ନଭି ମୁମ୍ୱାଇ ଜଗନ୍ନାଥ ମନ୍ଦିର, ମହାବାହୁଙ୍କ ମଥାରେ ନାଗସାପ ଦେଖିଲେ ଭକ୍ତ !
ନୂଆଦିଲ୍ଲୀ ୨୩/୦୮: ମହାରାଷ୍ଟ୍ରର ନଭି ମୁମ୍ବାଇ ଖାରଘରଠାରେ ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଭବ୍ୟ ମନ୍ଦିର । ସେଠାରେ ଥିବା ଓଡ଼ିଆମାନଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ୧୯୯୮ ମସିହାରେ ଗଢାଯାଇଥିଲା ‘ମହାରାଷ୍ଟ୍ର ଓଡ଼ିଆ ୱେଲଫାୟାର ଆସୋସିଏସନ’ । ପରବର୍ତ୍ତୀ ସମୟରେ ଏହି ସଂଗଠନ ପ୍ରଚେଷ୍ଟାରେ ଏଠାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଲାଗି ସମସ୍ତେ ଇଛାପ୍ରକାଶ କଲେ । ୨୦୧୦ ମସିହାରେ ଏକ ଛୋଟ ମନ୍ଦିର ନିର୍ମାଣ ଆରମ୍ଭ ହେଲା । ୨୦୧୧ ମସିହା ଜାନୁଆରୀ ୨୧ ତାରିଖରେ ଏଠାରେ ମନ୍ଦିର ପ୍ରତିଷ୍ଠା ସହ ମହାପ୍ରଭୁଙ୍କର ପ୍ରାଣପ୍ରତିଷ୍ଠା ହୋଇଥିଲା । ପରବର୍ତ୍ତୀ ସମୟରେ ବଡ଼ ମନ୍ଦିର ୨୦୧୪ ରେ ନିର୍ମାଣ ଆରମ୍ଭ ହୋଇ ୨୦୧୮ ମସିହାରେ ଶେଷ ହୋଇ ଠାକୁରଙ୍କୁ ନୂତନ ମନ୍ଦିରକୁ ସ୍ଥାନାନ୍ତର କରାଗଲା । ୨୦୧୮ ମସିହା ହେରାପଞ୍ଚମୀରେ ପୁରୀ ଗଜପତି ମହାରାଜା ଓ ମହାରାଣୀ ଏହି ମନ୍ଦିରକୁ ଉଦଘାଟନ କରିଥିଲେ । ଏହି ଦେଉଳର ଉଚ୍ଚତା ୬୯ ଫୁଟ । ମନ୍ଦିର ଗର୍ଭଗୃହରେ ସାତବିଗ୍ରହ ପୂଜା ପାଉଛନ୍ତି । ମନ୍ଦିର ଚତୁଃପାର୍ଶ୍ୱ କାନ୍ଥରେ ୧୯୦ ଦେବଦେବୀ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ ବେଢାରେ ମହାଲକ୍ଷ୍ମୀ, ବିମଳା, ହନୁମାନ, ସୂର୍ଯ୍ୟ, ଗଣେଷ ଓ ଶିବ ମନ୍ଦିର ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର , ଦେବୀ ସୁଦର୍ଶନ ଓ ଚକ୍ରରାଜ ସୁଦର୍ଶନଙ୍କ ମୂର୍ତ୍ତି ଭୁବନେଶ୍ୱରରୁ ନିଆଯାଇଥିଲା । ତେବେ ଅନ୍ୟ ସମସ୍ତ ପ୍ରସ୍ତର ବିଗ୍ରହ ଖିଚିଂରୁ ଯାଇଛ
