ନଭେମ୍ବର ୧ ତାରିଖରୁ ପୁରୁଣା ଗାଡ଼ିଗୁଡ଼ିକୁ ମିଳିବନି ପେଟ୍ରୋଲ କିମ୍ବା ଡିଜେଲ୍
ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ ସରକାର ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ କାର ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ୍ କାର ଉପରୁ ପେଟ୍ରୋଲ ନ ଦେବା ନେଇ ଲାଗିଥିବା ପ୍ରତିବନ୍ଧକ ଉଠାଇ ଦେଇଥିଲେ। ହେଲେ ସୋମବାର ପୁଣି ସରକାରଙ୍କର ନିର୍ଦ୍ଦେଶ ବଦଳିଛି। ନଭେମ୍ବର ୧ ତାରିଖରୁ ଏହି ବର୍ଗର କାଡ଼ିଗୁଡ଼ିକୁ ଆଉ ଇନ୍ଧନ ଭରିବାକୁ ଅନୁମତି ମିଳିବ ନାହିଁ ବୋଲି ଦିଲ୍ଲୀ ସରକାର କହିଛନ୍ତି। ସେହି ଦିନ ଜାତୀୟ ରାଜଧାନୀ କ୍ଷେତ୍ର (NCR)ର ପାଞ୍ଚଟି ଜିଲ୍ଲାରେ ମଧ୍ୟ ଏହି କଟକଣା ଲାଗୁ ହେବ।ଜୁଲାଇ ୧ରୁ ଏଣ୍ଡ ଅଫ୍ ଲାଇଫ୍ ଭେଇକଲକୁ ଇନ୍ଧନ ନେଦେବାକୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ସମୀକ୍ଷା କରିବାକୁ ପାଇଁ ସରକାର ଚିଠି ଲେଖିବା ପରେ ମଙ୍ଗଳବାର ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁରୋଧକୁ ଧ୍ୟାନରେ ରଖି, ନଭେମ୍ବର ୧ ତାରିଖରୁ ଦିଲ୍ଲୀ-ଏନସିଆରର ସମସ୍ତ ୬ଟି ସହରରେ ଏକକାଳୀନ ଇନ୍ଧନ ନିଷେଧ ଲାଗୁ କରିବା ଉଚିତ ହେବ ବୋଲି ଆୟଗ ନିଷ୍ପତ୍ତି ନେଇଛନ୍ତି।ଇଓଏଲ୍ ଯାନଗୁଡ଼ିକ ପାଇଁ "ଇନ୍ଧନ ମନା" ଗୁରୁଗ୍ରାମ, ଫରିଦାବାଦ, ନୋଏଡା, ଗାଜିଆବାଦ ଏବଂ ସୋନିପତରେ ମଧ୍ୟ କାର୍ଯ୍ୟକାରୀ ହେବ।ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଜୁଲାଇ ୧ ତାରିଖରେ, ଇଓଏଲ୍ ଗାଡ଼ିଗୁଡ଼ିକୁ ଇନ୍ଧନ ନେଦେବାକୁ ନିଷ୍ପତ୍ତି ନେଇ ନିୟମ ଲାଗୁ କରିଥିଲେ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପେଟ୍ରୋଲ ପମ୍ପଗୁଡ଼ିକ ୧୦ ବର୍ଷରୁ ପୁରୁଣା
ନୂଆଦିଲ୍ଲୀ: ନିକଟରେ ଦିଲ୍ଲୀ ସରକାର ୧୦ ବର୍ଷରୁ ଅଧିକ ପୁରୁଣା ଡିଜେଲ୍ କାର ଏବଂ ୧୫ ବର୍ଷରୁ ଅଧିକ ପୁରୁଣା ପେଟ୍ରୋଲ୍ କାର ଉପରୁ ପେଟ୍ରୋଲ ନ ଦେବା ନେଇ ଲାଗିଥିବା ପ୍ରତିବନ୍ଧକ ଉଠାଇ ଦେଇଥିଲେ। ହେଲେ ସୋମବାର ପୁଣି ସରକାରଙ୍କର ନିର୍ଦ୍ଦେଶ ବଦଳିଛି। ନଭେମ୍ବର ୧ ତାରିଖରୁ ଏହି ବର୍ଗର କାଡ଼ିଗୁଡ଼ିକୁ ଆଉ ଇନ୍ଧନ ଭରିବାକୁ ଅନୁମତି ମିଳିବ ନାହିଁ ବୋଲି ଦିଲ୍ଲୀ ସରକାର କହିଛନ୍ତି। ସେହି ଦିନ ଜାତୀୟ ରାଜଧାନୀ କ୍ଷେତ୍ର (NCR)ର ପାଞ୍ଚଟି ଜିଲ୍ଲାରେ ମଧ୍ୟ ଏହି କଟକଣା ଲାଗୁ ହେବ।
