ନଭେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ ନୂଆ ନିୟମ, ଏଲ୍‌ପିଜି ମୂଲ୍ୟଠାରୁ ମ୍ୟୁଚୁଆଲ୍ ଫଣ୍ଡ୍‌ ସବୁ ବଦଳିବ

ନୂଆଦିଲ୍ଲୀ: ବର୍ତ୍ତମାନ ଅକ୍ଟୋବର ମାସ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଆସନ୍ତା ମାସର ପ୍ରଥମ ଦିନ ଅର୍ଥାତ୍ ୧ ନଭେମ୍ବର ପହିଲାଠାରୁ ସାଧାରଣ ଲୋକଙ୍କ ସହ ଜଡିତ ଅନେକ ଜିନିଷରେ କେତେକ ପରିବର୍ତ୍ତନ ହେବ। ଏଥିରେ ରନ୍ଧନ ଗ୍ରାସ୍‌ ବା ଏଲ୍‌ପିଜି ମୂଲ୍ୟଠାରୁ ଆରମ୍ଭ କରି ମ୍ୟୁଚୁଆଲ୍ ଫଣ୍ଡ ପର୍ଯ୍ୟନ୍ତ ଅନେକ ନିୟମ ଅନ୍ତର୍ଭୁକ୍ତ। ବାସ୍ତବରେ, ପ୍ରତ୍ୟେକ ମାସର ପ୍ରଥମ ଦିନରେ ଅନେକ ପରିବର୍ତ୍ତନ ଘଟିଥାଏ। ତେବେ ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ […]

ନଭେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ ନୂଆ ନିୟମ, ଏଲ୍‌ପିଜି ମୂଲ୍ୟଠାରୁ ମ୍ୟୁଚୁଆଲ୍ ଫଣ୍ଡ୍‌ ସବୁ ବଦଳିବ
New rules to come into effect from November mutual funds will change from LPG prices

ନୂଆଦିଲ୍ଲୀ: ବର୍ତ୍ତମାନ ଅକ୍ଟୋବର ମାସ ଶେଷ ହେବାକୁ ଆଉ କିଛି ଦିନ ବାକି ଅଛି। ଆସନ୍ତା ମାସର ପ୍ରଥମ ଦିନ ଅର୍ଥାତ୍ ୧ ନଭେମ୍ବର ପହିଲାଠାରୁ ସାଧାରଣ ଲୋକଙ୍କ ସହ ଜଡିତ ଅନେକ ଜିନିଷରେ କେତେକ ପରିବର୍ତ୍ତନ ହେବ। ଏଥିରେ ରନ୍ଧନ ଗ୍ରାସ୍‌ ବା ଏଲ୍‌ପିଜି ମୂଲ୍ୟଠାରୁ ଆରମ୍ଭ କରି ମ୍ୟୁଚୁଆଲ୍ ଫଣ୍ଡ ପର୍ଯ୍ୟନ୍ତ ଅନେକ ନିୟମ ଅନ୍ତର୍ଭୁକ୍ତ। ବାସ୍ତବରେ, ପ୍ରତ୍ୟେକ ମାସର ପ୍ରଥମ ଦିନରେ ଅନେକ ପରିବର୍ତ୍ତନ ଘଟିଥାଏ। ତେବେ ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ।

ଏଲ୍‌ପିଜି ସିଲିଣ୍ଡର ମୂଲ୍ୟରେ ପରିବର୍ତ୍ତନ

ସାଧାରଣତଃ ପ୍ରତ୍ୟେକ ମାସର ୧ ତାରିଖରେ ସରକାର ଏଲପିଜି ମୂଲ୍ୟ ବଦଳାଇଥାନ୍ତି। ଏଥିରେ ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଏବଂ ଏଲପିଜି ମୂଲ୍ୟରେ ପରିବର୍ତ୍ତନ ଦେଖାଯାଇଥାଏ। ଏଭଳି ପରିସ୍ଥିତିରେ ଏଥର ଏଲପିଜି ସିଲିଣ୍ଡରର ମୂଲ୍ୟରେ ମଧ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଅକ୍ଟୋବରରେ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପାଇଥିବାବେଳେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ। ଏଥର ୧୪ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟରେ ହ୍ରାସ ଘଟିବ ବୋଲି ଆଶା କରାଯାଉଛି।

ମ୍ୟୁଚୁଆଲ୍ ଫଣ୍ଡରେ ଇନ୍‌ସାଇଡର ଟ୍ରେଡିଂ ବନ୍ଦ କରିବାକୁ ନୂଆ ନିୟମ

ଯଦି ଆପଣ ମ୍ୟୁଚୁଆଲ୍ ଫଣ୍ଡରେ ଟଙ୍କା ବିନିଯୋଗ କରିବାକୁ ଚିନ୍ତା କରୁଛନ୍ତି ତେବେ ଏହା ସହ ଜଡିତ ଏକ ନିୟମ ଜାଣନ୍ତୁ, ଯାହା ନଭେମ୍ବର ପହିଲାରୁ କାର୍ଯ୍ୟକାରୀ ହେବ। ମ୍ୟୁଚୁଆଲ୍ ଫଣ୍ଡରେ ଇନ୍‌ସାଇଡର ଟ୍ରେଡିଂକୁ ରୋକିବା ପାଇଁ ଭାରତୀୟ ପ୍ରତିଭୂତ୍ତି ବିନିମୟ ବୋର୍ଡ (ସେବି) ନୂତନ ନିୟମ ଜାରି କରିଛି। ଏହି ନିୟମ ନଭେମ୍ବର ୨ରୁ କାର୍ଯ୍ୟକାରୀ ହେବ। ଏହାଫଳରେ ଇନ୍‌ସାଇଡର ଟ୍ରେଡିଂକୁ ନେଇ ବର୍ତ୍ତମାନ ସମାନ ନିୟମ ମ୍ୟୁଚୁଆଲ୍ ଫଣ୍ଡ ୟୁନିଟ୍ ଉପରେ ଲାଗୁ ହେବ ଯେପରି ଅନ୍ୟ ସିକ୍ୟୁରିଟି ପାଇଁ ପ୍ରଯୁଜ୍ୟ।

ଏସ୍‌ବିଆଇ କ୍ରେଡିଟ୍ କାର୍ଡ ନିୟମରେ ପରିବର୍ତ୍ତନ

ଏସବିଆଇ କ୍ରେଡିଟ କାର୍ଡ ମାଧ୍ୟମରେ ଗୋଟିଏ ଷ୍ଟେଟମେଣ୍ଟରେ ୫୦,୦୦୦ ଟଙ୍କାରୁ ଅଧିକ ୟୁଟିଲିଟି ବିଲ୍‌ ପେମେଣ୍ଟ ଉପରେ ୧% ଅତିରିକ୍ତ ଚାର୍ଜ ଆଦାୟ କରାଯିବ। ଶୌର୍ଯ୍ୟ / ପ୍ରତିରକ୍ଷା କ୍ରେଡିଟ୍ କାର୍ଡ ବ୍ୟତୀତ ଏସବିଆଇ ସମସ୍ତ ଅସୁରକ୍ଷିତ କ୍ରେଡିଟ୍ କାର୍ଡର ଆର୍ଥିକ ଚାର୍ଜକୁ ମଧ୍ୟ ବଦଳାଇ ଦେଇଛି। ବର୍ତ୍ତମାନ ଏସବିଆଇର ଅସୁରକ୍ଷିତ କ୍ରେଡିଟ କାର୍ଡରେ ୩.୭୫% ଫାଇନାନ୍ସ ଚାର୍ଜ ଆଦାୟ କରାଯିବ। ନଭେମ୍ବର ୧ରୁ ଏହି ନିୟମ ଲାଗୁ ହେବ।

ମେସେଜ୍‌ ଟ୍ରେସେବିଲିଟି ହେବ କାର୍ଯ୍ୟକାରୀ

ନଭେମ୍ବର ୧ରୁ ମେସେଜ୍‌ ଟ୍ରେସେବିଲିଟି ନିୟମ ଲାଗୁ କରାଯିବ। ଏ ନେଇ ଟେଲିକମ୍ କମ୍ପାନୀଗୁଡ଼ିକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମୋବାଇଲରେ ଆସୁଥିବା ମେସେଜ୍‌ଗୁଡ଼ିକୁ ଯାଞ୍ଚ କରାଯାଇପାରିବ। ଏହା ସହିତ ନକଲି କଲ୍ ଏବଂ ସ୍ପାମ୍ ରୋକିବା ପାଇଁ କିଛି କି ୱାର୍ଡକୁ ଚିହ୍ନଟ କରାଯିବ।