ନୂଆଦିଲ୍ଲୀ ୨୩/୦୮: ମହାରାଷ୍ଟ୍ରର ନଭି ମୁମ୍ବାଇ ଖାରଘରଠାରେ ଅଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଏକ ଭବ୍ୟ ମନ୍ଦିର । ସେଠାରେ ଥିବା ଓଡ଼ିଆମାନଙ୍କୁ ଏକାଠି କରିବା ଉଦ୍ଦେଶ୍ୟରେ ୧୯୯୮ ମସିହାରେ ଗଢାଯାଇଥିଲା ‘ମହାରାଷ୍ଟ୍ର ଓଡ଼ିଆ ୱେଲଫାୟାର ଆସୋସିଏସନ’ । ପରବର୍ତ୍ତୀ ସମୟରେ ଏହି ସଂଗଠନ ପ୍ରଚେଷ୍ଟାରେ ଏଠାରେ ଏକ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଲାଗି ସମସ୍ତେ ଇଛାପ୍ରକାଶ କଲେ ।
୨୦୧୦ ମସିହାରେ ଏକ ଛୋଟ ମନ୍ଦିର ନିର୍ମାଣ ଆରମ୍ଭ ହେଲା । ୨୦୧୧ ମସିହା ଜାନୁଆରୀ ୨୧ ତାରିଖରେ ଏଠାରେ ମନ୍ଦିର ପ୍ରତିଷ୍ଠା ସହ ମହାପ୍ରଭୁଙ୍କର ପ୍ରାଣପ୍ରତିଷ୍ଠା ହୋଇଥିଲା । ପରବର୍ତ୍ତୀ ସମୟରେ ବଡ଼ ମନ୍ଦିର ୨୦୧୪ ରେ ନିର୍ମାଣ ଆରମ୍ଭ ହୋଇ ୨୦୧୮ ମସିହାରେ ଶେଷ ହୋଇ ଠାକୁରଙ୍କୁ ନୂତନ ମନ୍ଦିରକୁ ସ୍ଥାନାନ୍ତର କରାଗଲା ।
୨୦୧୮ ମସିହା ହେରାପଞ୍ଚମୀରେ ପୁରୀ ଗଜପତି ମହାରାଜା ଓ ମହାରାଣୀ ଏହି ମନ୍ଦିରକୁ ଉଦଘାଟନ କରିଥିଲେ । ଏହି ଦେଉଳର ଉଚ୍ଚତା ୬୯ ଫୁଟ । ମନ୍ଦିର ଗର୍ଭଗୃହରେ ସାତବିଗ୍ରହ ପୂଜା ପାଉଛନ୍ତି । ମନ୍ଦିର ଚତୁଃପାର୍ଶ୍ୱ କାନ୍ଥରେ ୧୯୦ ଦେବଦେବୀ ସ୍ଥାନ ପାଇଛନ୍ତି । ଏହା ବ୍ୟତୀତ ବେଢାରେ ମହାଲକ୍ଷ୍ମୀ, ବିମଳା, ହନୁମାନ, ସୂର୍ଯ୍ୟ, ଗଣେଷ ଓ ଶିବ ମନ୍ଦିର ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର , ଦେବୀ ସୁଦର୍ଶନ ଓ ଚକ୍ରରାଜ ସୁଦର୍ଶନଙ୍କ ମୂର୍ତ୍ତି ଭୁବନେଶ୍ୱରରୁ ନିଆଯାଇଥିଲା । ତେବେ ଅନ୍ୟ ସମସ୍ତ ପ୍ରସ୍ତର ବିଗ୍ରହ ଖିଚିଂରୁ ଯାଇଛନ୍ତି । ବାଳକାଟୀରୁ ମନ୍ଦିରର ନୀଳଚକ୍ର ନିଆଯାଇଛି । ମନ୍ଦିରରେ ୧୧ ଜଣ ସେବାୟତ ନିୟୋଜିତ ଅଛନ୍ତି । ଦୈନିକ ଏହି ମନ୍ଦିରକୁ ପ୍ରାୟ ୫ଶହରୁ ଅଧିକ ଭକ୍ତ ଦର୍ଶନ ଉଦ୍ଦେଶ୍ୟରେ ଆସିଥା’ନ୍ତି । ମନ୍ଦିରର କଳାକୃତି ଓ ଏଠାରେ ସ୍ଥାନ ପାଇଥିବା ପଟ୍ଟଚିତ୍ର ଓଡ଼ିଆ କଳା କାରିଗରଙ୍କ ହାତରେ ପ୍ରସ୍ତୁତ ହୋଇଛି । ପୁରୀର ମୁକ୍ତିମଣ୍ଡପ ସହ କଥାହୋଇ ଏଠାର ଆୟୋଜକ ମାନେ ଠାକୁରଙ୍କ ନୀତିକାନ୍ତି ଯଥାରୀତି ସମ୍ପନ୍ନ କରନ୍ତି ।