ଜୁଲାଇ ୧ରୁ ଏଣ୍ଡ ଅଫ୍ ଲାଇଫ୍ ଭେଇକଲକୁ ଇନ୍ଧନ ନେଦେବାକୁ ଦିଲ୍ଲୀ ସରକାରଙ୍କ ନିଷ୍ପତ୍ତିକୁ ସମୀକ୍ଷା କରିବାକୁ ପାଇଁ ସରକାର ଚିଠି ଲେଖିବା ପରେ ମଙ୍ଗଳବାର ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଅନୁରୋଧକୁ ଧ୍ୟାନରେ ରଖି, ନଭେମ୍ବର ୧ ତାରିଖରୁ ଦିଲ୍ଲୀ-ଏନସିଆରର ସମସ୍ତ ୬ଟି ସହରରେ ଏକକାଳୀନ ଇନ୍ଧନ ନିଷେଧ ଲାଗୁ କରିବା ଉଚିତ ହେବ ବୋଲି ଆୟଗ ନିଷ୍ପତ୍ତି ନେଇଛନ୍ତି।
ଇଓଏଲ୍ ଯାନଗୁଡ଼ିକ ପାଇଁ "ଇନ୍ଧନ ମନା" ଗୁରୁଗ୍ରାମ, ଫରିଦାବାଦ, ନୋଏଡା, ଗାଜିଆବାଦ ଏବଂ ସୋନିପତରେ ମଧ୍ୟ କାର୍ଯ୍ୟକାରୀ ହେବ।
ବାୟୁ ପ୍ରଦୂଷଣ ରୋକିବାକୁ ଦିଲ୍ଲୀ ସରକାର ଜୁଲାଇ ୧ ତାରିଖରେ, ଇଓଏଲ୍ ଗାଡ଼ିଗୁଡ଼ିକୁ ଇନ୍ଧନ ନେଦେବାକୁ ନିଷ୍ପତ୍ତି ନେଇ ନିୟମ ଲାଗୁ କରିଥିଲେ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ପେଟ୍ରୋଲ ପମ୍ପଗୁଡ଼ିକ ୧୦ ବର୍ଷରୁ ପୁରୁଣା ଡିଜେଲ ଯାନ ଏବଂ ୧୫ ବର୍ଷରୁ ପୁରୁଣା ପେଟ୍ରୋଲ ଯାନଗୁଡ଼ିକୁ ଇନ୍ଧନ ଯୋଗାଇବେ ନାହିଁ ବୋଲି ନିର୍ଦ୍ଦେଶ ହୋଇଥିଲା।
CAQM ଦ୍ୱାରା ନିର୍ଦ୍ଦେଶିତ ଏହି ପଦକ୍ଷେପରେ ଯାନ କେତେ ପୁରଣା ତାହା ଚିହ୍ନଟ କରିବା ପାଇଁ ଇନ୍ଧନ ଷ୍ଟେସନଗୁଡ଼ିକରେ ସ୍ୱୟଂଚାଳିତ କ୍ୟାମେରା ସିଷ୍ଟମ ଅନ୍ତର୍ଭୁକ୍ତ ଥିଲା। ଟ୍ରାଫିକ ପୋଲିସକୁ ନିୟମ ଉଲ୍ଲଂଘନ କରୁଥିବା ଯାନଗୁଡ଼ିକୁ ଜବତ କରିବା କିମ୍ବା ଚାଲାଣ ଜାରି କରିବାର କ୍ଷମତା ମଧ୍ୟ ଦିଆଯାଇଥିଲା। ତେବେ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ବିରୁଦ୍ଧରେ ପ୍ରବଳ ଜନଅସନ୍ତୋଷ ତେଜିଥିଲା। ଶେଷରେ ସରକାର ପ୍ରତିବନ୍ଧକକୁ ପ୍ରତ୍ୟାହାର କରି ନେଇଥିଲେ ଏବଂ ପରିବେଶ ମନ୍ତ୍ରୀ ମନଜିନ୍ଦର ସିଂହ ସିରସା କହିଥିଲେ ଯେ ସରକାର ପୁରୁଣା ଯାନବାହନ ସମ୍ପର୍କରେ ଏକ ନୂଆ ବ୍ୟବସ୍ଥା ଗ୍ରହଣ କରିବାକୁ ଯୋଜନା କରିବେ। ହେଲେ ମଙ୍ଗଳବାର ସରକାର ପୁଣିଥରେ ସେହି ନିୟମ ଲାଗୁ କରିଛନ୍ତି।