରେ ଥିବାବେଳେ ମହିଳାଙ୍କୁ ଆର୍ଥତ୍କ ସଶକ୍ତୀକରଣ ପାଇଁ କିଛି କରି ନ ଥିଲା। ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଏତେଦିନ ପରେ ହଠାତ୍‌ ମହିଳାଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଏବେ ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାଜପା ସରକାର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି, ସେହି ସମୟରେ ନବୀନବାବୁ ରାଜନୈତିକ ଉଦ୍ଦେଶ୍ୟ ରଖି ଟିପ୍ପଣୀ […] The post ନବୀନଙ୍କୁ ମହିଳା ଭୋଟବ୍ୟାଙ୍କ କମିଯିବା ଭୟ ଘାରିଛି: ଭାଜପା appeared first on Dharitri Odia News.

ନବୀନଙ୍କୁ ମହିଳା ଭୋଟବ୍ୟାଙ୍କ କମିଯିବା ଭୟ ଘାରିଛି: ଭାଜପା

ଭୁବନେଶ୍ୱର, ୫।୯(ସୁନିତ୍‌ ମିଶ୍ର): ବିଜେଡି ସରକାର ୨୪ ବର୍ଷ ଶାସନରେ ଥିବାବେଳେ ମହିଳାଙ୍କୁ ଆର୍ଥତ୍କ ସଶକ୍ତୀକରଣ ପାଇଁ କିଛି କରି ନ ଥିଲା। ବିଜେଡି ମୁଖିଆ ନବୀନ ପଟ୍ଟନାୟକଙ୍କୁ ଏତେଦିନ ପରେ ହଠାତ୍‌ ମହିଳାଙ୍କ ପ୍ରତି ସମ୍ମାନ ଓ ସମ୍ବେଦନଶୀଳତା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ଏବେ ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଭାଜପା ସରକାର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି, ସେହି ସମୟରେ ନବୀନବାବୁ ରାଜନୈତିକ ଉଦ୍ଦେଶ୍ୟ ରଖି ଟିପ୍ପଣୀ ଦେବା କେତେଦୂର ସମୀଚୀନ ତାହା ବୁଝାପଡୁନାହିଁ। ବାସ୍ତବରେ ନବୀନବାବୁଙ୍କୁ ଏବେ ମହିଳା ଭୋଟବ୍ୟାଙ୍କ କମିଯିବା ଭୟ ଘାରିଛି ବୋଲି ଭାଜପା ରାଜ୍ୟ ମୁଖପାତ୍ର ଊର୍ମିଳା ମହାପାତ୍ର କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଊର୍ମିଳା କହିଛନ୍ତି, ନବୀନବାବୁ ଶାସନ ଗାଦିରେ ଥାଇ ଏଭଳି କଥା କହିଥିଲେ ଶୋଭାପାଇଥାନ୍ତା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏବେ ଯେତେବେଳେ ଭାଜପା ସରକାର ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ଦେବା ପାଇଁ ସ୍ଥିର କରିଛି ସେତେବେଳେ ନବୀନବାବୁ ଏତେ ଅସହିଷ୍ଣୁ କାହିଁକି ହୋଇପଡୁଛନ୍ତି। ବିଜେଡି ନିର୍ବାଚନ ହାରିବା ପରେ ତାଙ୍କ ମୁଖିଆ ହତାଶ ହୋଇପଡିଥିବା ମହିଳା କାର୍ଯ୍ୟକର୍ତ୍ତାଙ୍କୁ ସାନ୍ତ୍ୱନା ଦେବା ପାଇଁ ଏଭଳି ବିବୃତି ଦେଇଛନ୍ତି। ସୁଭଦ୍ରା ଯୋଜନା ରାଜ୍ୟରେ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ହେଲେ ବିଜେଡିର ଭୋଟବ୍ୟାଙ୍କ ଭାଙ୍ଗିଯିବା ଭୟ ନବୀନବାବୁଙ୍କ ମନରେ ସୃଷ୍ଟି ହୋଇଛି। କେବଳ ମହିଳାଙ୍କୁ ଭୋଟବ୍ୟାଙ୍କ ଭାବେ ବ୍ୟବହାରକରି ଠକିବା ସେ ଜାଣିଥିଲେ। ତାଙ୍କ ସରକାର ସମୟରେ ଓଡ଼ିଶାରେ ମହିଳା ବିରୋଧୀ ହିଂସା ସୀମା ଲଂଘିଥିଲା। ମମିତା ମେହେର, ସ୍ମିତାରାଣୀ, ଇତିଶ୍ରୀ, ବେବିନା, ମାଧବୀଲତା, ପରୀ ହତ୍ୟାକାଣ୍ଡ କାହା ସମୟରେ ଘଟିଥିଲା ସମସ୍ତେ ଜାଣନ୍ତି। ଭାଜପା ସରକାର ମହିଳାଙ୍କୁ ଆର୍ଥତ୍କ ସ୍ତରରେ ସ୍ବାବଲମ୍ବୀ କରିବା ପାଇଁ ଲକ୍ଷ୍ୟ ରଖିଛି। ଆଗାମୀ ଆର୍ଥତ୍କ ବର୍ଷରେ ‘୨୬ ଲକ୍ଷ ମହିଳାଙ୍କୁ ଲକ୍ଷପତି ଦିଦି’ର ସମ୍ମାନ ମିଳିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ଊର୍ମିଳା କହିଛନ୍ତି।

The post ନବୀନଙ୍କୁ ମହିଳା ଭୋଟବ୍ୟାଙ୍କ କମିଯିବା ଭୟ ଘାରିଛି: ଭାଜପା appeared first on Dharitri Odia News.