ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ, ୧୬ ବିଧେୟକ ଉପସ୍ଥାପନ ନିମନ୍ତେ ପ୍ରସ୍ତୁତି, ୱକଫ ବିଲ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ ୨୨।୧୧: କେନ୍ଦ୍ର ସରକାର ସୋମବାର ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନ ଲାଗି ୱକଫ ସଂଶୋଧନ ସମେତ ୧୬ ବିଧେୟକ ସୂଚୀବଦ୍ଧ କରିଛନ୍ତି। ଏଥିରେ ୫ଟି ନୂଆ ବିଧେୟକ ମଧ୍ୟ ରହିଛି। ଏହି ୫ ପ୍ରସ୍ତାବିତ ଆଇନରେ ଗୋଟିଏ ସମବାୟ ବିଶ୍ୱବିଦ୍ୟାଳୟ ସ୍ଥାପନା ସମ୍ପର୍କିତ ଆଇନ ମଧ୍ୟ ରହିଛି। ସଂସଦର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। ସରକାର ଏହି ଅଧିବେଶନର କାର୍ଯ୍ୟସୂଚୀରେ ୧୬ ବିଧେୟକ ସୂଚୀବଦ୍ଧ କରିଛନ୍ତି। ସଂସଦରେ ଲମ୍ବିତ ବିଧେୟକଙ୍କ ମଧ୍ୟରେ ୱକଫ ସଂଶୋଧନ ବିଧେୟକ ବି ରହିଛି, ଯାହାକୁ ଉଭୟ ସଦନର ୟୁଗ୍ମ କମିଟି ଦ୍ୱାରା ଲୋକସଭାରେ ନିଜ ରିପୋର୍ଟ ପ୍ରଦାନ କରିବା ପରେ ବିଚାର ଓ ଗୃହୀତ କରିବା ପାଇଁ ସୂଚୀବଦ୍ଧ କରାଯାଇଛି। କମିଟିକୁ ଶୀତ ଅଧିବେଶନ ପ୍ରଥମ ସପ୍ତାହର ଶେଷ ଦିନ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। ସେହିପରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ଆଧାରିତ ‘ୱାନ ନେସନ ୱାନ ଇଲେକ୍ସନ’ ସମ୍ପର୍କିତ କେତେକ ବିଧେୟକ ଏଥର ସୂଚୀବଦ୍ଧ ହୋଇ ନାହିଁ। ଏହା ଛଡା ଉପକୂଳ ନୌବହନ ବିଧେୟକ ଓ ଭାରତୀୟ ବନ୍ଦର ବିଧେୟକକୁ ବି ଉପସ୍ଥାପନ ଓ ଗୃହୀତ କରିବା ଲାଗି ସୂଚୀବଦ୍ଧ କରାଯାଇଛି। ୱକଫ(ସଂଶୋଧନ) ବିଧେୟକ ସମେତ ମୁସଲମାନ ୱାକଫ(ରିପିଲ) ବିଧେୟକ ସମେତ ୮ ବିଧେୟକ ଲୋକସଭାରେ ଲମ୍ବିତ ରହିଛି। ଅନ୍ୟ ଦୁଇଟି ରାଜ୍ୟସଭାରେ ରହିଛି

ନଭେମ୍ବର ୨୫ରୁ ସଂସଦର ଶୀତ ଅଧିବେଶନ, ୧୬ ବିଧେୟକ ଉପସ୍ଥାପନ ନିମନ୍ତେ ପ୍ରସ୍ତୁତି, ୱକଫ ବିଲ ଉପରେ ସମସ୍ତଙ୍କ ନଜର

ନୂଆଦିଲ୍ଲୀ ୨୨।୧୧: କେନ୍ଦ୍ର ସରକାର ସୋମବାର ଆରମ୍ଭ ହେଉଥିବା ସଂସଦର ଶୀତକାଳୀନ ଅଧିବେଶନ ଲାଗି ୱକଫ ସଂଶୋଧନ ସମେତ ୧୬ ବିଧେୟକ ସୂଚୀବଦ୍ଧ କରିଛନ୍ତି। ଏଥିରେ ୫ଟି ନୂଆ ବିଧେୟକ ମଧ୍ୟ ରହିଛି। ଏହି ୫ ପ୍ରସ୍ତାବିତ ଆଇନରେ ଗୋଟିଏ ସମବାୟ ବିଶ୍ୱବିଦ୍ୟାଳୟ ସ୍ଥାପନା ସମ୍ପର୍କିତ ଆଇନ ମଧ୍ୟ ରହିଛି। ସଂସଦର ଶୀତ ଅଧିବେଶନ ୨୫ ନଭେମ୍ବରରୁ ଆରମ୍ଭ ହୋଇ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ। 

ସରକାର ଏହି ଅଧିବେଶନର କାର୍ଯ୍ୟସୂଚୀରେ ୧୬ ବିଧେୟକ ସୂଚୀବଦ୍ଧ କରିଛନ୍ତି। ସଂସଦରେ ଲମ୍ବିତ ବିଧେୟକଙ୍କ ମଧ୍ୟରେ ୱକଫ ସଂଶୋଧନ ବିଧେୟକ ବି ରହିଛି, ଯାହାକୁ ଉଭୟ ସଦନର ୟୁଗ୍ମ କମିଟି ଦ୍ୱାରା ଲୋକସଭାରେ ନିଜ ରିପୋର୍ଟ ପ୍ରଦାନ କରିବା ପରେ ବିଚାର ଓ ଗୃହୀତ କରିବା ପାଇଁ ସୂଚୀବଦ୍ଧ କରାଯାଇଛି। କମିଟିକୁ ଶୀତ ଅଧିବେଶନ ପ୍ରଥମ ସପ୍ତାହର ଶେଷ ଦିନ ରିପୋର୍ଟ ପ୍ରଦାନ କରିବାକୁ କୁହାଯାଇଛି। 

ସେହିପରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ଆଧାରିତ ‘ୱାନ ନେସନ ୱାନ ଇଲେକ୍ସନ’ ସମ୍ପର୍କିତ କେତେକ ବିଧେୟକ ଏଥର ସୂଚୀବଦ୍ଧ ହୋଇ ନାହିଁ। ଏହା ଛଡା ଉପକୂଳ ନୌବହନ ବିଧେୟକ ଓ ଭାରତୀୟ ବନ୍ଦର ବିଧେୟକକୁ ବି ଉପସ୍ଥାପନ ଓ ଗୃହୀତ କରିବା ଲାଗି ସୂଚୀବଦ୍ଧ କରାଯାଇଛି। ୱକଫ(ସଂଶୋଧନ) ବିଧେୟକ ସମେତ ମୁସଲମାନ ୱାକଫ(ରିପିଲ) ବିଧେୟକ ସମେତ ୮ ବିଧେୟକ ଲୋକସଭାରେ ଲମ୍ବିତ ରହିଛି। ଅନ୍ୟ ଦୁଇଟି ରାଜ୍ୟସଭାରେ ରହିଛି।