ଖୁବ ଧୁମଧାମରେ ଏଠାରେ ପରମ୍ପରା ମୁତାବକ ରଥଯାତ୍ରା ଆୟୋଜିତ ହୁଏ । ରଥରେ ଛେରାପହଁରା କରନ୍ତି ମନ୍ଦିର ଟ୍ରଷ୍ଟି ତଥା ସଭାପତି ଡ. ଭଗବାନ ପଣ୍ଡା । ମୁଖ୍ୟମନ୍ଦିରରୁ ଗୋଟିଏ ରଥରେ ଚତୁର୍ଦ୍ଧାମୂର୍ତ୍ତି ପ୍ରାୟ ଅଢେଇ କିଲୋମିଟର ଯାଇ ଏକ ଅସ୍ଥାୟୀ ଘରେ ରୁହନ୍ତି । ଏହି ଅବସରରେ ଯଜ୍ଞ , ହୋମ ସମେତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ , ଅନ୍ନଦାନ ଓ ମେଡିକାଲ ଚେକଅପ୍ କ୍ୟାମ୍ପ ଅନୁଷ୍ଠିତ ହୋଇଥାଏ । ଏହି ରଥଯାତ୍ରାରେ ପ୍ରାୟ ୩୦ ହଜାରରୁ ଅଧିକ ଭକ୍ତଙ୍କ ଭିଡ଼ ହୋଇଥାଏ । ଆଡପମଣ୍ଡପରେ ଠାକୁରଙ୍କ ଠାରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଧାର୍ମିକ ବିଧି ମୁତାବକ ସମ୍ପନ୍ନ ହୁଏ ।
ବାହୁଡ଼ା ଦିନ ଅପରାହ୍ନରେ ରଥ ଟଣାଯାଇ ଠାକୁରଙ୍କୁ ମୁଖ୍ୟମନ୍ଦିର ବେଢାକୁ ଅଣାଯାଇଥାଏ । ବେଢାରେ ଅଧରପଣା , ସୁନାବେଶ ପରେ ମନ୍ଦିରକୁ ବିଜେ କରାଯାଏ । ଏହି ମନ୍ଦିର ଓ ଦିଅଁଙ୍କୁ ନେଇ ବହୁ ଅଲୋକିକ ଘଟଣା ରହିଛି । ଯେତେବେଳେ ଏଠାର ଓଡ଼ିଆ ମାନେ ସଂଗଠିତ ହୋଇ ମନ୍ଦିର ପାଇଁ ଯାଗା ଖୋଜୁଥିଲେ , ତାହା ମିଳିବା କଷ୍ଟକର ହୋଇପଡ଼ିଥିଲା । ଏବେ ଯେଉଁଠି ମନ୍ଦିର ଅଛି , ତାହା ସେତେବେଳେ ଖାଲି ପଡ଼ିଥିଲା । କିନ୍ତୁ ପାଖରେ ଏକ ମହାଲକ୍ଷ୍ମୀଙ୍କ ମନ୍ଦିର ରହିଥିଲା ।
କୋଲକାତା ଖିଦିରପୁର ଜଗନ୍ନାଥ ମନ୍ଦିର, ନିଅଁ ଖୋଳୁ ଖୋଳୁ ମିଳିଥିଲେ ମହାଲକ୍ଷ୍ମୀ
ତେବେ ଖାଲିଯାଗାଟିକୁ ଦେଖିବାକୁ ଯାଇଥିବା ସେଠାର ପ୍ରବାସୀ ଓଡ଼ିଆ ମାନେ ଏହାକୁ ପସନ୍ଦ କରିଥିଲେ । ସେଠାରେ ଏକ ଭିନ୍ନ ଅନୁଭବ ବି ମିଳିଥିଲା । ସେମାନେ ଏକଥା ସ୍ଥାନୀୟ ପ୍ରଶାସନକୁ ଜଣାଇଲେ । କିନ୍ତୁ ପ୍ରଶାସନଠାରୁ ଯାହା ଶୁଣିଲେ ,ତାଙ୍କୁ ନିରାଶ ହେବାକୁ ପଡ଼ିଲା । ଆଗରୁ ଏହି ଯାଗାଟିକୁ ଜଣେ ଅଣଓଡ଼ିଆ ମୁସଲିମ ନେଇଥିଲେ । ପୁଣି ଏହା ଏକ ମସଜିଦ ହେବା ଉଦ୍ଦେଶ୍ୟରେ ନିଆଯାଇଥିଲା । ଆୟୋଜକ ମାନେ ହତାଶ ହୋଇପଡ଼ିଥିବା ବେଳେ ହଠାତ ପ୍ରଶାସନ ପକ୍ଷରୁ ଏକ ଫୋନ ଆସିଲା ଯେ, ଆପଣ ଯେଉଁ ଯାଗା ନେବାକୁ ଚାହିଁଥିଲେ, ତାହା ନେଇପାରିବେ ।
ଯେଉଁ ମୁସଲିମ ଜଣକ ଏହା ନେବାକୁ ବସିଥିଲେ , ସେ ଏହାକୁ କ୍ୟାନସେଲ କରିବାକୁ କହିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, ଯେହେତୁ ଏହି ଯାଗା ପାଖରେ ମହାଲକ୍ଷ୍ମୀଙ୍କ ମନ୍ଦିର ଅଛି , ଏଠାରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବା ଉଚିତ । ତେବେ ସେହି ଲୋକଟି କାହିଁକି ଯେ ସେଦିନ ଆକସ୍ମିକ ଭାବେ ନିଜର ନିଷ୍ପତ୍ତି ବଦଳାଇଥିଲେ ତାହା ଜଣାପଡ଼ିନଥିଲା , କି ସେ ମଧ୍ୟ ଜଣାଇନଥିଲେ । ଏହି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।
ଆଉ ଏକ ଘଟଣାରେ ୨୦୧୧ ମନ୍ଦିର ପ୍ରତିଷ୍ଠା ସମୟରେ ଯଜ୍ଞ ଚାଲିଥାଏ । କର୍ତ୍ତା ହୋଇ ଭଗବାନ ପଣ୍ଡା ବସିଥା’ନ୍ତି । ସମସ୍ତେ ଦେଖିଲେ ଏକ ନାଗ ସର୍ପ ଆସି ଜଗନ୍ନାଥଙ୍କ ମୁଣ୍ଡରେ ଫଣାଟେକି କିଛି ସମୟ ରହିଲା । ପରେ ଦେବୀ ସୁଭଦ୍ରା ଓ ବଳଭଦ୍ରଙ୍କ ମଥା ଉପରେ ମଧ୍ୟ କିଛି ସମୟ ଫଣା ଟେକି ରହିଲା । ଏ ଅଲୋକିକ ଦୃଶ୍ୟ ସମସ୍ତେ ଦେଖିଛନ୍ତି । କୀର୍ତ୍ତନ ବନ୍ଦ ହୋଇଯିବା ପରେ ସାପଟି ସେଠାରୁ ପ୍ରାୟ ତିନି / ଚାରିଫୁଟ ଆଗକୁ ଯାଇ କେଉଁଆଡେ ଅଦୃଶ୍ୟ ହୋଇଗଲା , ଜଣାପଡ଼ିଲାନି । ଏହି ଦୃଶ୍ୟ ଦେଖିଥିବା ଲୋକେ ଆଜି ବି ଏକଥା ମନେପକାଇଲେ ଶିହିରିତ ହୁଅନ୍ତି ।
ନଭି ମୁମ୍ବାଇର ଏହି ଶ୍ରୀଜଗନ୍ନାଥ ମନ୍ଦିର ସେଠାର ପ୍ରବାସୀ ଓଡ଼ିଆଙ୍କ ଆଧ୍ୟାତ୍ମିକ ଭବନାରେ ଏକ ପ୍ରମୁଖ ପୀଠ ହୋଇ ଗଢିଉଠିଛି । ଓଡ଼ିଶାଠୁ ଦୂରରେ ଥିଲେ ବି ମହାପ୍ରଭୁଙ୍କ ଦର୍ଶନ ସେମାନଙ୍କ ଭିତରେ ସେଇ ଓଡ଼ିଆ ଅସ୍ମିତାକୁ ଉଜ୍ଜିବିତ କରି ଆସୁଛି ବର୍ଷବର୍ଷ ଧରି ।